ଆଖି ସାମ୍ନାରେ ଜଳି ଯାଉଥିଲା ସ୍ଵାମୀ ପିଣ୍ଟୁ ନନ୍ଦଙ୍କ ମରଶରୀର । ହେଲେ ଦେଖି ପାରୁ ନଥିଲେ ସ୍ତ୍ରୀ । ସ୍ଵାମୀଙ୍କ ଚିତା ଆଗରେ ବାରମ୍ବାର ଚେତାଶୁନ୍ୟ ହୋଇ ପଡୁଥିଲେ । ସ୍ଵାମୀ ଜୁଇରେ ଜଳି ଯାଉଥିବା ଦେଖି ସ୍ତ୍ରୀଙ୍କୁ ବହୁତ କଷ୍ଟ ହେଉଥିଲା । ସତେ ଯେମିତି ମନ ତାଙ୍କ କହୁଥିବ କିଛି ଗୋଟେ ଚମତ୍କାର ହେଉ ଆଉ ମୋ ସ୍ଵାମୀ ସେ ଜୁଇ ନିଆଁରୁ ଉଠି ଆସନ୍ତୁ । ଏବେ ଆଉ ଅଲଗା ହେବେନି କି ତାଙ୍କର କିଛି ବି ହେବାକୁ ଦେବେନି । ଆଜି ଆଉ କାହା କଥା ଶୁଣିବାକୁ ଇଚ୍ଛା ହେଉନି ଶିଳ୍ପାଙ୍କର ।
ପିଣ୍ଟୁଙ୍କ ଜୁଇ ପାଖେ ରାହା ଛାଡି କାନ୍ଦୁଛନ୍ତି ଆଉ ତାଙ୍କୁ ବୁଝେଇବା ମଧ୍ୟ ଅସମ୍ଭବ ହୋଇପଡୁଛି । ମୁହଁରୁ ଖାଲି ଗୋଟିଏ କଥା ବାହାରୁଛି, ପିଣ୍ଟୁ ମୋତେ ଛାଡି ଯାଅନି । ସାତଜନ୍ମର ସାଥି ହୋଇଥିଲେ ହେଲେ ଅଧା ରାସ୍ତାରେ ସ୍ଵାମୀ ତାଙ୍କୁ ଏମିତି ଛାଡି ଚାଲିଯିବେ ବୋଲି କେବେ ସ୍ଵପ୍ନରେ ବି ସେ ଭାବି ନଥିବେ । ଦୁଇ ପୁଅଙ୍କୁ ନେଇ ଏକାକୀ ଏ ଦୁନିଆରେ କେମିତି ବଞ୍ଚିବି ବୋଲି ତାଙ୍କ ମନ କହୁଥିବ । ଗତକାଲି ସ୍ଵର୍ଗଦ୍ଵାରରେ ପିଣ୍ଟୁ ନନ୍ଦ ଶ୍ମଶାନ ଜୁଇରେ ଜଳି ଯାଉଥିବା ବେଳେ ତାଙ୍କୁ ଦେଖି ପାରୁ ନଥିବେ ସ୍ତ୍ରୀ ଶିଳ୍ପା ।
ପିଣ୍ଟୁ ଓ ଶିଳ୍ପା ଦିନେ ଭଲ ପାଇ ବାହା ହୋଇଥିଲେ ଆଉ ନିଜ ସୁନାର ସଂସାର ଗଢିଥିଲେ । ରାଜକୁମାର ଭଳି ଦୁଇ ପୁଅ ମଧ୍ୟ ତାଙ୍କ ଠାରୁ ଜନ୍ମ ହୋଇଥିଲେ । ହେଲେ 12 ବର୍ଷର ବୈବାହିକ ଜୀବନ ମଧ୍ୟରେ ହଠାତ ଘୋଟି ଆସିଥିଲା ଦୁଃଖର କଳାବାଦଲ । ସାମାନ୍ଯ ମନୋମାଳିନ୍ୟ ଯୋଗୁଁ ଦୁହେଁ କିଛି ସମୟ ପରସ୍ପର ଠାରୁ ମୁହଁ ମୋଡି ଦେଇଥିଲେ ।
ଆଉ ଏତିକି ସମୟ ଭିତରେ ଘଟିଗଲା କେତେ କଣ । ହଠାତ ପିଣ୍ଟୁ ଅସୁସ୍ଥ ହୋଇପଡିଲେ ଆଉ ଶେଷରେ ସମସ୍ତଙ୍କୁ ପର କରି ଆରପାରିକି ଚାଲିଗଲେ । ଆଉ ସ୍ଵାମୀ ଚାଲିଯିବା ପରେ ନିଜକୁ ଆଉ ସମ୍ଭାଳି ପାରୁ ନାହାନ୍ତି ସ୍ତ୍ରୀ ଶିଳ୍ପା । କେତେ କଣ ମାନ ଅଭିମାନ ଓ କଥା ଉଭୟଙ୍କ ମଧ୍ୟରେ ଥିଲା ଯାହା ଏ ଜନ୍ମରେ ତ ଆଉ କେବେବି କେହି କାହାରିକୁ କହିପାରିବେ ନାହିଁ । ପିଣ୍ଟୁ ତ ଚିରନିଦ୍ରାରେ ଶୋଇଗଲେ ହେଲେ ଏତେ ଭାରି ବୋଝ ନେଇ ଶିଳ୍ପା କେମିତି ବଞ୍ଚିବେ ତାହା ବୁଝି ପାରୁ ନଥିବେ ।
ଯାହା ଆଜି ତାଙ୍କ ଅବସ୍ଥା ବେଶ ସ୍ପଷ୍ଟ କରି ଦେଉଛି । ତେବେ ଇଶ୍ଵର ପିଣ୍ଟୁଙ୍କ ପରିବାରକୁ ଧୈର୍ଯ୍ୟ, ସାହାସ ଓ ସାନ୍ତ୍ଵନା ଦିଅନ୍ତୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।