ପତି ଲେଖାଇଲା ପତ୍ନୀ ବିରୁଦ୍ଧରେ FIR, କାନ୍ଦି କାନ୍ଦି କହିଲା- ସାର, ତାକୁ ଧର…ନହେଲେ ସେ ମୋତେ ମାରିଦେବ

ଗୁଜୁରାଟରେ ଏକ ଦମ୍ପତ୍ତିଙ୍କର ଅଲଗା ପ୍ରକାରର ମାମଲା ସାମ୍ନାକୁ ଆସିଛି । ଯେଉଁଠି ପତି ନିଜର ପତ୍ନୀ ବିରୁଦ୍ଧରେ FIR ଦେଇଛି । ଯୁବକ ଜଣକ କମ୍ପ୍ଲେନ ରେ କହିଛି କି, ସେ ମୋତେ ଓ ମୋ ମା’କୁ ଜୀବନରୁ ମାରିବାକୁ ଚାହୁଁଛି । ସେ ମୋତେ କହିଛି କି, ତୁମ ଦୁଇଜଣଙ୍କୁ ମୋ ପ୍ରେମୀ ସହ ମିଶି ମାରିଦେବି ।

ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଅହମ୍ମଦାବାଦରେ ରବିବାର ଦିନ ସାମ୍ନାକୁ ଆସିଛି । ଏଠାରେ ଥିବା ଜଣେ ଓକିଲ ଦେବାଶିଷ ତ୍ରିବେଦୀ ନିଜ ପତ୍ନୀଙ୍କ ବିରୁଦ୍ଧରେ କମ୍ପ୍ଲେନ ଦେଇଥିଲେ । ତ୍ରିବେଦୀଙ୍କ ପତ୍ନୀ ମାଧବୀ ଚାଟାର୍ଡ ଆକାଉଣ୍ଟାଣ୍ଟ କାମ କରନ୍ତି ।

ତାଙ୍କ ପତ୍ନୀ ଗଣେଶ ମେରିଡିୟନ ସ୍ଥିତ ଅଫିସରେ ତାଙ୍କୁ ଏକ କେବିନ ଦେଇଥିଲେ । ସେହି ଅଫିସରେ ତାଙ୍କ ପତ୍ନୀଙ୍କର ଏକ ବିଜିନେସ ପାର୍ଟନର ବି ଅଛି । ତା’ର ନାମ ହେଉଛି ନାଗରାଜ ଗିରିଧର । ତ୍ରିବେଦିଙ୍କୁ ଜଣା ପଡିଥିଲା କି ତାଙ୍କ ପତ୍ନୀ ଗିରିଧରଙ୍କ ସହିତ ଅବୈଧ ସମ୍ବନ୍ଧରେ ଅଛନ୍ତି । ତ୍ରିବେଦୀ କହିଛନ୍ତି, ‘ଏହି କଥା କେବଳ ମୁଁ ନୁହେଁ, ଅଫିସ ର ଆଖ ପାଖ ସବୁ ଲୋକ ଜାଣିଛନ୍ତି । ଯେତେବେଳେ ମୁଁ ଏହାର ସତ୍ୟତା ଜାଣିବା ପାଇଁ ଅଫିସରେ ସିସିଟିଭି କ୍ୟାମେରା ଲଗାଇଲି, ସେତେବେଳେ ମୋ ପତ୍ନୀ ମୋତେ ଜୀବନରୁ ମାରିଦେବାର ଧମକ ଦେଇଥିଲା’ ।

୧୪ ବର୍ଷ ପୂର୍ବରୁ ହୋଇଥିଲା ବିବାହ

ଓକିଲଙ୍କ ମତରେ ୨୦୦୭ ମସିହାରେ ସେ ପୁନେର ଏକ CA ଯୁବତୀଙ୍କୁ ବିବାହ କରିଥିଲେ । ଏହାପରେ ସେ ତାଙ୍କର ପରିବାର ସହ ଅହମ୍ମଦାରେ ସେଟେଲ ହୋଇଗଲେ । ଗତ ୬ ମାସରୁ ପତି ପତ୍ନୀ ଗୋଟିଏ ସ୍ଥାନରେ ଅଫିସ ନେଇ କାମ କରୁଥିଲେ । ହେଲେ ତାଙ୍କ ପତ୍ନୀଙ୍କର ସେହି ସ୍ଥାନରେ ଅବୈଧ ସମ୍ବନ୍ଧ ଗଢି ଉଠିଥିଲା ।