ଗଣଦୁଷ୍କର୍ମ ପରେ କାଟି ଦେଲେ ଜିଭ, ଏହା ପରେ ଭାଙ୍ଗିଥିଲେ ମେରୁଦଣ୍ଡ, ଏମିତି କେମିତି ନୃଶଂସ ହେଇପାରେ ମଣିଷ

ଆପଣ ନିର୍ଭୟା ଗଣ ଦୁଷ୍କର୍ମ ବିଷୟରେ ଜାଣିଛନ୍ତି । ଏମିତିରେ ପୁଣି ଥରେ ନିର୍ଭୟା ଭଳି ଏକ ମାମଲା ସାମ୍ନାକୁ ଆସୁଛି । ଏହି ମାମଲା ଉତ୍ତରପ୍ରଦେଶର ହାତରସର ଅଟେ । କହିବାକୁ ଗଲେ ୧୪ ତାରିଖ ଦିନ ଗଣ ଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟ ଯୁବତୀର ମୃତ୍ୟୁ ହୋଇଛି । ଗଣ ଦୁଷ୍କର୍ମ ପରେ ମୃତ୍ୟୁ ସହ ଲଢେଇ କରି ଶେଷରେ ଏହି ଯୁବତୀ ଜଣକ ନିଜର ଆଖି ବନ୍ଦ କରିଦେଲେ ।

ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ଦିଲ୍ଲୀର ସଫଦରଜଂଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀ ଜଣକ ଏହି ସଂସାରକୁ ଛାଡି ଚାଲିଯାଇଛନ୍ତି । ଏମିତିରେ ଯଦି ଆପଣ ଏହି ଯୁବତୀର ଗଣ ଦୁଷ୍କର୍ମର କାହାଣୀ ଶୁଣିବେ ତେବେ ଆପଣ ବି ଭୟଭୀତ ହୋଇଯିବେ ।

କହିବାକୁ ଗଲେ ୧୪ ତାରିଖ ଦିନ ଚନ୍ଦପା ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ଦଳିତ ଯୁବତୀକୁ ଚାରି ଜଣ ଯୁବକ ଉଠାଇ ଏକ ଜମିକୁ ନେଇ ଯାଇ ଥିଲେ । ସବୁଠୁ ଦୁଖର କଥା ଏହା ଅଟେ କି ସେହି ଜମିରେ କେହି ବି ନ ଥିଲେ ଓ ଚାରିଆଡେ ସୁନସାନ ଥିଲା । ଏହା ପରେ ଯୁବକମାନେ ସେହି ଯୁବତୀକୁ ବାରମ୍ବାର ଦୁଷ୍କର୍ମ କରିଲେ । ଯୁବତୀ ଜଣକ ବଞ୍ଚିବା ପାଇଁ ବହୁତ ଚେଷ୍ଟା କରିଥିଲା ଓ ଚିତ୍କାର ବି କରିଥିଲା ।

କିନ୍ତୁ ତାହାର ଚିତ୍କାର ଶୁଣିବା ପାଇଁ ସେଠି କେହି ବି ଉପସ୍ଥିତ ନ ଥିଲେ । ଏହା ପରେ ଯୁବତୀ କାହାକୁ କିଛି ନ କହିଦେବ ସେଥିପାଇଁ ଯୁବତୀର ବେକ ଚିପି ତାହର ହତ୍ୟା କରିବା ପାଇଁ ବି ଚାରି ଜଣ ଯୁବକ ଉଦ୍ୟମ କରିଥିଲେ । ଏହା ସତ୍ବେ ବି ଯୁବକମାନଙ୍କର ମନ୍ଦ ଚିନ୍ତାଧାରା ଶେଷ ହୋଇ ନ ଥିଲା । ଦୁଷ୍କର୍ମ ପରେ ଯଦି ଯୁବତୀ ଜଣକ ସେମାନଙ୍କ ବିଷୟରେ ଅନ୍ୟମାନଙ୍କୁ କହିଦେବ ସେଥିପାଇଁ ନିର୍ଦୟୀ ଯୁବକମାନେ ଯୁବତୀର ଜିଭ ବି କାଟି ଦେଲେ ।

ଏତିକି ନୁହେଁ ଏହା ପରେ ଯୁବତୀର ମେରୁଦଣ୍ଡ ବି ଭାଙ୍ଗି ଦେଇଥିଲେ । ଏହା ପରେ ଯୁବତୀ ବିଷୟରେ ସୂଚନା ମିଳିବା ପରେ ଯୁବତୀକୁ ଆଲିଗଢ ହସ୍ପିଟାଲ ନିଆ ଯାଇ ଥିଲା । କିନ୍ତୁ ସେଠି ତାଙ୍କର ଅବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଂଗ ହସ୍ପିଟାଲକୁ ନିଆ ଯାଇ ଥିଲା । କିନ୍ତୁ ଶେଷରେ ଜୀବନ ସହ ଯୁଧ୍ୟ କରି ପୀଡ଼ିତା ଜଣକ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

କିନ୍ତୁ ଅନ୍ୟ ପଟେ ପୋଲିସ ଏହି ମାମଲାର ଯାଞ୍ଚ କରି ସେହି ଚାରି ଜଣ ଯୁବକଙ୍କୁ ଗିରଫ କରି ନେଇଛନ୍ତି । ଏମିତିରେ ପ୍ରଶ୍ନ ଉଠୁଛି କି ଆଉ କେତେ ଦିନ ଏହିଭଳି ଯୁବତୀଙ୍କ ବଳତ୍କାର ଓ ତାଙ୍କର ହତ୍ୟା କରାଯିବ । ଆଉ କେତେ ଦିନ ସରକାର ଓ ପୋଲିସ ଏହିଭଳି ଚୁପ ହୋଇ ବସିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।