ଆକାଶରେ ଉଡୁଥିବା ଏକ ଅଭେଦ ଦୁର୍ଗ ହେଉଛି ପିଏମଙ୍କର ଏହି ନୂଆ ବିମାନ, ଜାଣନ୍ତୁ ଏୟାର ଇଣ୍ଡିଆ ୱାନର କଣ ରହିଛି ଖାସିୟତ

ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ କଡା ସୁରକ୍ଷା ବ୍ୟବସ୍ତା ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । ଏହାର କାରଣ ହେଉଛି ଖୁବଶୀଘ୍ର ଭାରତ ଆମେରିକା ଏୟାର ଫୋର୍ସ ୱାନ ଭଳି ସୁରକ୍ଷିତ ଏବଂ ଆଧୁନିକ ଟେକନିକ ସହିତ ସଜ୍ଜିତ ଏୟାର ଇଣ୍ଡିଆ ୱାନ ବିମାନ ପାଇବାକୁ ଯାଉଛି । ୨୦୧୮ ମସିହାରେ ଭାରତ ବୋଇଙ୍ଗ କମ୍ପାନୀରୁ ଦୁଇଟି ବୋଇଙ୍ଗ ୭୭୭ ବିମାନ କିଣି ଦେଶର ଭିଭିଆଇପିଙ୍କ ସୁରକ୍ଷା ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ପାଇଁ ଆମେରିକା ପଠାଇଥିଲା, ଯାହା ବର୍ତ୍ତମାନ ଏକ ଅବିସ୍ମରଣୀୟ ଦୁର୍ଗ ରୂପରେ ପ୍ରସ୍ତୁତ ହୋଇଛି । ଜାଣନ୍ତୁ କଣ ଅଛି ସାଧାରଣ ଦେଖାଯାଉ ଥିବା ଏହି ଏୟାର ଇଣ୍ଡିଆ ୱାନ ବିମାନରେ ।

ଏୟାର ଇଣ୍ଡିଆ ୱାନ ହେଉଛି ଏକ ଅବିସ୍ମରଣୀୟ ଦୁର୍ଗ

ଭାରତ ଦୁଇଟି ଏୟାର ଇଣ୍ଡିଆ ୱାନ ବିମାନ ପ୍ରସ୍ତୁତ କରିବା ପାଇଁ ଆମେରିକା ସହିତ ପ୍ରାୟ ୧୩୦୦ କୋଟି ଟଙ୍କାର ଡିଲ କରିଥିଲା । ବିମାନରେ ଟବିନ GE୯୦-୧୧୫ ଇଞ୍ଜିନ ଲଗାଯାଇଛି । ଯାହା ସାହାଯ୍ୟରେ ପ୍ଳେନ ୯୦୦କିମି ପର୍ଯ୍ୟନ୍ତ ପ୍ରତି ଘଣ୍ଟାରେ ଉଡି ପାରିବ । ଏହି ବିମାନର ସବୁଠାରୁ ବଡ ବିଶେଷତା ହେଉଛି ‘ସେଲ୍ଫ ପ୍ରୋଟେକ୍ସନ ସୁଟ’ ଯାହା ଏହାକୁ ସବୁ ଦୁର୍ଘଟଣାରୁ ରକ୍ଷା କରିବ ।

ଭାରତର ଏହି ଦେଶୀ ଏୟାର ଫୋର୍ସ ୱାନରେ ଏମିତି ଖାସ ସେନ୍ସର ଲଗାଯାଇଛି ଯାହା ମିସାଇଲ ଦୁର୍ଘଟଣା ପୂର୍ବରୁ ତାହାର ସୂଚନା ଦେଇ ପାରିବ । ବିମାନର ଏହି ଖାସ ସେନ୍ସର ଠାରୁ ଖବର ମିଳିବା ପରେ ଏହା ଭିତରେ ଲାଗିଥିବା ଡିଫେନ୍ସିଭ ଇଲୋକଟ୍ରୋନିକ୍ସ ୱାରଫେୟାର ସିଷ୍ଟମ ଆକ୍ଟିବ ହୋଇଯିବ । ଏହି ସିଷ୍ଟମରେ ଇଫ୍ରା ରେଡ ସିଷ୍ଟମ, ଡିଜିଟାଲ ରେଡିୟୋ ଫ୍ରିକ୍ଵେନ୍ସି ଜେମର ଭଳି କେତେକ ଆଧୁନିକ ଟେକନିକ ସାମିଲ ଅଟେ । ଏହି ସବୁ ଟେକନିକ କାରଣରୁ ଏୟାର ଇଣ୍ଡିଆ ୱାନ ଶତ୍ରୁର ରଡାରକୁ ଜାମ କରିବା ଏବଂ ମିସାଇଲ ସାହାଯ୍ୟରେ ଆକ୍ରମଣ କରିବାରେ ସକ୍ଷମ ଅଟେ ।

ଏୟାର ଇଣ୍ଡିଆ ୱାନରେ କ୍ଵାଟର, ବଡ ଅଫିସ, ଲ୍ୟାବ, ଡାଇନିଙ୍ଗ ରୁମ ଏବଂ କଂଫରେନ୍ସ ରୁମ ଅଛି । ଏହାଛଡା ମେଡିକାଲ ଏମର୍ଜେନ୍ସି ପାଇଁ ମେଡିକାଲ ସୁଇଟ ମଧ୍ୟ ଅଛି । ଭାରତରୁ ଆମେରିକା ଯିବା ସମୟରେ ଏହି ବିଶେଷ ବିମାନରେ କେଉଁଠି ବି ଇନ୍ଧନ ଭରିବା ପାଇଁ ଓଲ୍ଲହାଇବା ଆବଶ୍ୟକ ହେବ ନାହିଁ । ଏହି ବିମାନରେ ସମସ୍ତ ସୁରକ୍ଷା ଏବଂ ସୁବିଧା ଆମେରିକାର ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ବିମାନ ଭଳି ଅଟେ ।

ବର୍ତ୍ତମାନ ଏହି ବିମାନରେ ଆମେରିକାର ଡଲାସ ଷ୍ଟେଟ ସ୍ଥିତ ଫୋର୍ଟ ୱର୍ଥରେ ଉନ୍ନତ ସୁରକ୍ଷା ଯୋଡାଯାଉଛି । ଏହି ବିମାନକୁ ଉଡାଇବା ପାଇଁ ଏୟାର ଇଣ୍ଡିଆ ମଧ୍ୟ ନିଜର ୪୦ ବରିଷ୍ଠ ପାଇଲଟଙ୍କୁ ଚୟନ କରିଛି । ଏହି ୪୦ଜଣ ପାଇଲଟ ହିଁ ଏହି ଦୁଇଟି ବୋଇଙ୍ଗ ୭୭୭ ବିମାନକୁ ଉଡାଇବେ । ଏହି ଦୁଇଟି ବିମାନ ଏହି ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଭାରତ ଆସିବ ବୋଲି ଆଶା କରାଯାଉଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।