ପୁରା ଜୀବନ ମୂର୍ଖ ହେଇ ରୁହନ୍ତୁ ନହେଲେ କୌଣସି ବି ବ୍ୟକ୍ତିର ଅସଲ ଚେହରା ଜାଣନ୍ତୁ ଏହି ଚାରୋଟି କଥାରୁ- Chanakya Niti

କେହି ଜଣେ ବଡ଼ ବ୍ୟକ୍ତି କହିଚନ୍ତି କାହାରିକୁ ବାଛ ନାହିଁ, ବାଛିବା ଦ୍ଵାରା କେହି ନିଜର ହୁଅନ୍ତି ନାହିଁ, ଆଇନା ରେ ବେଶି ଡେରି ପର୍ଯ୍ୟନ୍ତ ଚେହେରା ରହେନାହିଁ । ଆପଣଙ୍କୁ ସେହି ବ୍ୟକ୍ତି କୁ ଭଲ ଭାବରେ ଜାଣିବାକୁ ହେବ ଯିଏ ଆପଣଙ୍କ ପାଖରେ ସବୁବେଳେ ରହୁଛି । ସବୁବେଳେ ମଣିଷର ଗୋଟେ ପ୍ରଶ୍ନ ମନକୁ ଆସିଥାଏ କି ସେ ବ୍ୟକ୍ତି କିପରି ହୋଇଥିବ ।

ତେବେ ଏହା କଣ ଦେଖି ଆମେ ଭାବିଥାଉ ।ଆଚାର୍ଯ୍ୟ ଚାଣକ୍ୟ ଙ୍କ ସବୁଠାରୁ ବଡ଼ ଜିନିଷ ଏହା ଥିଲା କି ସେ ଗୋଟେ ବ୍ୟକ୍ତି କୁ ଦେଖିବା ମାତ୍ରେ ତା ବିଷୟରେ ଜାଣି ଦେଉଥିଲେ କି ସେ ବ୍ୟକ୍ତି କିପରି ଅଟେ । ଆଚାର୍ଯ୍ୟ ଚାଣକ୍ୟ ଲୋକ ମାନଙ୍କୁ ଚିହ୍ନିବା ପାଇଁ ୪ ଟି ଜିନିଷର ଧ୍ୟାନ ରଖିବାକୁ କହିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ୪ ଟି କଥା ବିଷୟରେ କିହୁବୁ ତେବେ ଚାଲନ୍ତୁ ଜାଣିବା ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସୁନା କୁ ପରଖିବା ପାଇଁ ଆମକୁ ଚାରୋଟି ଜିନିଷ କରିବାକୁ ହୋଇଥାଏ । ପ୍ରଥମେ ସୁନାକୁ ରଗଡ଼ିବା ଦରକାର, ତାପରେ ତାକୁ କାଟିବା ଦରକାର, ତାପରେ ତାକୁ ନିଆ ରେ ତତାଇବା କୁ ହୁଏ, ଏବଂ ଶେଷରେ ସୁନାକୁ ପିଟି ପିଟି ପରଖିବା ଦରକାର ଏହା ଦ୍ଵାରା ଯଦି ସୁନା ରେ କୌଣସି ମିଶ୍ରଣ ହୋଇଥିବ ତେବେ ତାହା ଏହି ୪ ଟି କାମ ଦ୍ଵାରା ସାମ୍ନାକୁ ଆସିଯିବ । ଏହି ପରି ଯଦି ଆପଣ କୌଣସି ବ୍ୟକ୍ତି କୁ ପରଖିବା କୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୪ ଟି କାମ କରିବାକୁ ପଡ଼ିବ । ଗୋଟେ ପୁଅ ର ବାହାଘର ହେବାର ଥିଲା ।

ପୁଅଟି ବାହାଘର ଆଗରୁ ନିଜ ସାଙ୍ଗମାନଙ୍କୁ ପାର୍ଟି ଦେଇଥିଲା ସେହି ପାର୍ଟି ରେ ସେ ବିବାହ କରିବାକୁ ଯାଉଥିବା ଝିଅଟି ମଧ୍ୟ ଥିଲା । ସେହି ଝିଅଟି ବହୁତ ସୁନ୍ଦର ଥିଲା ଏବଂ ପୁଅଟି ମଧ୍ୟ ତାକୁ ବହୁତ ଭଲ ପାଉଥିଲା । ସେହି ସ୍ଥାନରେ ଯେଉଁଠି ଖାଇବା ତିଆରି ହେଉଥିଲା ସେଠି ହଠାତ ନିଆଁ ଲାଗିଗଲା ଆଊ ଝିଅଟି ର ଗହଣା ବ୍ୟାଗ ସେହି ନିଆଁ ଲାଗିଥିବା ପଛପଟ ରୁମ ରେ ଥିଲା । ଆଊ ଝିଅଟି ସମସ୍ତଙ୍କ ସାମ୍ନାରେ କହିଦେଲା କି ସେ ପୁଅ ନିଜ ଜୀବନ ସହିତ ଖେଳି ନିଆଁକୁ ଡେଇଁ ବ୍ୟାଗ ଆଣିବ କାରଣ ସେ ତାକୁ ସତରେ ଭଲ ପାଉଛି ।

ପୁଅଟି ପ୍ରଥମେ ଝିଅକୁ ଦେଖିଲା ଆଊ ଟିକେ ହସିଦେଇ ନିଆଁକୁ ଦେଇଁପଡିଲା । ଆଉ ସେ ସତରେ ସେହି ବ୍ୟାଗ ଟିକୁ ନେଇ ଆସିଲା । କିନ୍ତୁ ବ୍ୟାଗ ଆଣିବ ପରେ ପୁଅଟି କହିଲା ନିଅ ତୁମର ବ୍ୟାଗ କିନ୍ତୁ ମୁ ତୁମକୁ ବିବାହ କରିପାରିବି ନାହିଁ । କାରଣ ଯେଉଁ ଝିଅ ପାଇଁ ନିଜ ସ୍ଵାମୀ ଠାରୁ ବେଶି ମହତ୍ୱ ଗହଣା ବ୍ୟାଗ ଥିଲା ସେ କଣ ପୁରା ଜୀବନ ସାଥ ଦେଇପାରିବ । ଝିଅ ଟି ନିଜ ଗହଣା ବ୍ୟାଗ ତ୍ୟାଗ କରି ପାରିଲା ନାହିଁ କିନ୍ତୁ ପୁଅ ଟି ନିଜ ଜୀବନକୁ ତ୍ୟାଗ ଦେଇ ନିଆଁ କୁ ଦେଇଁପଡ଼ିଲା । ତେଣୁ ପ୍ରଥମ କଥା ଚାଣକ୍ୟ କହିଛନ୍ତି ତ୍ୟାଗ ।

 

ଗୋଟେ ବ୍ୟକ୍ତି ନିଜର ଗୋଟେ ବନ୍ଧୁ ପାଖକୁ ଯାଇଥିଲା ଆଊ ସେ ବହୁତ ମଦ ପିଇଥିଲା । ସେତେବେଳେ ସେ ପଚାରିଲା କଣ କିଛି ଅସୁବିଧା ହେଇଛି କି? ସେତେବେଳେ ଅନ୍ୟ ବ୍ୟକ୍ତି କହିଲା ଆରେ କଣ କହିବି ମୋ ସ୍ତ୍ରୀ ଗୋଟେ ମିଛୁଇ ଅଟେ । କାଲି ରାତିରେ ମୁଁ ମୋ ସ୍ତ୍ରୀ କୁ ଫୋନ କରି ପଚାରିଲି କି ସେ କୋଉଠି ଅଛି ଆଊ ସେ କହିଲା କି ସେ ଆମ ପଡୋଶୀ ସହିତ ଅଛି । ସେତେବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ କହିଲା ଏଥିରେ ଅସୁବିଧା କେଉଁଠି ରହିଲା ।

ପୂର୍ବ ବ୍ୟକ୍ତି ଜଣଙ୍କ କହିଲା ସେ ବହୁତ ବଡ଼ ମିଛୁଇ ଅଟେ ସେତେବେଳେ ମୁ ନିଜେ ସେ ପଡୋଶୀ ସହିତ ଥିଲି ତ ସେ କେମିତି ରହିଥାନ୍ତା । ତେଣୁ ଦ୍ଵିତିୟ ରେ ରହିଛି ଚରିତ୍ର । ଯେଉଁ ବ୍ୟକ୍ତି ମାନଙ୍କ ଚରିତ୍ର ଠିକ ଥାଏ ସେମାନେ ଭଲ ହୋଇଥାନ୍ତି । ଆଊ ଯଦି କୌଣସି ବ୍ୟକ୍ତି ର ଚରିତ୍ର ଭଲ ନାହିଁ ତେବେ ତାଙ୍କ ଠାରୁ ଦୁରେଇ ରୁହନ୍ତୁ ।

ଗୋଟେ ବ୍ୟକ୍ତି ବିବାହ କରିବାକୁ ଚାହୁଁଥିଲା ତେଣୁ ସେ ୪ ଜଣ ଝିଅ ଙ୍କୁ ଦେଖା କରିଲା ଆଊ ତାର ଗୋଟେ ବନ୍ଧୁ କୁ ଦେଖାଇଲା ଆଊ କହିଲା କହ କାହାକୁ ବାହା ହେବି ପ୍ରଥମ ଝିଅ ଭଲ ରୋଷେଇ କରେ, ଦ୍ଵିତୀୟ ଝିଅ ବହୁତ କେୟାରିଂ, ତୃତୀୟ ଝିଅ ବହୁତ ଭଲ ବ୍ୟବହାର ଦିଏ ଆଊ ଚତୁର୍ଥ ଝିଅ କୁ ମୁ ବୁଝି ପାରିଲିନି । ଆଊ ଟିକେ ସମୟ ପରେ ସେ ନିଜେ କହିଲା କି ଚତୁର୍ଥ ଝିଅ କୁ ବାହା ହେବି ।

ସେତେବେଳେ ବନ୍ଧୁ ଜଣଙ୍କ କହିଲା ଆବେ ତୁ କହୁଥିଲୁ କି ତୁ ତାକୁ ବୁଝି ପାରିଲୁନି, ଆଊ ଏବେ କହୁଛୁ ତାକୁ ବାହା ହେବୁ । ସେତେବେଳେ ସେ ଉତ୍ତର ଦେଲା ଆରେ ଇଏ ସବୁଠାରୁ ସୁନ୍ଦର ଲାଗୁଛି । କିନ୍ତୁ ସେ ଭୁଲ ଥିଲା । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ତୃତୀୟ କଥା ରହିଛି ଗୁଣ । କୌଣସି ବ୍ୟକ୍ତି କୁ ପରଖିବା ପାଇଁ ତାର ଗୁଣ କୁ ଦେଖ ସୁନ୍ଦରତା କୁ ନୁହେଁ ।

ବହୁତ ଲୋକ ନିଜକୁ ବହୁତ ଧନୀ, ବଡ଼ ଲୋକ, ବୋଲି ମନେ କରିଥାନ୍ତି ଆଊ ଅନ୍ୟ କାହାକୁ ସମ୍ମାନ ଦେଇନଥାନ୍ତି ସମସ୍ତଙ୍କୁ ଛୋଟ ବୋଲି ମନେ କରିଥାନ୍ତି । ସେହି ବ୍ୟକ୍ତି ମାନଙ୍କୁ ତାଙ୍କ କର୍ମ ପାଇଁ ନିଶ୍ଚିନ୍ତ ମିଳିଥାଏ । ତେଣୁ ଚତୁର୍ଥରେ ରହିଛି କର୍ମ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ଅଧର୍ମ ବା ଖରାପ କାମ କରୁଛି ତେବେ ତା ଠାରୁ ଦୁରେଇ ରହିବା ଉଚିତ ।

ତେବେ ଏହା ଥିଲା ସେହି ୪ ଟି ଜିନିଷ ଯାହା ଦ୍ଵାରା ମଣିଷ କୁ ପରଖିବା ଦରକାର । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।