ମଳ ମାସର କେଉଁବି ଦିନ ( ତୁଳସୀ ଙ୍କ)ସାମ୍ନାରେ କହି ଦିଅନ୍ତୁ ଏହି 3 ଶବ୍ଦ, କହୁ କହୁ ପୁରା ହେବ ସବୁ ମନୋକାମନା

ହିନ୍ଦୁ କ୍ୟାଲେଣ୍ଡର ର ୧୩ତମ ମାସ କୁ ଅଧି ମାସ କୁହାଯାଏ । ଏକ ସମୟରେ ଅଧି ମାସକୁ ମଳ ମାସ କୁହା ଯିବାରୁ ସେ ବହୁତ ଦୁଃଖିତ ହେଲେ। ଅଧି ମାସ ନିଜର ଦୁଃଖ ନେଇ ଭଗବାନ ବିଷ୍ଣୁ ଙ୍କ ଶରଣରେ ପହଞ୍ଚି ନିଜ ର ଦୁଃଖ ଜଣାଇଲେ । ଭଗବାନ ବିଷ୍ଣୁ, ଅଧି ମାସଙ୍କ ଏହି ଚିନ୍ତା କୁ ଶୁଣି ସମାଧାନ କରି ତାଙ୍କୁ ନିଜ ନାମ ପୁରୁଷୋତ୍ତମ ଦେଇଦେଲେ । ସେଥିପାଇଁ ଏହି ମାସକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ଏହା ସହିତ ଏହି ମାସରେ ଯିଏ ବି ଭଗବାନ ବିଷ୍ଣୁ ଙ୍କ ପୂଜା କରିବ ତାକୁ ତତ୍କାଳ ଫଳ ପ୍ରାପ୍ତି ହେବ ବୋଲି ବରଦାନ ମଧ୍ୟ ଦେଲେ ଓ କହିଲେ କଳିଯୁଗ ରେ ଏହି ମାସ ରେ ମୋର ଭକ୍ତି କଲେ ଅନେକ ପାପ ରୁ ମଧ୍ୟ ମୁକ୍ତି ମିଳିବ।

ଯାହା ପରେ ଏହି ମାସର ମାହାତ୍ମ୍ୟ ବଢି ଯାଇଥିଲା । ଚଳିତ ବର୍ଷ ଏହି ମାସ ୧୬ ଅକ୍ଟୋବର ଯାଏ ରହିବ । ଏଥର ଏହି ମଳ ମାସ ୧୬୫ ବର୍ଷ ପରେ ଏକ ଦୁର୍ଲଭ ସଂଯୋଗ ନେଇ ଆସିଛି । ଏହା ହେଉଛି, ଏଥର ଅଧି ମାସ ପରେ ନବରାତ୍ରି ଆସୁଛି । ମଳ ମାସ ଏଥିପାଇଁ ବି ଆସେ କାରଣ ଚନ୍ଦ୍ର ଓ ସୂର୍ଯ୍ୟ ର ପରିବର୍ତନରେ ୧୧ ଦିନର ଅନ୍ତର ଆସିଥାଏ ଓ ୩ ବର୍ଷରେ ଥରେ ଏହି ଅନ୍ତରରେ ଏକ ମାସ ବଢି ଯାଇଥାଏ।

ଭାରତୀୟ ଶାସ୍ତ୍ର ରେ ମା ତୁଳସୀଙ୍କର ଏକ ଗୁରୁତ୍ୱପର୍ଣ୍ଣ ସ୍ଥାନ ରହିଛି। ପୁରାଣ ଶାସ୍ତ୍ର ଅନୁଯାୟୀ ତୁଳସୀଙ୍କ ନାମ ମାତ୍ର ଉଚ୍ଚାରଣ କଲେ ଭଗବାନ ବିଷ୍ଣୁ ବହୁତ ପ୍ରସନ୍ନ ହୁଅନ୍ତି । ଯେଉଁ ଘର ର ଅଗଣା ରେ ତୁଳସୀ ଗଛ ଥାଏ ସେହି ଘର କୁ କେବେ କୌଣସି ବିଘ୍ନ ଆସେ ନାହିଁ ।

ଏହି ମାସରେ ପ୍ରତିଦିନ ସକାଳ ଓ ସନ୍ଧ୍ୟା ରେ ଭଗବାନ ଶ୍ରୀ ହରି ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ ଓ ତା ପରେ ତୁଳସୀ ମା ଙ୍କ ପୂଜା କରନ୍ତୁ । ପୂଜା କରିବା ସମୟରେ ସେମାନଙ୍କ ପାଖରେ ଗାଈର ଶୁଦ୍ଧ ଘିଅ ର ଦୀପ ଜଳାନ୍ତୁ । ତୁଳସୀ ଙ୍କୁ ହାତ ଯୋଡ଼ି ପ୍ରଣାମ କରି ତାଙ୍କ ସମ୍ମୁଖରେ ଏହି ଖାସ୍ ମନ୍ତ୍ର କୁ ୨୧ ଥର ଉଚ୍ଚାରଣ କରନ୍ତୁ। ଏହା ପରେ ଆପଣଙ୍କ ମନୋସ୍କାମନା ତୁଳସୀ ମା ଙ୍କୁ ଜଣାନ୍ତୁ।

” ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନି,

ଆଦି ବ୍ୟାଧି ହରା ନିତ୍ୟଂ ତୁଳସୀ ତ୍ଵଂ ନମସ୍ତୁତେ” “.

ଭଗଵାନ ବିଷ୍ଣୁ ଓସ୍ଥ ବୃକ୍ଷ ରେ ମଧ୍ୟ ବାସ କରନ୍ତି ବୋଲି କୁହାଯାଏ। ପୁରାଣରେ ଏହି ବୃକ୍ଷ ର ଅନେକ ମହତ୍ୱ ରହିଛି । ସେଥିପାଇଁ ଏହି ମଳ ମାସରେ ଓସ୍ଥ ବୃକ୍ଷ ର ମଧ୍ୟ ପୂଜା କରିବା ଉଚିତ୍ । ଏହି ମାସରେ ଓଁ ନମଃ ଭଗବତେ ବାସୁଦେବାୟଃ ନମଃ ମନ୍ତ୍ର ର ଉଚ୍ଚାରଣ କରି କରି ମାତ୍ର ଏକ ଲୋଟା ଜଳ ଓସ୍ଥ ବୃକ୍ଷ ରେ ଚଢ଼ାନ୍ତୁ । ଏହିପରି କଲେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି ଓ ଆପଣଙ୍କ ମନୋସ୍କାମନା ଶୀଘ୍ର ପୁର୍ଣ୍ଣ କରି ଦିଅନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।