PM ବନିବା ପୂର୍ବରୁ ହିଁ ଭାରତକୁ ଧମକ ଦେଲେ Shehbaz, ଏହାକୁ ନେଇ ଯାହା ସବୁ ଖେଳ ହେଲା ଥରେ ଦେଖନ୍ତୁ

ଇମ୍ରାନ ଖାନଙ୍କୁ ଗାଦିରୁ ହଟେଇ ଦିଆଗଲା । ଯେଉଁ ଆର୍ମି ଚିଫ୍ ଙ୍କ କାର୍ଯ୍ୟକାଳ ତିନି ବର୍ଷ ପାଇଁ ବଢେଇ ଦେଇଥିଲେ ଇମ୍ରାନ, ସେହି ହିଁ ତାଙ୍କୁ ବାହାର ରାସ୍ତା ଦେଖାଇଛନ୍ତି । ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣି ଗାଦିଚ୍ଯୁତ କରାଯାଇଛି । ଇମ୍ରାନଙ୍କ ପରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଶେହବାଜ ଶରିଫ ଏବେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ହିଁ ସେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରି ଦେଇଛନ୍ତି ।

ସେ କହିଛନ୍ତି କି ଯେପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗ ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଭାରତ ସହ ଶାନ୍ତି କଥାବାର୍ତ୍ତା ହେବନାହିଁ । ଶେହବାଜ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ହିଁ ସେହି ଭୁଲ କରି ଦେଇଛନ୍ତି ଯାହା ଏବେ ପର୍ଯ୍ୟନ୍ତ ପାକିସ୍ତାନର ପ୍ରାୟ ସବୁ ପ୍ରଧାନମନ୍ତ୍ରୀ କରି ଆସୁଛନ୍ତି । ଭାରତ ନିଜ କୂଟନୀତି ବଳରେ ପାକିସ୍ତାନର କାଶ୍ମୀର ଏଜେଣ୍ଡାକୁ ପୂର୍ବରୁ ହିଁ ବରବାଦ କରିସାରିଛି । ପାକିସ୍ତାନର ବନ୍ଧୁ ଦେଶମାନେ ଏବେ ଭାରତର ବନ୍ଧୁ ବନି ସାରିଛନ୍ତି । ଏପରିକି କାଶ୍ମୀରରେ ନିବେଶ ମଧ୍ୟ କରୁଛନ୍ତି ।

ଯଦି ଶେହବାଜ ଶରିଫ କାଶ୍ମୀର ପ୍ରସଙ୍ଗ ନେଇ ଏମିତି ମୁହଁ ଖୋଲୁଥିବେ ତେବେ ସେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଗାଦିରେ ରହିପାରିବେ ନାହିଁ । ରାଜନୀତି ବିଶେଷଜ୍ଞଙ୍କ ମତରେ ପାକିସ୍ତାନର ରାଜନୀତିର ଆରମ୍ଭ ଭାରତ ଠାରୁ ହିଁ ହେଉଛି । ନିଜ ସରକାର ଭାଙ୍ଗିବା ଭୟରେ ବାରମ୍ବାର ଜନତାଙ୍କୁ ସମ୍ବୋଧନ କରିବାକୁ ଆସି ଇମ୍ରାନ ଖାନ ଲଗାତାର ଭାରତର ପ୍ରଶଂସା କରିଥିଲେ ।

ଅନ୍ୟପଟେ ନୂଆ ପ୍ରଧାନମନ୍ତ୍ରୀ ହେବାକୁ ସ୍ଵପ୍ନ ଦେଖୁଥିବା ଶେହବାଜ ଶରିଫ ମଧ୍ୟ ଭାରତ ଉପରେ ବୟାନ ଦେଉଛନ୍ତି । ବର୍ତ୍ତମାନ ପାକିସ୍ତାନ ରାଜନୈତିକ ସଙ୍କଟ ବ୍ଯତୀତ, ମହଙ୍ଗା ମାଡ, ବେରୋଜଗାରରେ ବୃଦ୍ଧି ଓ ଆରବ ଆରବ ତାଙ୍କର ବିଦେଶୀ କରଜ ସହ ଲଢେଇ କରୁଛି । କିନ୍ତୁ ଶେହବାଜ ଶରିଫଙ୍କୁ ମଧ୍ୟ କାଶ୍ମୀର ବ୍ଯତୀତ ଅନ୍ୟ କିଛି ସମସ୍ଯା ଦେଖା ଯାଉନାହିଁ ।

ଶେହବାଜ ଶରିଫଙ୍କ ପୂର୍ବରୁ ଯଦି କୌଣସି ସମ୍ବୋଧନ ଦେଖିଥିବେ ତେବେ ଜାଣିଥିବେ କି ତାଙ୍କୁ କଥା କଥାକେ କ୍ରୋଧ ଆସିଯାଏ ଓ ସେ ମାଇକ ଉପରେ ନିଜର ରାଗ ସୁଝେଇ ଦିଅନ୍ତି । ଇମ୍ରାନଙ୍କ ପରେ ଜଣେ ଏପରି ପିଏମ ଦେଶ ସମ୍ଭାଳିବାକୁ କେତେ ଦୂର ସଫଳ ହେବେ ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।