ପବିତ୍ର ଅକ୍ଷୟ ତୃତୀୟା ରେ ଭୁଲରେ ବି କରନ୍ତୁ ନାହିଁ ଏହି 7 ଟି କାମ, ନଚେତ ଘଟିପାରେ ଭୟଙ୍କର ଘଟଣା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କର ପୂଜା ପାଠ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନକୁ ବହୁତ ଶୁଭ ବୋଲି ମାନାଯାଏ । ଯଦି ଏହି ଦିନ କୌଣସି ବ୍ୟକ୍ତି କୌଣସି ଭୁଲ କାମ କରିଥାଏ ତେବେ ତା ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ କେଉଁ କାମ କରିବା ଉଚିତ ନୁହେ ସେ ବିଷୟରେ କହିବାକୁ ଯାଉଛୁ ।

୧- ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ପ୍ରତେକ ବ୍ୟକ୍ତି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଉଚିତ । ବ୍ରହ୍ମ ମୂହୁର୍ତ୍ତରେ ଶେଯତ୍ୟାଗ କରି ସ୍ନାନ କରି ଭଗବାନଙ୍କର ପୂଜା ଆରାଧନା କରିବା ଊହିତ ।

୨-  କ୍ରୋଧ ମଣିଷର ସବୁଠାରୁ ବଡ ଶତ୍ରୁ ଅଟେ । ସେଥି ପାଇଁ ଏହି ଅକ୍ଷୟ ତୃତୀୟା ଦିନ କେବେ ବି ଭୁଲରେ କ୍ରୋଧ କରନ୍ତୁ ନାହି । ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ସହ ବିବାଦ ନ କରି ଶାନ୍ତିପୂର୍ଣ ଭାବେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ ।

୩- ପବିତ୍ର ଅକ୍ଷୟ ତ୍ରିତୀୟା ଦିନ କାହା ସହିତ କଳହ ବା ଝଗଡା କରନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହେବା ସହ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇନଥାଏ ।

୪- ଏହି ପବିତ୍ର ଦିନରେ ନିଜ ଘରକୁ ସଫା ସୁତୁରା ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଯଦି ଘରେ ଅଳିଆ ଆବର୍ଜନା ରହିଥାଏ ତେବେ ଘରେ ଦରିଦ୍ରତା ଦେଖାଯାଏ । ସେଥି ପାଇଁ ନିଜ ଗୃହର ବାତାବରଣ ପରିଷ୍କାର ରଖିବା ସହ ଗୃହର କୋଣ ଅନୁକୋଣ ପରିଷ୍କାର ରଖିବା ଉଚିତ ।

୫- ଏହି ଅକ୍ଷୟ ତୃତୀୟା ଦିନ ଭୁଲରେ ବି ନି-ଶା-ଦ୍ର-ବ୍ୟ ସେବନ କରନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏହା ଛଡା ଆପଣଙ୍କର ମାନସିକ ଚିନ୍ତା ଅଧିକ ହୋଇଥାଏ । ଯାହା ଫଳରେ ଆପଣଙ୍କୁ ସଦାବେଳେ ଅଶୁଭ ଫଳ ମିଳିଥାଏ । ସେଥି ପାଇଁ ଏ ସବୁରୁ ଦୂରେଇ ରୁହନ୍ତୁ ।

୬- କେବେ ବି ଭୁଲରେ ନିଜ ପିତା ମାତା ହେଉ ବା କୌଣସି ବୟସ୍କ ବ୍ୟକ୍ତି ହୁଅନ୍ତୁ ଅପମାନ ଦେବା ଉଚିତ ନୁହେ । ସଦାବେଳେ ନିଜ ଠାରୁ ବଡ ଗୁରୁଜନ ମାନଙ୍କୁ ସମାନ ଦେବା ଉଚିତ । ଏହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ପାଇ ପାରିବେ ।

୭- ସୂର୍ଯ୍ୟ ଉଦୟ ପରେ ବା ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଶୟନ କରନ୍ତୁ ନାହି । ଯଦି କୌଣସି ଜରୁରୀକାଳିନ ପରିସ୍ଥିତି ହୋଇଥାଏ ଯେମିତିକି କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି ବା ଗର୍ଭବତୀ ମହିଳା ହୋଇଥିବେ ତେବେ ସେମାନେ ଶୟନ କରି ପାରିବେ । ତେଣୁ ବିନା କାରଣରେ ସୁସ୍ଥ ବ୍ୟକ୍ତି ଦିନରେ ବା ସନ୍ଧ୍ୟା ସମୟରେ ସୟନ କରିବା ଅନୁଚିତ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।