ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ମୀନ ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

ମୀନ ରାଶି ଏକ ଜଳତତ୍ତ୍ଵର ରାଶି ହୋଇଥିବାରୁ ଏମାନଙ୍କ ସ୍ଵଭାବ ବି ଜଳ ପରି ସାହାଯ୍ୟକାରୀ ହୋଇଥାଏ ଓ ଏମାନେ ଦୟାଳୁ ମଧ୍ୟ ହୋଇଥାନ୍ତି । ଆଗକୁ ବଢିବାର ଉତ୍ସାହ ଥିବା ସହ ଏମାନେ ଦୂରଦୃଷ୍ଟି ମଧ୍ୟ ରଖିଥାନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ହଳଦିଆ ଓ ଶୁଭବାର ହେଉଛି ରବିବାର ଏବଂ ଗୁରୁବାର । ଶୁଭଦେବତା ହେଉଛନ୍ତି ଭଗବାନ ନାରାୟଣ ଓ ଶ୍ରୀଜଗନ୍ନାଥ ଏବଂ ଶୁଭଦେବୀ ହେଉଛନ୍ତି ତାରାତାରିଣୀ ଓ ମା’ ତାରିଣୀ ।
ଶୁଭସଂଖ୍ୟା ୩ ଓ ପ୍ରତ୍ଯେକ ମାସର ୩, ୧୨, ୨୧ ଏବଂ ୩୦ ତାରିଖ ହେଉଛି ଶୁଭ । ଏହିଦିନ କୌଣସି ଶୁଭକାର୍ଯ୍ୟ ଆରମ୍ଭ କଲେ ନିଶ୍ଚୟ ସଫଳ ହେବେ । ମୀନ ରାଶି ପାଇଁ ୨୦୨୨ ଜୁନ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ପ୍ରାପ୍ତ ହେବ ଓ ଆତ୍ମବିଶ୍ବାସରେ ବୃଦ୍ଧି ଘଟିବ ।

ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ । କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିଛି । କର୍ମକ୍ଷେତ୍ରରେ ସଫଳତା ଓ ମାନସମ୍ମାନ ପ୍ରାପ୍ତ ହେବ । ସରକାରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ଫଳଦାୟକ ରହିବ ତଥା ପଦୋନ୍ନତିର ମାର୍ଗ ପ୍ରଶସ୍ଥ ହେବ । ବାଣିଜ୍ୟ ବ୍ୟବସାୟରେ ଉତ୍ତମ ଫସଲ ପ୍ରାପ୍ତି ହେବ ଓ ଆପଣ ବ୍ୟବସାୟ ବିସ୍ତାର କରିବାରେ ସକ୍ଷମ ହେବେ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ମାସଟି ଉତ୍ତମ ଅନୁକୂଳ ରହିଛି ।
ଆପଣ ନିଜ କର୍ମ ତଥା ପରିଶ୍ରମ ଦ୍ଵାରା ଉତ୍ତମ ଧନପ୍ରାପ୍ତି କରିବାରେ ସଫଳ ହେବେ । ଶେୟାର ମାର୍କେଟ ଆଦି ନିବେଶ ଲାଭଦାୟକ ସିଦ୍ଧ ହେବ । ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ କରିପାରନ୍ତି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ରହିଛି । ଆୟ ଠାରୁ ବ୍ୟୟ ବଢିପାରେ ତେଣୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଉତ୍ତମ ରହିବ । ପରସ୍ପର ମଧ୍ୟରେ ଭଲପାଇବା ଓ ବୁଝାମଣା ବୃଦ୍ଧି ପାଇବ । ବିବାହିତ ବ୍ୟକ୍ତିଙ୍କ ପାଇଁ ମାସଟି ସାମାନ୍ଯ ସଂଘର୍ଷପୂର୍ଣ୍ଣ ରହିପାରେ । ଜୀବନସାଥିଙ୍କ ସହ ଯୁକ୍ତିତର୍କ ଓ ଭୁଲ ବୁଝାମଣା ହୋଇପାରେ, ସେଥିପ୍ରତି ସାବଧାନ ରୁହନ୍ତୁ । ପରିବାର ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ମନୋମାଳିନ୍ୟ ଦେଖା ଦେଇପାରେ ତେଣୁ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।
ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ଯେକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରି ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ଅବା ଶୁଣନ୍ତୁ । ଏହାସହ ଛୋଟ ଚଢେଇ ଏବଂ ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।