ପିରିୟଡ୍ସ ସମୟରେ ଖାଆନ୍ତୁ ନାହିଁ ଏହି 5 ଟି ଖାଦ୍ୟ ! ତେବେ ଝିଅ ମାନଙ୍କର ପିରିୟଡ୍ସ ସମୟରେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ ଏବଂ କଣ ଖାଇବା ଅନୁଚିତ ! ଏ ସମ୍ପର୍କରେ ତାଙ୍କ ମାନଙ୍କୁ ନିହାତି ଭାବେ ଜାଣିବା ଦରକାର ହୋଇଥାଏ । କାରଣ ବହୁତ ଝିଅ ନିଜର ମାସିକ ଧର୍ମ ଅର୍ଥାତ ଋତୁସ୍ରାବ ଚାଲୁଥିବା ସମୟରେ ଏପରି କିଛି ଖାଇବା ଖାଇଦେଇଥାନ୍ତି । ଯାହାକି ସେମାନଙ୍କୁ ଖାଇବା ଉଚିତ ସେହି ସମୟରେ ହୋଇନଥାଏ ।
କାରଣ ଅନେକ କିଛି ଖାଦ୍ୟ ରହିଅଛି । ଯାହା ଆମକୁ ଅନ୍ୟ ସମୟରେ ଶରୀରକୁ ଶକ୍ତି ଯୋଗାଉଥିବା ବେଳେ ପିରିୟଡ୍ସ ସମୟରେ ଝିଅ ମାନଙ୍କୁ ତାହା ଖାଇବାକୁ ବାରଣ କରାଯାଇଥାଏ ସେହି ସମ୍ପର୍କରେ ଚାଲନ୍ତୁ ଜାଣିବା ।
1- ଋତୁସ୍ରାବ ଚାଲୁଥିବା ସମୟରେ ଝିଅ ମାନଙ୍କୁ କଫି କିମ୍ବା ଚା’ ଦ୍ରବ୍ୟର ବିଶେଷ ଭାବେ ସେବନ କରିବା ଉଚିତ ନୁହେଁ । କାରଣ ଏହାର ଯଦି ସେମାନେ ଅଧିକ ସେବନ କରିଥାନ୍ତି । ତେବେ ଏହା ତାଙ୍କର ରକ୍ତଚାପ ବଢାଇ ଦେଇଥାଏ । ଏଥିସହ ହୃଦୟର ସ୍ପନ୍ଦନ ବଢିଯାଇଥାଏ । ତେଣୁ ତାହା ପରିବର୍ତ୍ତେ ଗ୍ରୀନ ଟି, ଗାଜର କିମ୍ବା ଟମାଟୋର ଜୁଷ ସେବନ କରିପାରିବେ ।
2- କିଛି ଝିଅ ନିଜର ପିରିୟଡ୍ ଚାଲୁଥିବା ସମୟରେ ନିଜର ପେଟ ଯନ୍ତ୍ରଣାକୁ କମାଇବା ପାଇଁ ନିଶା ଜାତୀୟ ଦ୍ରବ୍ୟ ଯେପରିକି ମଦ୍ୟପାନ ସେବନ କରିଥାନ୍ତି । ତେବେ ତାହା କିନ୍ତୁ ସ୍ଵାସ୍ଥ ପକ୍ଷେ କ୍ଷତି କାରକ ହୋଇଥାଏ । ତାହା ବଦଳରେ ଝିଅ ମାନେ କ୍ଷୀର, ଦହି ଓ ଲସି ଆଦି ଖାଇପାରିବେ ।
3- ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ପିରିୟଡ୍ସ ହୋଇଥିବା ମହିଳା ମାନେ ଖାଇବା ଉଚିତ ହୋଇନଥାଏ । ବା ବାହାରୁ ଖାଦ୍ୟ କିଣିକି ଅଧିକ କିଛି ଖାଇବା ଉଚିତ ନୁହେଁ । କାରଣ ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଝିଅ ମାନଙ୍କର ହର୍ମୋନାଲ ଅସନ୍ତୁଳନ ହୋଇଥାଏ । ଯାହାଦ୍ୱାରା ସେମାନଙ୍କର ଦରକାର ଠାରୁ ଅଧିକ ବ୍ଲିଡିଙ୍ଗ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ଯଥା ସମ୍ଭବ ଘରେ ତିଆରି ହୋଇଥିବା ପୌଷ୍ଟିକ ଯୁକ୍ତ ଖାଦ୍ୟ ଖାଆନ୍ତୁ ।
4- ଅଧିକ ଫ୍ୟାଟଯୁକ୍ତ ଖାଦ୍ୟ ଅର୍ଥାତ ଯେଉଁ ଖାଦ୍ୟରେ ଅଧିକ ପରିମାଣରେ ଫ୍ୟାଟ ରହିଥାଏ। ସେହି ଖାଦ୍ୟ ଠାରୁ ବିଶେଷ କରି ଏହି ପିରିୟଡ୍ସ ଚାଲୁଥିବା ସମୟରେ ଦୂରେଇ ରୁହନ୍ତୁ । କାରଣ ଏହି ଖାଦ୍ୟ ଶରୀରର ଜଳୀୟ ଅଂଶକୁ କମାଇ ବଡିକୁ ଶୁଷ୍କ କରାଇଦେଇଥାଏ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ। ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରିବାକୁ ଜମାରୁ ବି ଭୁଲିବେ ନାହିଁ । ଧନ୍ୟବାଦ