Petrol ଚୋରି କେମିତି ହୋଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆପଣ ଜାଣିଛନ୍ତି କି ପେଟ୍ରୋଲ ଓ ଡିଜେଲ ବହୁତ ମୂଲ୍ୟବାନ ଜିନିଷ ହୋଇଥଏ । ବହୁତ ଦେଶ ମାନଙ୍କ ଅର୍ଥ ବ୍ୟବସ୍ତା ଏହି ପେଟ୍ରୋଲ ଓ ଡିଜେଲ ମାଧ୍ୟମରେ ହିଁ ଚାଲିଥାଏ । ଭାରତରେ ଏହି ପେଟ୍ରୋଲ ଓ ଡିଜେଲ ବାହାର ଦେଶ ରୁ ଆସିଥାଏ । ତେଣୁ ଭାରତରେ  ଏହି ତେଲର ବହୁତ ମୂଲ୍ୟ ହୋଇଥଏ । କିନ୍ତୁ କିଛି ପେଟ୍ରୋଲ ଟାଙ୍କିରେ ଅସାଧୁ ବ୍ୟବସାୟୀ ମାନେ ଏଥିରେ ଠକେଇ କରିଥାନ୍ତି । ଏମାନେ ବହୁତ ଚାଲାଖି ର ସହିତ ପେଟ୍ରୋଲର ଚୋରି କରିଥାନ୍ତି । ତାହା ଆମ୍ଭେମାନେ ଜାଣି ପାରିନଥାଉ । ତେବେ ଆସନ୍ତୁ ଜାଣିବା ସେମାନେ କିପରି ଭାବେ ତେଲର ଚୋରି କରିଥାନ୍ତି ।

ଯଦି ଆପଣ ୫୦୦ ଟଙ୍କାର ତେଲ ପକାଉଛନ୍ତି ଗୋଟିଏ ବା ଦେଢ଼ ମିନିଟ ସମୟ ଲାଗିଥାଏ । ଏହି ସମୟରେ ଟାଙ୍କିର କର୍ମଚାରୀ ୧୦ ସେକେଣ୍ଡ ପାଇଁ ପାଇପର ହାଣ୍ଡେଲ କୁ ବନ୍ଦ କରିଦେଇଥାଏ । ଯାହାକି ଆପଣଙ୍କ ଧ୍ୟାନ ତାହା ଉପରେ ଯାଇନଥାଏ । ଯାହାଦ୍ଵାରା ଆପଣଙ୍କର ୫୦ ରୁ ୧୦୦ ଟଙ୍କାର ତେଲ ସେମାନେ ଠକି ଦେଇଥାନ୍ତି ।

ଏହି କିଛି ଦିନ ତଳେ ଯେତେ ଟାଙ୍କିରେ ତେଲ ଚୋରି କରିବାର ଅଭିଯୋଗ ଆସିଥିଲା , ସେଥିରୁ ଜଣାପଡିଲା କି ସେହି ଟାଙ୍କିର ମାଲିକମାନେ ଟାଙ୍କିରେ କିଛି ସ୍ୱତନ୍ତ୍ର ପ୍ରକାରର ଚିଫ୍ ଲଗାଇଥିଲେ । ଏହାଦ୍ୱାରା ଯଦି ବି ତେଲ ପାଇଁ ଆସିଥାଏ ତା ହେଲେ ତାହାର ଆପେ ଆପେ ତେଲ ପାଇପରୁ କମ ବାହାରିଥାଏ । ଏହି କାରଣରୁ ମାଲିକ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଠକାମିରୁ ଆପଣ କିପରି ରକ୍ଷା ପାଇପାରିବେ ।

ପ୍ରଥମେ ଆପଣ ଏଥିରୁ ବଞ୍ଚିବା ପାଇଁ ଡିଜିଟାଲ ମଟର ଥିବା ପେଟ୍ରୋଲ ପମ୍ପ କୁ ଯାଆନ୍ତୁ । କାରଣ ଏଥିରେ ଠକିବାର ସମ୍ଭାବନା କମ ଥାଏ । ଯଦି ଟାଙ୍କିର ମିଟର ସ୍ପୀଡ଼ ଚାଲୁଥାଏ ତେବେ ଆପଣ ଟାଙ୍କିର ମିଟରକୁ ଧୀରେ ଚଲାଇବା ପାଇଁ କୁହନ୍ତୁ । କାରଣ ସ୍ପୀଡ଼ ଚାଲିବ ଦ୍ୱାରା ତେଲ କମ ଯାଇଥାଏ ।

ଆପଣ ସବୁବେଳେ ଗାଡିର ଟାଙ୍କିକୁ ଅଧା ଉପରେ ତେଲ ରଖିବା ଉଚିତ ,କାରଣ ଟାଙ୍କି ଖାଲି ରହିବା ଦ୍ୱାରା ଟାଙ୍କିରେ ପବନ ଭରି ରହିଥାଏ । ଏହାଦ୍ୱାରା ତେଲ ଟାଙ୍କିରୁ କମ ହୋଇଯାଇଥାଏ । ଆପଣ କେବେ ବି ତେଲ ଭରିଲା ସମୟରେ ରାଉଣ୍ଡ ଫିଗର କରି ( ୧୦୦ କିମ୍ବା ୨୦୦ ଟଙ୍କା ) ତେଲ ଭରନ୍ତୁ ନାହିଁ । କାରଣ କିଛି ମାଲିକ ମାନେ ପୂର୍ବରୁ ହିଁ ଏହିଭଳି ନମ୍ବରକୁ ଫିକ୍ସ କରି ରଖିଥାନ୍ତି ।

ଏହା ଦ୍ୱାରା ସେମାନେ ତେଲ ଠକିଥାନ୍ତି । ତେଲ ପକାଇବା ସମୟରେ ଆପଣ ସବୁବେଳେ ମିଟରକୁ ଶୂନ ରେ ସେଟ କରିବାକୁ କୁହନ୍ତୁ । ନଚେତ ଆପଣଙ୍କ ତେଲ କମ ହୋଇ ଯାଇଥାଏ । ତେଣୁ ଆପଣ ଟାଙ୍କିରେ ତେଲ ଭରିବା ସମୟରେ ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।