ଭୁବନେଶ୍ବର ଯାଉଥିବା ମହିଳାଙ୍କ ବ୍ୟାଗରେ ବମଅଛି, ଝଗଡା ପରେ ସ୍ତ୍ରୀଙ୍କୁ ଅଟକାଇବା ପାଇଁ ସ୍ଵାମୀ ଦିଲ୍ଲୀ ଏୟାରପୋର୍ଟକୁ କଲେ ଫୋନ, ଆଉ ତା ପରେ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇ ଥିଲା ଯେତବେଳେ ସୁରକ୍ଷା କର୍ମୀମାନେ ମହିଳାଙ୍କ ବ୍ୟାଗରେ ଥିବା ବୋମା ବିଷୟରେ ଜାଣିଥିଲେ । ଏୟାରପୋର୍ଟର ଟର୍ମିନାଲ ୩ ରେ ଭୁବନେଶ୍ଵର ପାଇଁ ଉଡୁଥିବା ବିମାନ ନିକଟରେ କେନ୍ଦ୍ରୀୟ ଉଦୌଗିକ ସୁରକ୍ଷା ଫୋର୍ସର ବୋମା ନିରୋଧକ ସ୍କାଡ ପହଞ୍ଚିଲେ ଏବଂ ତାଙ୍କ ବ୍ୟାଗର ଯାଞ୍ଚ କଲେ କିନ୍ତୁ ସେଥିରୁ କୌଣସି ବିସ୍ପୋରକ ଜିନିଷ ମିଳିଲା ନାହିଁ । କିଛି ସମୟ ପରେ ଅନୁସନ୍ଧାନରୁ ଜଣାପଡିଲା କି ବୋମା ଥିବା କଥା ମିଛ ।

ମହିଳା ଭୁବନେଶ୍ଵର ଯିବାକୁ ଥିବା ବିମାନକୁ ଅପେକ୍ଷା କରିଥିଲେ

ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ବ୍ୟାଗରେ ବୋମା ଥିବାର ବିପଦ ତାଙ୍କ ସ୍ଵାମୀ ହିଁ ଦେଇଥିଲେ । କାରଣ ସେ ଚାହୁଁନଥିଲେ କି ମହିଳା ଭୁବନେଶ୍ଵର ଯାଉଥିବା ବିମାନରେ ବସନ୍ତୁ । ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କି ଦିଲ୍ଲୀ ବିମାନବନ୍ଦର କଲ ସେଣ୍ଟରକୁ ସନ୍ଧ୍ୟା ୫.୪୫ରେ ସୂଚନା ମିଳିଥିଲା କି ମହିଳା ତାଙ୍କ ବ୍ୟାଗରେ ବୋମା ନେଇ ଯାଉଛନ୍ତି । ପରେ ଜଣାପଡିଲା କି ତାହା ଫେକ କଲ ଥିଲା ଯାହା ମହିଳାଙ୍କ ସ୍ଵାମୀ କରିଥିଲେ । କାରଣ ତାଙ୍କ ଦୁଇଜଣଙ୍କ ଭିତରେ ଝଗଡା ହୋଇଥିଲା ଯାହାପରେ ମହିଳା ତାଙ୍କ ସ୍ଵାମୀଙ୍କୁ ଛାଡି ଭୁବନେଶ୍ଵର ଯାଉଥିଲେ ।

ଟର୍ମିନାଲ ୩ର ବୋଡିଙ୍ଗ ଏରିଆରେ ବସିଥିଲେ ମହିଳା

ପୋଲିସଙ୍କ କହିବା ଅନୁସାରେ ଫୋନ କରିଥିବା ବ୍ୟକ୍ତି ଖବର ଦେଇଥିଲେ କି ମହିଳା ଭୁବନେଶ୍ଵର ଯାଉଛନ୍ତି । ବୋମାର ସୂଚନା ମିଳିବା ପରେ କଲ ସେଣ୍ଟର ଅଧିକାରୀ ଦିଲ୍ଲୀ ବିମାନବନ୍ଦର ସଞ୍ଚାଳନ ନିୟନ୍ତ୍ରଣ କେନ୍ଦ୍ରକୁ ସୂଚନା ଦେଇଥିଲେ । ଏହାପରେ ବିମାନବନ୍ଦରକୁ ସୁରକ୍ଷିତ ରଖିବା ପାଇଁ ନିୟୋଜିତ ହୋଇଥିବା ପୋଲିସ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ସତର୍କ କରାଯାଇ ଥିଲା ।

ଫୋନ କଲରେ ବ୍ୟକ୍ତି କହିଥିବା ଅନୁସାରେ ମହିଳାଙ୍କ ପରିଚୟ ଟର୍ମିନାଲ ୩ ବୋଡିଙ୍ଗ ଅଞ୍ଚଳରେ ବସିଥିବା ମହିଳା ବୋଲି ଜଣାପଡିଲା । ସୁରକ୍ଷା ବାହିନୀ ତାଙ୍କୁ ପଚରାଉଚରା କଲେ ଏବଂ ଜିନିଷ ଠାରୁ ଦୂରେଇ ଯିବାକୁ କହିଲେ, ହ୍ୟାଣ୍ଡବ୍ୟାଗ ଯାଞ୍ଚ କରିବାପରେ ତାଙ୍କୁ ଯିବାକୁ କହିଲେ ।

ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା

ଅଧିକାରୀ କହିଛନ୍ତି କି ବୋମା ବିଷୟରେ ଜାଣିବା ପାଇଁ ବମ ନିରୋଧୀ ଫୋର୍ସକୁ ଡକାଯାଇ ଥିଲା । କାରଣ ମହିଳାଙ୍କ ବ୍ୟାଗ ପ୍ରଥମରୁ ହିଁ ବିମାନବନ୍ଦର ନିୟମ ଅନୁସାରେ ଯାଞ୍ଚ କରାଯାଇ ଥିଲା ଏଥିପାଇଁ ସେ କୌଣସି ବିସ୍ପୋଟକ ଜିନିଷ ନେବା ଅସମ୍ଭବ ଥିଲା । କିନ୍ତୁ ପରେ ଜଣାପଡିଲା କି ଏହା ମିଛ ଥିଲା । ଡେପୁଟି କମିଶନର ପୋଲିସ ରାଜୀବ ରଞ୍ଜନ କହିଛନ୍ତି କି ପ୍ରାଥମିକ ଯାଞ୍ଚରୁ ଜଣାପଡିଲା କି ଏହି ଫୋନ ଗୁରୁଗ୍ରାମରୁ କରାଯାଇ ଥିଲା । ସେହି ବ୍ୟକ୍ତିଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ଗୁରୁଗ୍ରାମ ପୋଲିସଙ୍କ ସହିତ ଯୋଗାଯୋଗ କରାଯାଇ ଥିଲା ।