ବହୁତ ବୟସ ପର୍ଯ୍ୟନ୍ତ ଯବାନ ରହିବାକୁ ଚାହୁଞ୍ଚନ୍ତି ତ ଏହି ୫ ଟି ଜିନିଷର ତ୍ୟାଗ କରନ୍ତୁ ?

ଶାସ୍ତ୍ର ରେ କୁହାଯାଇଛି କି ଜୀବନ ଏକ ଏମିତିକା ମୋହ ଅଟେ ଯେଉଁଥିରେ ପଡିଲେ ଇଚ୍ଛାର କେବେ ଅନ୍ତ ହୁଏନାହିଁ । ଏହି ମୋହ ମାୟା ଭରା ଦୁନିଆରେ ମଣିଷ ଅଧିକ ବଞ୍ଚିବାକୁ ଚାହେଁ, ପରନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିବା କାରଣରୁ ସେହି ଲୋକ ଦୁର୍ଲଭ ଓ ମହତ୍ତ୍ୱପୂର୍ଣ୍ଣ ଜୀବନ କାଳରେ ଏମିତି ଭୁଲକୁ ନିରନ୍ତର କରିଥାନ୍ତି ଯାହା ତାଙ୍କୁ ଅସମୟରେ ବୃଦ୍ଧାବସ୍ଥାରେ ପହଞ୍ଚାଇଥାଏ । କଣ ଆପଣ ବି ଜାଣତରେ ବା ଅଜଣାତରେ ଏମିତିକା ଭୁଲ କରୁ ନାହାଁନ୍ତି ଯିଏ ଆପଣଙ୍କର ଆୟୁଷକୁ କମ କରୁଥିବ ? ଶୁଣି କି ଅଜବ ଲାଗୁଥିବ କିନ୍ତୁ ଏହା ସତ୍ୟ ଅଟେ ।

ଆମର ଦୈନିକ ଜୀବନର ସାମାନ୍ୟ ଅଭ୍ୟାସ ହିଁ ଆମକୁ ସମୟ ପୂର୍ବରୁ ବୁଢା କରି ଦେଇଥାଏ । ଆମେ ଯେଉଁ ପ୍ରକାରର ଭୋଜନ କରିଥାଉ ତାର ସିଧା ପ୍ରଭାବ ଆମ ଶରୀର ଉପରେ ପଡିଥାଏ । କିନ୍ତୁ ଏଥିରୁ ଅଜଣା ଥିବା ଲୋକ ସଉକ ଓ ଭୋକର ବଶରେ ହୋଇ ଆବଶ୍ୟକ ଠାରୁ ଅଧିକ ଖାଇଥାନ୍ତି । ଭିନ୍ନ ଭିନ୍ନ ସ୍ଵାଦ ପାଇଁ ଅଲଗା ଅଲଗା ପ୍ରକାରର ଭୋଜନ କରିବା ଆବଶ୍ୟକ କିନ୍ତୁ ଏଥିରେ କିଛି ଏମିତିକା ଜିନିଷ ବି ଅଛି ଯାହାକୁ ଖାଇବା ସମୟରେ ତାର ମାତ୍ରାର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ ।

ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାର ଅଧିକ ସେବନ କରିବା ଦ୍ଵାରା ଆପଣଙ୍କର ବୟସ ଶୀଘ୍ର ବଢିଯିବ ।

ବନସ୍ପତି ତେଲ

ଫ୍ୟାସନ ଦୁନିଆରେ ଲୋକ ତେଲ ଯୁକ୍ତ ଖାଦ୍ୟ ଖାଇବା ଅଧିକ ପସନ୍ଦ କରିଥାନ୍ତି । ଏହି ତେଲ ଯୁକ୍ତ ଖାଦ୍ୟ ଯେମିତି କି ବନସ୍ପତି ତେଲ, ସୋୟାବିନ ତେଲ ଇତ୍ୟାଦି ସିଧା ଆମର କୋସିକା ଝିଲ୍ଲୀରେ ଅଟକି ଆମକୁ ଅଧିକ ଦୁର୍ବଳ କରିଦେଇଥାଏ । ଏଥିପାଇଁ ଯେଉଁମାନେ ସ୍ୱାସ୍ଥ୍ୟବାନ ହେବାକୁ ଚାହାଁନ୍ତି ଭୁଲରେ ବି ତେଲ ଛଣା ଜିନିଷ ଖାଆନ୍ତୁ ନାହିଁ । ଯଦି ଖାଇବେ ବନସ୍ପତି ତେଲ ବଦଳରେ ନଡିଆ ତେଲର ବ୍ୟବହାର କରନ୍ତୁ । ଅଲିଭ ଅଏଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ।

ସୁଗାର

ଲୋକ ସୁଗାର ର ମାନେ ଚିନି ବୋଲି ବୁଝନ୍ତି କିନ୍ତୁ ଏମିତି ନୁହେଁ ଚିନି ବ୍ୟତୀତ ବହୁତ ଜିନିଷ ଅଛି ଯେଉଁଥିରେ ସୁଗାର ଭରପୁର ମାତ୍ରାରେ ଥାଏ । ଏଥି ମଧ୍ୟରୁ କେଚପ, ସଫ୍ଟ ଡ୍ରିଙ୍କ, ମିଠା, ଆଳୁ ଇତ୍ୟାଦି ପ୍ରମୁଖ ଅଟେ । ଏହି ଜିନିଷ ଖାଇବା ଦ୍ଵାରା ଆମ ଶରୀରରେ ସୁଗାରର ମାତ୍ରା ବଢିଯାଇଥାଏ ଓ ଅସମୟରେ ଆମର ବୃଦ୍ଧାବସ୍ଥା ଆସିଥାଏ ।

ଆଲ୍କୋହୋଲ

ଯଦି ଆପଣଙ୍କର ଆନ୍ତରିକ ଅଙ୍ଗ ସୁସ୍ଥ ରହେ ତେବେ ବାହାରେ ତ୍ଵଚ୍ଚାରେ ଗ୍ଲୋ ରହିଥାଏ । ଏହି ଆନ୍ତରିକ ଅଙ୍ଗ ମଧ୍ୟରୁ ଲିଭର ସବୁଠୁ ମହତ୍ତ୍ଵପୂର୍ଣ୍ଣ ଅଟେ । ଆଲ୍କୋହଲ ମାତ୍ରା ବଢିଗଲେ ସ୍କିନ ଗ୍ଲୋ ଫିକା ପଡିଯାଏ ଓ ଆପଣ ବୁଢା ଦେଖାଯାନ୍ତି । ଏହି ବିଷାକ୍ତ ଜିନିଷରୁ ବଞ୍ଚିବା ପାଇଁ ଚେଷ୍ଠା କରନ୍ତୁ ।

ଫାଷ୍ଟଫୁଡ

ଆଜିର ଆଧୁନିକ ସମୟରେ ପ୍ରାୟତଃ ସମସ୍ତଙ୍କୁ ଫାଷ୍ଟଫୁଡ ପସନ୍ଦ ହୋଇଥାଏ । ସକାଳେ ନୁଡଲ ତ ସନ୍ଧ୍ୟାରେ ବର୍ଗର । ପରନ୍ତୁ ଧ୍ୟାନ ରଖିବେ କି ଆପଣଙ୍କର ଏହି ଖରାପ ଅଭ୍ୟାସ ଆପଣଙ୍କୁ ଅସମୟରେ ବୁଢା କରିଦେଇଥାଏ ।

ମସଲାଯୁକ୍ତ ଖାଦ୍ୟ

ମସଲା ଯୁକ୍ତ ଖାଦ୍ୟ ଦେଖିବାକୁ ତ ରୟାଲ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ସବୁଠୁ ହାନିକାରକ ହୋଇଥାଏ । ଏଥିରେ ଥିବା ମସଲା ଆମର ରକ୍ତ ଧମନୀରେ ଯାଇଁ ସିଧା ଆମ ତ୍ଵଚ୍ଚାକୁ ହାନି ପହଞ୍ଚାଇଥାନ୍ତି । ଏଥିପାଇଁ ଯଦି ଯବାନ ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ମସଲାଯୁକ୍ତ ଖାଦ୍ୟ ଲିମିଟ ରେ ହିଁ ଖାଆନ୍ତୁ ।

ଯଦି ଆପଣ ବି ଅସମୟରେ ବୁଢା ହେବାକୁ ଚାହୁଁନାହାଁନ୍ତି ତେବେ ପରିତ୍ୟାଗ କରନ୍ତୁ ଏହି ସବୁ ଜିନିଷ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରି ସାଙ୍ଗମାନଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।