ଆଉ ରହିବନି ପେଟ୍ରୋଲ ଚିନ୍ତା, ପ୍ଲାଷ୍ଟିକ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲ ତିଆରି କରୁଛନ୍ତି ବିହାରର ଏହି ଯୁବକ ମାନେ, ଦେଖନ୍ତୁ video

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଲା ଏକ ଆଶ୍ଵସ୍ତିକର ଖବର । ଏଥର ପ୍ଲାଷ୍ଟିକରୁ ତିଆରି ହେବ ପେଟ୍ରୋଲ । ଯାହାଫଳରେ ତେଲ ଦରରୁ ଲୋକଙ୍କୁ ଆଶ୍ଵସ୍ତି ମିଳିବ । ପେଟ୍ରୋଲ ଓ ଡିଜେଲର ଲଗାତାର ଦର ବୃଦ୍ଧି ହେବା ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ଛୁଇଁଲାଣି । ସେହିପରି ଅନ୍ୟପଟେ ଦିନକୁ ଦିନ ପରିବେଶ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି ।

ବିଶେଷ କରି ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି ପାଉଥିବା ବେଳେ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରତିକୂଳ ପ୍ରଭାବ ପକାଉଛି । କିନ୍ତୁ ବିହାରରେ ଆଠ ଜଣ ଯୁବକଙ୍କ ଏକ ଟିମ୍ ଏହି ଦୁଇଟି ଯାକ ସମସ୍ଯାର ସମାଧାନ ଏକା ସାଙ୍ଗେ ବାହାର କରିଛନ୍ତି । ସେମାନେ ପ୍ଲାଷ୍ଟିକ ଆବର୍ଜନାରୁ ପେଟ୍ରୋଲ ତିଆରି କରୁଛନ୍ତି । ବିହାରର ମୁଜାଫରପୁରରେ ତିଆରି ହୋଇଛି ଏପରି ଏକ ପ୍ଳାଣ୍ଟ, ଯେଉଁଠି ଅଦରକାରୀ ଭାବି ଆପଣ ଯେଉଁ ପ୍ଲାଷ୍ଟିକ ଫୋପାଡି ଦେଇଥାନ୍ତି ସେହି ପ୍ଲାଷ୍ଟିକ ଆବର୍ଜନାରୁ ଏଠାରେ ତିଆରି ହେଉଛି ପେଟ୍ରୋଲ ଓ ଡିଜେଲ ।

ଏହି ପ୍ଳାଣ୍ଟରେ ଆଠ ଜଣ ଯୁବକଙ୍କ ଏକ ଟିମ୍ ମିଳିତ ଭାବେ ପ୍ଲାଷ୍ଟିକ ଆବର୍ଜନାରୁ ବାୟୋ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିବା କାମ ଆରମ୍ଭ କରି ଦେଇଛନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ପ୍ଲାଷ୍ଟିକରୁ କିପରି ପେଟ୍ରୋଲ ଓ ଡିଜେଲ ତିଆରି ହୋଇ ପାରିବ ?

ଏହି ପ୍ଲାଣ୍ଟରେ ଲାଗିଥିବା ମେସିନରେ ପ୍ଲାଷ୍ଟିକ ଆବର୍ଜନାକୁ ପ୍ରଥମେ ଇଥେନରେ ପରିଣତ କରା ଯାଇଥାଏ । ଏହାପରେ ଇଥେନକୁ ଆଇସୋ ଅକ୍ଟେନରେ ପରିଣତ କରାଯାଇ ପେଟ୍ରୋ କେମିକାଳ ବାହାର କରା ଯାଇଥାଏ । ଏହି ପ୍ଳାଣ୍ଟ ପାଇଁ ସ୍ଥାନୀୟ ନଗର ନିଗମ ପ୍ଲାଷ୍ଟିକ ଆବର୍ଜନା ଯୋଗାଇ ଦେଉଛି । ତେବେ ଏହି ପ୍ଳାଣ୍ଟରେ ଏକ ଲିଟର ବାୟୋ ଡିଜେଲ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୬୨ ଟଙ୍କା ଖର୍ଚ୍ଚ ହେବ ଓ ଏହାର ବିକ୍ରି ମୂଲ୍ୟ ୭୦ ଟଙ୍କା ପ୍ରତି ଲିଟର ହୋଇପାରେ ।

ଏହି ୟୁନିଟ ପ୍ରତିଦିନ ୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ଆବର୍ଜନାରୁ ୧୭୫ ଲିଟର ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିବ । ଯାହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।