ପିଲାବେଳୁ ଏଭଳି କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସିଥିଲା Archana, ସାମ୍ନାକୁ ଆସିଲା ହନିଟ୍ରାପ କୁଇନ ଅର୍ଚ୍ଚନା ବାପାଙ୍କ ଅସଲ ଚେହେରା

ରାଜଧାନୀ ଭୁବନେଶ୍ବରରେ ମାଳ ମାଳ ନେତା ଓ ଅଫିସରଙ୍କୁ ନିଜ ମାୟାଜାଲରେ ଫସାଇଥିବା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ରାଜାଉଆଁସ ତ ଆପଣ ଦେଖିଛନ୍ତି । ହେଲେ କଳାହାଣ୍ଡିରେ ଥିବା ଅର୍ଚ୍ଚନାଙ୍କ ପୈତୃକ ଘର ଦେଖିଲେ ମଧ୍ୟ ଆପଣଙ୍କ ଆଖି ଖୋସି ହୋଇଯିବ । କେବଳ କଳାହାଣ୍ଡି ଲାଞ୍ଜିଗଡର କେସିଙ୍ଗା ନୁହେଁ ବରଂ ଜଳେଶ୍ଵରରୁ ଭୁବନେଶ୍ବର ପର୍ଯ୍ୟନ୍ତ ମାୟାବିନି ଅର୍ଚ୍ଚନା ନାଗ ନିଜ ମାୟାଜାଲ ମେଲାଇ ଥିଲା । ସେଥିପାଇଁ ତ ସାରା ରାଜ୍ୟରେ ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି ।

ଅର୍ଚ୍ଚନାଙ୍କ କେଳେଙ୍କାରିର ଫର୍ଦ୍ଦ ସାରିବାରେ ନାଁ ନେଉନି । କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କର ଏହି ଗୋଲାପି କୋଠାଟି ବୁଢାଡଙ୍ଗର ପାଦ ଦେଶରେ ଅଛି । ଆଉ ଅର୍ଚ୍ଚନାଙ୍କ ବାପାମା’ ଏହି କୋଠାରେ ରୁହନ୍ତି । ଏହି ଘର ନାଁରେ ଅଭିଯୋଗ ଆସିଛି କି, ଏହି ଦୁଇ ମହଲା ବିଶିଷ୍ଟ ଗୋଲାପି କୋଠାଟି ହୃଷିକେଶ ମହଲା ନାମକ ଜଣେ ଟେଲର ଦୋକାନୀଙ୍କ ଦୋକାନ ଉପରେ ଛିଡା ହୋଇଛି । ୨୦୧୯ରେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ ହୃଷିକେଶଙ୍କୁ ତଡି ଏଠାରେ ଘର ତିଆରି କରିଛନ୍ତି ।

ଦୁଇଟି ନାଗ ସାପ ଆକୃତି ଥିବା ଏହି ଘର ସରକାରୀ ଜାଗାରେ ତିଆରି ହୋଇଥିବା ବେଳେ ଏହାର କୌଣସି ଦସ୍ତାବିଜ ବି ନାହିଁ । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ସରକାରୀ ଜମିରେ ଏତେ ବଡ ଘର ତିଆରି ହୋଇଥିବା ବେଳେ ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏବେ ନୁହେଁ ବରଂ ୨୦୦୧ରୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ ସତ । କାରଣ ଲାଞ୍ଜିଗଡ କେନ୍ଦୁବୁଡାରେ ଜନ୍ମିତ ଅର୍ଚ୍ଚନା ୯ ନଭେମ୍ବର ୨୦୦୧ରେ ସ୍ଥାନୀୟ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ଆଡମିଶନ କରିଥିଲା ।

ସେଠାରେ ୨୦୦୮ ଯାଏଁ ପଢିଥିଲା ଅର୍ଚ୍ଚନା । ହେଲେ ୨୦୦୮ରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାକୁ ସେ ଆସିଥିଲା । ସପ୍ତମ ଶ୍ରେଣୀରେ ପଢିବା ବେଳେ ଦୁଇ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା । କେସ୍ ନଂ ୮୮ ଅନୁଯାୟୀ ମାମଲା ରୁଜୁ ହେବାସହ ଅଭିଯୁକ୍ତମାନେ ଜେଲ ଯାଇଥିଲେ । ଏହି ଘଟଣା ପରେ ପୂର୍ବ କୌଣସି ସ୍କୁଲର ସାର୍ଟିଫିକେଟ ନଥାଇ ବି ନିଜ ମାମୁଁଘରେ ରହି ସେଠାକାର ସ୍କୁଲରେ ପଢିଥିଲା ଅର୍ଚ୍ଚନା ।

କେସିଙ୍ଗାରେ ହାଇସ୍କୁଲ ପରେ ବାଲେଶ୍ଵର ଜଳେଶ୍ଵରର ବୈକୁଣ୍ଠନାଥ ହାୟର ଏକାଡେମି କଲେଜରେ ଅର୍ଚ୍ଚନା ଆଡମିଶନ କରିଥିଲା । ୨୦୧୪-୧୬ ଯାଏଁ +୨ ବିଜ୍ଞାନରେ ସେ ପଢିଥିଲା । ତେବେ ପ୍ରଶ୍ନ ଉଠେ ବିନା ଟ୍ରାନ୍ସଫର ସାର୍ଟିଫିକେଟରେ କେଉଁ ଆଧାରରେ କେସିଙ୍ଗାର ଘରୋଇ ସ୍କୁଲରେ ଅର୍ଚ୍ଚନା ଆଡମିଶନ କରିଥିଲା ? ଲାଞ୍ଜିଗଡ ବିଓ ସଂଜୀବ ନାୟକଙ୍କ କହିବା ଅନୁଯାୟୀ, ଏଭଳି କାର୍ଯ୍ୟ ବେଆଇନ, ଏହା ପଛରେ କୌଣସି କାରସାଦି ହୋଇ ଥାଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।