ମୀନ ରାଶି (Pisces) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ, ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମଧ୍ୟ ମାଡି ଆସିଥାଏ । ସେହି ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ଆଜି ଆମେ ଜାଣିବା ମୀନ ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିପରି ଫଳ ପ୍ରଦାନ କରିବାକୁ ଯାଉଛି ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ଆପଣଙ୍କୁ କଣ ପ୍ରତିକାର କରିବାକୁ ହେବ ।

ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ହଳଦିଆ । ବିଶେଷ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁ କିମ୍ବା ହଳଦୀ ପ୍ରୟୋଗ କରିବା ଓ ହଳଦିଆ ବସ୍ତ୍ର ପିନ୍ଧିବା ଦ୍ଵାରା ଶୁଭଫଳ ମିଳିଥାଏ । ଆପଣଙ୍କ ପାଇଁ ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ରବିବାର ଏବଂ ଗୁରୁବାର । ଏହିଦିନ ବ୍ରତ ଉପବାସ କଲେ ଶୀଘ୍ର ମାନସିକ ପୂରଣ ହୋଇଥାଏ । ଶୁଭଦେବତା ଭଗବାନ ଶ୍ରୀନାରାୟଣ ଓ ଜଗନ୍ନାଥ ଏବଂ ଶୁଭଦେବୀ ହେଉଛନ୍ତି ମା ତାରିଣୀ ।

ଶୁଭସଂଖ୍ୟା ହେଉଛି ୩ ଏବଂ ପ୍ରତ୍ଯେକ ମାସର ୩, ୧୨, ୨୧ ଓ ୩୦ ତାରିଖ ହେଉଛି ଶୁଭ, ଏହିଦିନ ମାନଙ୍କରେ ଶୁଭ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ । ଦେଖିବାକୁ ଗଲେ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିଛି କ୍ଷେତ୍ରରେ ସଫଳତା ନେଇକରି ଆସିବ । କ୍ଯାରିୟର ପାଇଁ ମାର୍ଗ ଶକ୍ତିଶାଳୀ ହେବ ଓ ଚାକିରି କ୍ଷେତ୍ରରେ ଆପଣ ଉନ୍ନତି କରିବେ ।

ଚାକିରି, ବ୍ୟବସାୟ ଓ ବିଦେଶ ସହ ଜଡିତ ଲୋକମାନଙ୍କ ପାଇଁ ଏହି ସମସ୍ଯା ଉତ୍ତମ ଅନୁକୂଳ ରହିଛି । ବ୍ୟବସାୟରୁ ଭଲ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଦୀର୍ଘ ଦିନରୁ ଚାଲିଥିବା ସମସ୍ଯାରୁ ମୁକ୍ତି ମିଳିବ । କିଛି ଲୋକଙ୍କୁ ଏହି ମାସରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାସଟି ଅନୁକୂଳ ରହିବ । ଏହି ସମୟରେ ପାରିବାରିକ ବିବାଦ ଦୂର ହେବାକୁ ଲାଗିବ । କିନ୍ତୁ ଆପଣଙ୍କ ପ୍ରେମ ଜୀବନରେ କିଛି ସମସ୍ଯା ଦେଖା ଦେଇପାରେ ।

କୌଣସି କାରଣରୁ ପ୍ରେମୀଙ୍କ ସହ ଝଗଡା ଲାଗିପାରେ ଓ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ବଢିପାରେ । ଏହି ମାସରେ ଆପଣଙ୍କ ଆର୍ଥିକ ସ୍ଥିତି କିନ୍ତୁ ବେଶ ଭଲ ରହିବ, ହେଲେ ବ୍ୟୟରେ ବୃଦ୍ଧି ଘଟିବ । ତେଣୁ ଅଯଥା ଖର୍ଚ୍ଚ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହି ମାସରେ କିଛି ପୁରୁଣା ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡିବ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ । ବୃଦ୍ଧଲୋକଙ୍କ ସେବା କରନ୍ତୁ ବା ବୃଦ୍ଧାଶ୍ରମ ଯାଇ କିଛି ସାହାଯ୍ୟ କରନ୍ତୁ । ଯଦି ଯାଇ ପାରୁନାହାନ୍ତି ତେବେ ଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ ତଥା ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ ।

ଗୁରୁବାର ଦିନ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ଓ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଦେଖିବେ ଅଶୁଭ ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।