ଶରୀରରେ Oxygen ର ସ୍ତର ବଢାଇଦେବ ଏହି ବ୍ରିଦିଙ୍ଗ ଏକ୍ସରସାଇଜ, ଜାଣନ୍ତୁ କେମିତି କରିବେ ?

କାରୋନା ରେ ଅଧିକରୁ ଅଧିକ ଲୋକ ମାନେ ନିଜର ପ୍ରିୟଜନଙ୍କୁ ହରାଇ ସାରିଛନ୍ତି । ତେବେ ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପାଖରୁ ଆସିଥିବା ଖବର ଅନୁସାରେ ଅନେକ ଲୋକଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ କେବଳ ସାଧାରଣ ଥଣ୍ଡା ଓ ଜର ଭଳି ହେଉଛି ମାତ୍ର ଅଧିକାଂଶ ଲୋକଙ୍କୁ ଛାତିରେ ଯନ୍ତ୍ରଣା ହେଉଛି । ଏହା ପାଇଁ ଆମକୁ  କିଛି ବ୍ୟାୟାମ କରିବାକୁ ପଡିବ । ଏହା କେବଳ ସେହି ଲୋକମାନଙ୍କ ପାଇଁ ଯେଉଁ ମାନେ ଅଳ୍ପ ପରିମାଣରେ ବେମାର ବୋଲି ନିଜକୁ ଭାବୁଛନ୍ତି ।

ଯେଉଁ ମାନଙ୍କର ଅଧିକ ଗୁରୁତର ଅବସ୍ଥା ସେମାନେ ଏଭଳି କାମ କରନ୍ତୁ ନାହିଁ ଆପଣ ନିଜର ଡାକ୍ତରଙ୍କ ସହ କଥା ହୋଇ ତା ପରେ ପଦକ୍ଷେପ ନିଅନ୍ତୁ । ଯେଉଁ ମାନେ ପ୍ରଥମ ପର୍ଜ୍ଯାୟରେ ଅଛନ୍ତି ଓ ସେମାନେ ଘରେ ରହି ଚିକିସ୍ଛା ହେଉଛନ୍ତି ସେମାନଙ୍କ ପାଇଁ ଆମେ କିଛି ବ୍ରୀଦିଙ୍ଗ ବ୍ୟାୟାମ କହିବୁ ଏହା ଆପଣ ଘରେ ରହି କରି ପାରିବେ ।

ଯାହା ଦ୍ଵାରା ଆପଣଙ୍କ ଶରୀରରେ ଅଧିକରୁ ଅଧିକ ମାତ୍ରାରେ ବାୟୁ ଜୀବ ଓ ଆପଣ ଅଧିକରୁ ଅଧିକ ଅମ୍ଳଜାନ ପାଇ ପାରିବେ । ଯାହା ଫଳରେ ଆପଣଙ୍କ ଶରୀରରେ ଅମଳଯାନର ଅଭାବ ରହିବା ନାହିଁ । ପ୍ରଥମଟି ହେଉଛି ବାଥ ଶ୍ଲୀପିଙ୍ଗ ଏକ୍ସରସାଇଜ । ଏଥିରେ ଆପଣ ଏକ ଲାମ୍ବା ନିଶ୍ଵାସ ନେବେ ଓ ଏହା ପରେ ମୁହଁ ମାଧ୍ୟମରେ ଧୀରେ ଧୀରେ ଯେପରି ମହମବତୀ ଫୁଙ୍କତି ସେଭଳି ପାଟି ପଟେ ପବନ ବାହାରକୁ ଛାଡିବେ ।

ଏହାକୁ ଆପଣ ଆଉ ଏକ ଉପାୟରେ ମଧ୍ୟ କରି ପାରିବେ ତାହା ହେଉଛି ଏକ ବଲୂନ ଆଣି ତାକୁ ଫୁଙ୍କନ୍ତୁ । ଏହା ପରେ ଆପଣ ଟିକେ ଭଲ ଅନୁଭବ କରିବେ । ଦ୍ଵିତୀୟଟି ହେଉଛି ଆପଣ ଚେସ୍ଟ ଏକ୍ସପାଣ୍ଡ ଏକ୍ସରସାଇଜ ମଧ୍ୟ କରି ପାରିବେ । ଏହା କରିବା ପାଇଁ ପ୍ରଥମେ ଦୁଇ ହାତକୁ କ୍ରଶ ପୋଜିସନରେ ରଖନ୍ତୁ ନିଜ ଛାତିରେ ଓ ଏହା ପରେ ନିଶ୍ଵାସ ନିଅନ୍ତୁ ।

କିଛି ସମୟ ଧରି ଏହାକୁ ଏକ ପାର୍ଶ୍ଵକୁ ଛାଡନ୍ତୁ ଅନ୍ୟ ପାର୍ଶ୍ବକୁ ଛାଡନ୍ତୁ ମାତ୍ର ଏହା କରିବା କେବଳ ପ୍ରାଥମିକ ରୋଗୀଙ୍କ ପାଇଁ ତେଣୁ କରି ଆପଣ ଦେଖିକି ଏହାକୁ କରିବେ । ଅନ୍ୟ କିଛି ରୋଗ ହେଲେ ମଧ୍ୟ ଏହାକୁ ଆପଣ କରି ପାରିବେ । ଏହାକୁ ଯଦି ଜଣେ  ସୁସ୍ଥ  ବ୍ୟକ୍ତି କରେ ତେବେ ସେ ନିଜର ଆୟୁଶ  ବଢାଇ ପାରିବ ।

ଘରେ ରୁହନ୍ତୁ ମାସ୍କ ବ୍ୟବହାର କରନ୍ତୁ ଓ ନିଜକୁ ଅନ୍ୟମାଙ୍କ ପାଖରୁ ଦୂରେଇ ରଖନ୍ତୁ। ନିଜର ସାବଧାନୀ ଦ୍ଵାରା ଆମେ କାରୋନା କୁ ହରାଇ ପାରିବା । ଆପଣ ଯଦି ନିଜର ପ୍ରାଥମିକ ଚିକିସ୍ଛା ଭଲ ଭାବରେ ଓ ନିୟମ ମାନି କରିବେ ତାହେଲେ ଆପଣ ନିଶ୍ଚୟ ଭଲ ହୋଇ ଫେରି ଆସି ପାରିବେ ଓ ଆଗ ଭଳି ଜୀବନ ଜାପାନ କରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।