10 ବର୍ଷର କୁନି ଝିଅଟି PM ମୋଦୀଙ୍କୁ କଲା ମେଲ, କହିଲା- ସାର, ଆପଣଙ୍କୁ ଦେଖା କରିବାକୁ ଚାହେଁ…ତ ମୋଦୀ ଜୀ ଦେଲେ ଏମିତି ଜବାବ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ୧୦ ବର୍ଷର ଝିଅକୁ ଦେଖା କରିଛନ୍ତି ଓ ବାଳିକାଟି ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଘଟଣାଟି ହେଉଛି ଅନିଶା ନାମକ ଏହି ଝିଅଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲା ।

ଆଉ ଏହି କଥା ପିଏମ ମୋଦିଙ୍କୁ ଜଣା ପଡିବା ପରେ ସେ ତୁରନ୍ତ ଅନିଶାଙ୍କୁ ଦିଲ୍ଲୀ ଡକାଇ ଥିଲେ ଓ ତା ସହ ଅନେକ ସମୟ ଧରି କଥା ମଧ୍ୟ ହୋଇଥିଲେ । ମହାରାଷ୍ଟ୍ରର ବରିଷ୍ଠ ନେତା ରାଧାକୃଷ୍ଣ ବିଖେ ପାଟିଲଙ୍କ ନାତୁଣୀ ଅନିଶା ଏକ ଇ-ମେଲ୍ ଜରିଆରେ ପିଏମ ମୋଦୀଙ୍କ ସହ ଭେଟିବାକୁ ନିଜ ଇଚ୍ଛା ଜାହିର କରିଥିଲେ । ତାଙ୍କର ଇ-ମେଲ୍ ପାଢୀ ମୋଦି ଲେଖିଥିଲେ କି, ‘ଦଉଡି କି ପଳାଇ ଆସ ଝିଅ । ‘ ଏହାପରେ ଅନିଶା ଦିଲ୍ଲୀ ଆସି ଯାଇଥିଲେ ଓ ପିଏମ ମୋଦିଙ୍କୁ ଦେଖା ମଧ୍ୟ କରିଥିଲେ। ଏହି ଦେଖା ସାକ୍ଷାତ ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।

ଅହମଦନଗର ରୁ ସାଂସଦ ଡାକ୍ତର ସୁଜୟ ବିଖେ ପାଟିଲଙ୍କ ଝିଅ ଅନିଶା ପିଏମ ମୋଦିଙ୍କୁ ଭେଟିବା ପାଇଁ ଖୁବ ଉତ୍ସାହୀ ଥିଲେ । ସେ ତାଙ୍କ ପିତାଙ୍କୁ ଲଗାତାର କହୁଥିଲେ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ । କାରଣ ସେ ପିଏମ ମୋଦିଙ୍କୁ ଭେଟିବାକୁ ଚାହାନ୍ତି । କିନ୍ତୁ ସୁଜୟ ବିଖେ ସବୁ ସମୟରେ ଝିଅର କଥା ଟାଳି ଦେଉଥିଲେ । କାରଣ ତାଙ୍କୁ ଜଣା ଥିଲା ପିଏମ ଙ୍କୁ ଭେଟିବା କେତେ କାଠିକାର ପାଠ ଅଟେ । ପ୍ରଧାନମନ୍ତ୍ରୀ ଅଧିକତର ସମୟ ବ୍ୟସ୍ତ ରୁହନ୍ତି । ଏପରି ବେଳେ ତାଙ୍କୁ ଭେଟିବାକୁ ସ୍ବୀକୃତି ମିଳିବାର କୌଣସି ଆଶା ନାହିଁ ।

ପରିବାର ଲୋକେ ଅନିଶାଙ୍କ କଥା ଶୁଣିବାରୁ ସେ ସିଧା ପିଏମ ଙ୍କୁ ମେଲ୍ କରି ଦେଇଥିଲେ । ମେଲ୍ ରେ ସେ ପିଏମ ଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ । ଅନିଶା ଲେଖିଥିଲେ, ‘ହେଲୋ ସାର୍, ମୁଁ ଅନିଶା ଓ ମୁଁ ଆପଣଙ୍କ ସହିତ ଭେଟିବାକୁ ଚାହେଁ ।’ ଏହା ପାଇ ମୋଦି କହିଥିଲେ, ‘ଦଉଡି କରି ପଳେଇ ଆସ ବେଟା ।’ ପିଏମ ଙ୍କ ତରଫରୁ ଆସିଥିବା ଜବାବ ଦେଖି ଅନିଶା ଖୁସି ହୋଇ ଯାଇଥିଲେ ଓ ନିଜ ଘରଲୋକଙ୍କୁ ଏହି ବିଷୟରେ ଜଣାଇ ଥିଲେ।

ଯେତେବେଳେ ପ୍ରଥମେ ସାଂସଦ ବିଖେ ପାଟିଲ ପହଞ୍ଚିଥିଲେ, ପିଏମ ପ୍ରଥମେ ପ୍ରଶ୍ନ କରିଥିଲେ କି, ‘ଅନିଶା କାହାନ୍ତି ।’ ଏହି ସାକ୍ଷାତ ସମୟରେ ଅନିଶା ମୋଦିଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚାରିଥିଲେ ଓ ‘ଏହା କଣ ଆପଣଙ୍କ ଅଫିସ’ ବୋଲି ପଚାରିଥିଲେ ? ‘ଆପଣଙ୍କ ଅଫିସ କେତେ ବଡ ! ଆପଣ କଣ ସାରା ଦିନ ଏଇଠି ବସନ୍ତି ? ଝିଅଟି ଯେତେବେଳେ ତାଙ୍କୁ ପଚାରିଲା, ‘ଆପଣ ଗୁଜୁରାଟର ଅଟନ୍ତି ? କେବେ ଭାରତର ରାଷ୍ଟ୍ରପତି ହେବେ ?’

ଏହି ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତ ଲୋକ ଜୋରରେ ହସିଥିଲେ । ଏହି ସାକ୍ଷାତ ସମୟରେ ପିଏମ ମୋଦି ମଧ୍ୟ ଅନିଶାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ଓ ତାଙ୍କୁ ଖେଳ, ପାଠପଢା ଓ ପସନ୍ଦର ଜିନିଷ ବିଷୟରେ ପ୍ରଶ୍ନ ପଚାରିଥିଲେ । ଆପଣଙ୍କୁ ପିଏମ ମୋଦିଙ୍କ ଏହି କାର୍ଯ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।