ପାଉଁଶ ତଳୁ କାନ୍ଦୁଛି ର ମୋନାଲି, ମା ସିନା ସାବତ ଥିଲା ହେଲେ ବାପା ତୁମେ ଏମିତି କାହିଁକି କଲ ?

ମାଆ ସିନା ସାବତ ଥିଲା ହେଲେ ମୁଁ ତ ତୁମ ନିଜ ରକ୍ତର ଥିଲି । ତୁମେ ତୁମ ଗେହ୍ଲା ଝିଅକୁ ଏମିତି ମାରିବାକୁ ଦେଲ କେମିତି ? ମା’ ଥିଲାବେଳେ ଆମେ କେତେ ଖୁସିରେ ଥିଲୁ । ମା’ ଚାଲିଗଲା ପରେ ତୁମେ ମୋତେ ଆଉ ଦିଦିକୁ ପର କରିଦେଲ । ଆମକୁ ଏମିତି ହତାଦର କଲ ବାପା ? ମା’ ଗଲାପରେ ଦିଦି ଆଉ ମୁଁ ଭାବିଥିଲୁ କି ତୁମେ ଆଉ ଥରେ ବାହା ହେଲେ ଆମକୁ ବି ମାଆଟିଏ ମିଳିଯିବ । ହେଲେ ସେ ଆମକୁ ସ୍ନେହ କଲେନି କି ପଚାରିଲେନି ।

ସାବତ ମା’ ବୋଲି ସିଏ ସିନା ପଚାରିଲେନି, ହେଲେ ତୁମେ ବି କେମିତି ଅନ୍ଧ ପାଲଟିଗଲ ? ମୁଁ ବଞ୍ଚିଥିଲି ବୋଲି ତୁମର କଣ କ୍ଷତି କରୁଥିଲି କେଜାଣି ମୋତେ ଏମିତି ମାରିଦେଲ । ମୁଁ ବି ଦିଦି ଭଳି ପାଠ ପଢି ଚାକିରି କରିଥାନ୍ତି ଓ ତୁମର ଦାୟିତ୍ଵ ନେଇଥାନ୍ତି । ମୋର ହଜାରେ ସ୍ଵପ୍ନ ଥିଲା ହେଲେ ସାବତ ମାଆ ଓ ମାମୁଁ ମିଶି ମୋତେ ପାଉଁଶ କରିଦେଲେ । ମୋ ମୁହଁ ଦେଖି ମୋ ଉପରେ କଣ ଟିକେ ବି ଦୟା ଆସିଲାନି ବାପା ? ଏଭଳି କିଛି କହି ପାଉଁଶ ତଳୁ ବାହୁନି କାନ୍ଦୁଛି ମୋନାଲିର ଆତ୍ମା ।

ଏଭଳି ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପପୁର ବ୍ଲକ ବିଜିପୁର ଗାଁରେ । ନିଜ ଜନ୍ମ କଲା ବାପା, ଜେଜେମା, ସାବତ ମା’ ଓ ମାମୁଁ ମିଶି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ବଡ ଭଉଣୀ ରଞ୍ଜିତା ମହାରଣା ଏଭଳି ଅଭିଯୋଗ ଆଣିଛନ୍ତି ।

2018ରେ ବାପା ଦୂର୍ଗାଚରଣ ମହାରଣାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ବାପାଙ୍କ ପାଖେ ରହୁଥିଲେ ଦୁଇଝିଅ ରଞ୍ଜିତା ଓ ମୋନାଲି । ବଡ ଭଉଣୀ ରଞ୍ଜିତା କୋଲକାତାର ଏକ ଘରୋଇ ଅଫିସରେ କାମ କରି ସାନ ଭଉଣୀ ମୋନାଲିକୁ ପାଠ ପଢାଉଥିଲେ । ହେଲେ 2020 ରେ ବାପା ଦ୍ଵିତୀୟ ବିବାହ କରିବା ପରେ ସାବତ ମା’ ଦୁଇ ଭଉଣୀଙ୍କୁ ନିର୍ଯ୍ୟାତନା ଦେଉଥିବା କଥା କହିଛନ୍ତି ବଡ ଝିଅ ରଞ୍ଜିତା । ଘଟଣା ସମ୍ପର୍କରେ ପଡିଶାଘର ସାଙ୍ଗସାଥିଙ୍କ ଠାରୁ ଜାଣିବା ପରେ ରଞ୍ଜିତା ଥାନାକୁ ଯାଇ ସମସ୍ତଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ତେବେ ବର୍ତ୍ତମାନ ପୋଲିସ ଗାଁକୁ ଯାଇ ଏନେଇ ତଦନ୍ତ ଆରମ୍ଭ କରିଛି । ସାନ ଭଉଣୀ ରଞ୍ଜିତାଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡିଛନ୍ତି ରଞ୍ଜିତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।