ଏହି ଉପାୟରେ ପେଟର ଗ୍ଯାସ 2 ମିନିଟରେ ପବନ ବେଗରେ ବାହାରକୁ ବାହାରିଯିବ, ମିଳିବ ଗ୍ଯାସ ଜନିତ ପେଟ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି, (Health Tips)

ପେଟରେ ଗ୍ଯାସ ଅଟକିଗଲେ ବହୁତ ଯନ୍ତ୍ରଣା ହୋଇଥାଏ । ଗ୍ଯାସ ରିଲିଜ ନହେଲେ କଣ କଲେ ତାହା ରିଲିଜ ହେବ ବୋଲି ଆମେ ଭାବି ଥାଉ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ପେଟର ଗ୍ଯାସ ସଂପୂର୍ଣ୍ଣ ଭାବେ ବାହାରିଯିବ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପେଟର ଗ୍ଯାସ ତୁରନ୍ତ ଦୂର କରିବା ପାଇଁ ଆପଣ ଏହି ସହଜ ଉପଚାରକୁ କେମିତି ପ୍ରସ୍ତୁତ କରିବେ ଓ ଏହାର ସେବନ କିପରି କରିବେ ।

ଏହି ଚମତ୍କାର ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପ୍ୟାନରେ ଏକ ଗ୍ଳାସ ପାଣି ଗରମ କରନ୍ତୁ । ପାଣିକୁ ଅଧିକ ଗରମ କରିବା ଆବଶ୍ୟକ ନାହିଁ । ଅଳ୍ପ ଗରମ ହେବା ପର୍ଯ୍ୟନ୍ତ ଗ୍ଯାସରେ ରଖନ୍ତୁ ଓ ଏହାପରେ ତଳକୁ ଓହ୍ଲାଇ ଏକ ଗ୍ଳାସରେ ଛାଣି ନିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଲେମ୍ବୁ ରସ । ଏଥିପାଇଁ ଆପଣଙ୍କୁ କେବଳ ଏକରୁ ଦୁଇ ଚାମୁଚ ଲେମ୍ବୁ ରସ ଦରକାର ହେବ ।

ପ୍ରଥମେ ଲେମ୍ବୁକି ଫାଳ କରି କାଟି ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ ଓ ଏହାପରେ ଚାମୁଚରେ ଏହାକୁ ଚିପୁଡି ଦୁଇ ଚାମୁଚ ରସ ଲେମ୍ବୁ ନିଅନ୍ତୁ । ଉଷୁମ ପାଣିରେ ଏହି ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ବେକିଂ ସୋଡା । ଯାହାକୁ ଆମେ ଖାଇବା ସୋଡା ବା ମିଠା ସୋଡା ମଧ୍ୟ କହିଥାଉ । ଏହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ଅତି ସହଜରେ ମିଳିଯିବ ।

ମାତ୍ର ଏକ ଚତୁର୍ଥାଂଶ ବେକିଙ୍ଗ ସୋଡା ନେଇ ଆପଣ ଏବେ ସେହି ଲେମ୍ବୁ ପାଣିରେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପେଟର ଗ୍ଯାସ ଦୂର କରିବା ପାଇଁ ରାମବାଣ ଘରୋଇ ଉପଚାର । ଏହାକୁ ଏବେ ଆପଣ ଚା ପିଇଲା ଭଳି ଧୀରେ ଧୀରେ ପିଅନ୍ତୁ ।

ଦେଖିବେ ଏହା ପିଇବାକୁ ଯେତେ ସମୟ ଲାଗିବ ସେତିକି ସମୟ ମଧ୍ୟରେ ଆପଣଙ୍କ ପେଟର ଗ୍ଯାସ ସଂପୂର୍ଣ୍ଣ ଭାବେ ବାହାରି ଆସିବ । ଏହି ଉପଚାର ବହୁ ପୁରାତନ ଏବଂ ଚମତ୍କାର ଘରୋଇ ଉପାୟ ଅଟେ । ଆପଣ ଏହାକୁ ନିଶ୍ଚିତ ଭାବେ ଥରେ ପ୍ରୟୋଗ କରି ଦେଖନ୍ତୁ । ଏହି ପାନୀୟକୁ ସେବନ କରିବାର ମାତ୍ର ତିନିରୁ ଚାରି ମିନିଟ ମଧ୍ୟରେ ଆପଣଙ୍କ ପେଟର ଗ୍ଯାସ ସଂପୂର୍ଣ୍ଣ ଭାବେ ରିଲିଜ ହୋଇଯିବ ଓ ପେଟକୁ ଆରାମ ମିଳିବ ।

ଆପଣଙ୍କୁ ଯେବେବି ପେଟରେ ଗ୍ଯାସ ଜମିବା ଭଳି ଅନୁଭବ ହେଉଛି ଆପଣ ତୁରନ୍ତ ଏହି ଉପଚାରକୁ ପ୍ରସ୍ତୁତ କରି ପିଇ ଦେଖନ୍ତୁ ଓ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।