ବହୁଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ଘଟଣା ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପିହୁ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବିଞ୍ଝାରପୁର ପୋଲିସ । ୨୦୨୦ ଅଗଷ୍ଟ ୯ ତାରିଖରେ ପିହୁ ଘର ବାହାରେ ଚାରିଜଣ ପିଲାଙ୍କ ସହ ଖେଳୁଥିଲା । ସେହି ସମୟରେ ପିହୁକୁ କେହି ଅପହରଣ କରି ନେଇ ଯାଇଥିଲା । ଅପରାହ୍ନ ପ୍ରାୟ ୩ଟା ସମୟରେ ପିହୁ ଅପହରଣ ହୋଇଥିଲା ।
ଅନେକ ଖୋଜାଖୋଜି କରିବା ପରେ ପିହୁ ନ ମିଳିବାରୁ ତାଙ୍କ ମା’ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରି ବିଦା କରି ଦେଇଥିଲେ । ଏହା ପରଠାରୁ ସେ ଅନେକ ଥର ଥାନା ଦୌଡିଛନ୍ତି ଓ ମାମଲା ମଧ୍ୟ ରୁଜୁ ହୋଇଥିଲା । ହେଲେ ଚାରିମାସ ପର୍ଯ୍ୟନ୍ତ ପିହୁକୁ ନେଇ କୌଣସି ତଦନ୍ତ ହୋଇ ନଥିଲା ।
ହେଲେ ଚାରିମାସ ପରେ ଗଣମାଧ୍ୟମରେ ପିହୁ ନିଖୋଜ ଖବର ପ୍ରସାରିତ ହେବା ପରେ ଶିଶୁ କମିଶନରଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପିହୁଙ୍କ ଘରକୁ ଯାଇ ତାଙ୍କ ବାପାମା’ଙ୍କୁ ପ୍ରତିଶ୍ରୁତି ଦେଇକି ଆସିଲେ କି ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ । ଏହାପରେ ବି ପିହୁଙ୍କ ମା’ କଲେକ୍ଟର ଅଫିସ ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ମଧ୍ୟ ବସିଥିଲେ ।
ହେଲେ ବର୍ତ୍ତମାନକୁ ଦୁଇ ବର୍ଷ ଗୋଟେ ମାସ ପୁରିଗଲାଣି । ହେଲେ ମଧ୍ୟ ଏବେ ଯାଏଁ ପିହୁକୁ ଖୋଜି ପାଇବାରେ ସକ୍ଷମ ହୋଇପାରିନି ପ୍ରଶାସନ । ପୋଲିସ ଆରମ୍ଭରୁ କେସରେ ଅବହେଳା କରିବା ଫଳରେ ଏବେ ଯାଏଁ ପିହୁର ସନ୍ଧାନ ମିଳିପାରି ନାହିଁ ବୋଲି ପିହୁର ମା ଅଭିଯୋଗ କରିଛନ୍ତି । ତେବେ ଦୁଇ ବର୍ଷ ଧରି ଅନେକ ସଂଘର୍ଷ କରିବା ପରେ ବର୍ତ୍ତମାନ ପୋଲିସ ଡିପାର୍ଟମେଣ୍ଟ ଘୋଷଣା କରିଛି କି ଯଦି କେହି ପିହୁ ସମ୍ପର୍କରେ କିଛି ବି ସୂଚନା ଦିଏ ତେବେ ତାଙ୍କୁ ୫ ଲକ୍ଷର ପୁରସ୍କାର ରାଶି ମିଳିବ ।
ତେବେ ଏହା ପୂର୍ବରୁ ମଧ୍ୟ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ହେଲେ ସେଥିରେ କୌଣସି ଫଳାଫଳ ମିଳି ନଥିବା ବେଳେ ଏବେ କଣ ହେଉଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।