ବର୍ତ୍ତାମାନର ସବୁଠୁ ଭଲ ଖବର, ପ୍ଲାଜମା ଥେରାପିରେ ଠିକ ହେଉଛନ୍ତି କରୋନା ରୋଗୀ, ଆସନ୍ତୁ ଜାଣିବା କେମିତି କାମ କରେ ଏହି ପ୍ଲାଜମା ଥେରାପି

ଏମିତି ନୁହେଁ କି ସାରା ଦେଶରେ ମହାମାରୀ ଭୂତାଣୁ ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସୁଛି ଓ ଅନ୍ୟ କୌଣସି ଭଲ କଥା ହେଉ ନାହିଁ । ଏହି ଭୂତାଣୁକୁ ରୋକିବା ପାଇଁ ଆମ ଦେଶରେ ବି ବହୁତ ଉପାୟକୁ ଆପଣା ଯାଉଛି । ସବୁଠୁ ଭଲ କଥା ଏହା ହେଲା କି ଲୋକମାନେ ଏହି ନୂଆ ଉପାୟ ଜରିଆରେ ଠିକ ବି ହେଉଛନ୍ତି । ଏଥିରେ ସବୁଠୁ ଲାଟେଷ୍ଟ ଅଟେ ପ୍ଲାଜମା ଥେରାପି । ଜାଣନ୍ତୁ କଣ ଅଟେ ଏହି ଥେରାପି, ଯିଏ ଲଗାଇଦେଇଛି ଏହି ଚିନୀ ଭୂତାଣୁକୁ ଦେଉଛି ଟକ୍କର ।

Image courtesy: Google

ଦିଲ୍ଲୀ ଓ କର୍ଣ୍ଣାଟକରେ ଅନେକ ରୋଗୀ ହେଲେ ଠିକ

ପ୍ଲାଜମା ଥେରାପି ଶୁଣିବାକୁ ତ ନୂଆ ଲାଗୁଛି କିନ୍ତୁ ଏହା ଚିକିତ୍ସା କରିବାର ସବୁଠୁ ପୁରୁଣା ଉପାୟ ମଧ୍ୟରୁ ଗୋଟିଏ ଅଟେ । ଏହି ଥେରାପି ଦ୍ଵାରା ଦିଲ୍ଲୀ ଓ କର୍ଣ୍ଣାଟକ ର ଅନେକ ରୋଗୀ ମଧ୍ୟ ଠିକ ହୋଇ ଯାଇଛନ୍ତି । ନିକଟରେ ହିଁ କେନ୍ଦ୍ର ସରକାର ଦିଲ୍ଲୀ ଓ କର୍ଣ୍ଣାଟକର କିଛି ହସ୍ପିଟାଲକୁ ଏହି ଥେରାପି ଦ୍ଵାରା ଚିକିତ୍ସା କରିବାର ଅନୁମତି ଦେଇଛନ୍ତି । ମହାମାରୀ ଭୂତାଣୁ ସହ ଲଢିବାରେ ଏହି ଚିକିତ୍ସା ବହୁତ ଭଲ ପ୍ରମାଣିତ ହେଉଛି ।

କଣ ଅଟେ ପ୍ଲାଜମା ଥେରାପି

ଦିଲ୍ଲୀ ର ଆଇଏଲବିଏସ ହସ୍ପିଟାଲର ପ୍ରମୁଖ ଡାକ୍ତର ଏସକେ ସରିନଙ୍କର କହିବା ଅଟେ କି ପ୍ଲାଜମା ଥେରାପି ଦ୍ଵାରା ଠିକ ହୋଇଯାଇଥିବା ଲୋକଙ୍କର ପ୍ଲାଜମାକୁ ରୋଗୀଙ୍କୁ ଟ୍ରାନ୍ସଫ୍ୟୁଜନ କରାଯାଇଥାଏ । ଥେରାପିରେ ଆଣ୍ଟିବଡିର ବ୍ୟବହାର କରାଯାଇଥାଏ, ଯିଏ କୌଣସି ଭୂତାଣୁ ବା ବ୍ୟାକ୍ଟେରିଆ ବିରୁଦ୍ଧରେ ଶରୀରରେ ସୃଷ୍ଟି ହୋଇଥାଏ । ଏହି ଆଣ୍ଟିବଡି ଭଲ ହୋଇ ସାରିଥିବା ଲୋକଙ୍କ ଶରୀର ରୁ ବାହାର କରି ରୋଗୀଙ୍କ ଶରୀରରେ ଦିଆଯାଇଥାଏ । ରୋଗୀ ମଧ୍ୟରେ ଆଣ୍ଟିବଡି ର ପ୍ରଭାବ ପଡିଲା ପରେ ଭୂତାଣୁ କମ୍ଜୋର ହେବାକୁ ଲାଗିଥାଏ । ଏହା ପରେ ରୋଗୀ ଭଲ ହେବାର ସମ୍ଭାବନା ବଢି ଯାଇଥାଏ ।

ଉଲ୍ଲେଖନୀୟ ଅଟେ କି ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ (ICMR) ନିକଟରେ ହିଁ ମହାମାରୀ ଭୂତାଣୁର ଚିକିତ୍ସା ପାଇଁ ପ୍ଲାଜମା ଥେରାପି କୁ ବି ଅନୁମତି ଦେଇଛନ୍ତି । ଦେଶରେ କିଛି ଅନ୍ୟ ରାଜ୍ୟରେ ବି ଚିକିତ୍ସା ପାଇଁ ଏହି ଥେରାପି ର ବ୍ୟବହାର ପାଇଁ ଅନୁମତି ମିଳିପାରେ । ଦେଶର ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।