ପିତ୍ତର ଷ୍ଟୋନ ପାଇଁ ଚିନ୍ତିତ ଅଛନ୍ତି କି? ଅପରେଶନ ପରିବର୍ତ୍ତେ ଆପଣେଇ ପାରିବେ ଏହି ଘରୋଇ ଉପାୟ, ଜଲଦି ମିଳିବ ଆରମ !

ମଣିଷ ଶରୀରର ଗଠନ ବହୁତ ଜଟିଳ ଅଟେ । ଏହା ବିଷୟରେ ସାଧାରଣ ମଣିଷ ଶୀଘ୍ର ବୁଝିପାରେ ନାହିଁ । ମଣିଷ ଶରୀର ବହୁତ ଜଲଦି ରୋଗର ବଶରେ ଆସିଥାଏ । ଏହି କାରଣରୁ ମଣିଷ ଜୀବନ ସାରା କୌଣସି ନା କୌଣସି ସମସ୍ୟାରେ ଚିନ୍ତିତ ରହିଥାଏ । କିଛି ଏମିତି ବି ଲୋକ ଥାଆନ୍ତି ଯିଏ ଜୀବନ ସାରା ନିରୋଗ ରୁହନ୍ତି । ସେମାନେ ନିଜ ଶରୀର ଓ ସ୍ୱାସ୍ଥ୍ୟ ର ବହୁତ ଯତ୍ନ ନେଇଥାନ୍ତି । ଏହି କାରଣ ହୋଇଥାଏ କି ସେ ବହୁତ କମ ରୋଗରେ ପଡିଥାନ୍ତି ।

ଷ୍ଟୋନ ଦୁଇ ପ୍ରକାରର ହୋଇଥାଏ

ଶରୀରରେ ବହୁତ ପ୍ରକାରର ସମସ୍ୟା ଥାଏ, ସେଥି ମଧ୍ୟରୁ ଗୋଟିଏ ଷ୍ଟୋନର ସମସ୍ୟା । ଷ୍ଟୋନ ଦୁଇ ପ୍ରକାରର ହୋଇଥାଏ, ଗୋଟିଏ କିଡନୀ ଷ୍ଟୋନ ଓ ଅନ୍ୟଟି ପିତ୍ତ ଷ୍ଟୋନ । ଯେତେବେଳେ ବ୍ୟକ୍ତିର କିଡନୀ ରେ ଷ୍ଟୋନ ହୋଇଯାଇଥାଏ ତେବେ ପେଟର ତଳ ଅଂଶରେ କଷ୍ଟ ହୋଇଥାଏ । କିଛି ଥର ଏହା ପରିସ୍ରା ବାଟରେ ବାହାରକୁ ବାହାରି ଯାଇଥାଏ । କିନ୍ତୁ ଯେବେ ପିତ୍ତରେ ଷ୍ଟୋନ ହୋଇଯାଏ ତେବେ ପେଟର ଡାହାଣ ପଟରେ ବହୁତ କଷ୍ଟ ହୋଇଥାଏ । ଅଧିକାଂଶ ଲୋକ ଏହାକୁ ସର୍ଜରୀ ଜରିଆରେ ବାହାର କରନ୍ତି ।

ଷ୍ଟୋନରୁ ଆରମ ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ସେଓ ର ଜୁସ ବା ଭିନେଗାର

ସେଓ ରେ ଫୋଲିକ ଏସିଡ ଥାଏ ଯିଏ ଷ୍ଟୋନକୁ ମିଳାଇବାରେ ବହୁତ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସେଓ ବା ତାର ଜୁସ ସେବନ କରିବା ଦ୍ଵାରା ଷ୍ଟୋନର ସମସ୍ୟାରୁ ମୁକ୍ତି ପାଇ ପାରିବା । ଏହା ବ୍ୟତୀତ ଆପଣ ଗୋଟିଏ ଗ୍ଲାସ ସେଓ ଜୁସ ରେ ଗୋଟିଏ ଚାମଚ ଭିନେଗାର ମିଶାଇ ଦିନରେ ଦୁଇ ଥର ସେବନ କରନ୍ତୁ , ଜଲଦି ଆପଣଙ୍କର ଷ୍ଟୋନ ମିଳାଇ ବାକୁ ଲାଗିବ ।

ନାସପାତି ର ଜୁସ

ନାସ୍ପାତିର ଜୁସ ରେ ପ୍ୟାକ୍ଟିନ ତତ୍ତ୍ଵ ମିଳିଥାଏ ଯିଏ ଲିଭରରେ କୋଲେଷ୍ଟ୍ରୋଲ ତିଆରି ହେବାକୁ ବାଧା ଦେଇଥାଏ । କୋଲେଷ୍ଟ୍ରୋଲ ଷ୍ଟୋନ ହେବାର ମୁଖ୍ୟ କାରଣ ହୋଇଥାଏ । ଷ୍ଟୋନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଗ୍ଲାସ ଗରମ ପାଣିରେ ଏକ ଗ୍ଲାସ ନାସ୍ପାତିର ଜୁସ ମିଶାନ୍ତୁ । ଏହା ପରେ ୨ ଚାମଚ ମହୁ ମିଶାଇ ଏହି ଜୁସକୁ ଦିନରେ ତିନିଥର ଖାଆନ୍ତୁ ।

ବିଟ ଓ କାକୁଡି

ଗୋଟିଏ ବିଟ, ଗୋଟିଏ କାକୁଡି ଓ ୪ ଟି ଗାଜର ନେଇ ତାର ଜୁସ ତିଆରି କରନ୍ତୁ । ଏହି ଜୁସ ର ସେବନ ଦିନରେ ଦୁଇ ଥର କରନ୍ତୁ । ଏଥିରେ ଥିବା ଭିଟାମିନ ସି ଓ କୋଲୋନ ତତ୍ତ୍ଵ ବ୍ଳାଡର ରେ ଜମିଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଦେଇଥାଏ, ଏଥିରେ ଷ୍ଟୋନ ବି ବାହାରି ଯାଇଥାଏ ।

ପୁଦିନା

ପୁଦିନା ରେ ତାରପିନ ତତ୍ତ୍ଵ ଥାଏ ଯିଏ ଷ୍ଟୋନକୁ ମିଳାଇବାରେ ସାହାର୍ଯ୍ୟ କରିଥାଏ । ଗୋଟିଏ ଗ୍ଲାସ ପାଣି ଗରମ କରି ସେଥିରେ କିଛି ସଜ ପୁଦିନା ପତ୍ର ପକାନ୍ତୁ । ଭଲ ଭାବେ ଫୁଟିବା ପରେ ପାଣିକୁ ଥଣ୍ଡା କରି ସେଥିରେ ମହୁ ମିଶାନ୍ତୁ ଓ ଦିନରେ ଦୁଇ ଥର ଏହାର ସେବନ କରନ୍ତୁ ।

ଯଦି ଆପଣ ବି ଏହି ସମସ୍ୟାରେ ପୀଡିତ ତେବେ ଆମର ଏହି ଘରୋଇ ଉପାୟକୁ ଆପଣାଇ ଦେଖନ୍ତୁ ନିଶ୍ଚୟ ଆରାମ ମିଳିବ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି ।