ମୁହଁରେ ନବଜାତଙ୍କୁ ଅକ୍ସିଜେନ ଦେଲେ ଡାକ୍ତର ଆଉ ୭ ମିନିଟରେ ମୃତ୍ୟୁ ମୁଖରୁ ଫେରି ଆସିଲା ନବଜାତ ଶିଶୁଟି । ଡାକ୍ତର ଜଣକ ପାଟି ବାଟେ ତାକୁ ନିଃଶ୍ଵାସ ଦେବାରୁ କୁନି ପିଲାଟି ନୂଆ ପାଇ ପାରିଛି । ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ । ଭଗବାନ ଜନ୍ମ ହେବା ସହ ଜୀବନ ଦିଅନ୍ତି । ଆଉଆ ଡାକ୍ତର ଆମ ବଞ୍ଚିବାରେ ସାହାଯ୍ୟ କରିଥାନ୍ତି । ଏହିପରି ଜଣେ ଡାକ୍ତରଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଉତ୍ତର ପ୍ରଦେଶ ଆଗ୍ରାର ଏହି ଡାକ୍ତରଙ୍କ ନାମ ହେଉଛି ସୁରେଖା ।
୭ ମିନିଟରେ ଜଣେ ନବଜାତ ଶିଶୁକୁ ମରଣ ମୁଖରୁ ଫେରାଇ ଆଣିଥିବାରୁ ସେ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ୭ ମିନିଟ ପର୍ଯ୍ୟନ୍ତ ଡାକ୍ତର ସୁରେଖା ଶିଶୁକୁ ପାଟିରେ ପବନ ଦେଇ ତା ଜୀବନ ଫେରାଇ ଆଣିଛନ୍ତି । ତାଙ୍କର ନିରନ୍ତର ଚେଷ୍ଟା ଏବଂ ସେବାରୁ ଶିଶୁର ଜୀବନ ଫେରି ପାରିଛି । ନବଜାତ ଶିଶୁଟି ନବ ଜୀବନ ପାଇ ହସି ଉଠୁଛି । ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଘଟଣା । ସେଠାରେ ଖୁସବୁ ନାମକ ଜଣେ ମହିଳା ଗୋଟିଏ ଶିଶୁକୁ ଜନ୍ମ ଦେଇଥିଲେ ।
କିନ୍ତୁ ଜନ୍ମ ହେବା ପରେ ଶିଶୁକୁ ନିଃଶ୍ଵାସ ନେବାରେ ସମସ୍ଯା ହେଲା । ଡାକ୍ତର ସୁରେଖା ତାଙ୍କୁ ଅକ୍ସିଜେନ ଦେଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଲା ନାହିଁ । ବରନଗ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଲା । ତେବେ ନବଜାତ ଶିଶୁକୁ ଗୁରୁତର ହେବାର ଦେଖି ଶେଷରେ ଅକ୍ସିଜେନ ମାସ୍କ ହଟାଇ ସୁରେଖା ତାଙ୍କ ପାଟିକୁ ନବଜାତଙ୍କ ପାଟିରେ ଲଗାଇ ପବନ ଛାଡିଲେ ଓ ପିଠିକୁ ଘଷି ଚିକିତ୍ସା କଲେ ।
ଏସବୁ ଦେଖି ତାଙ୍କ ଆଖପାଖରେ ଥିବା ଲୋକେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଶେଷରେ ଡାକ୍ତର ସୁରେଖାଙ୍କର ସମସ୍ତ ଚେଷ୍ଟା ସଫଳ ହୋଇଥିଲା । ଶେଷରେ ସେ ନବଜାତ ଶିଶୁକୁ ଜୀବନ ଦେବାରେ ସଫଳ ହେଲେ । ସେ ନବଜାତ ଶିଶୁକୁ ପାତିବାଟେ ନିଃଶ୍ଵାସ ଦେଉଥିବା ସମୟର ଏକ ୫୦ ସେକେଣ୍ଡର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ନର୍ସ ତାଙ୍କୁ ଚିକିତ୍ସା କଲେ କିନ୍ତୁ ସେଥିରେ କୌଣସି ସଫଳ ମିଳିଲା ନାହିଁ ।
ତେଣୁ ସେ ୭ ମିନିଟ ଧରି ଶିଶୁକୁ ପାଟି ମାଧ୍ୟମରେ ପବନ ଦେଲେ ଓ ଶେଷରେ ଶିଶୁଟି ବଞ୍ଚିଗଲା । ଡାକ୍ତର ସୁରେଖାଙ୍କର ଏଭଳି ସେବାକୁ ସୋ-ସି-ଆ-ଲ ମି-ଡି-ଆ-ରେ ବେଶ ପ୍ରଶଂସା କରାଯାଉଛି । ଆପଣଙ୍କୁ ଡାକ୍ତରଙ୍କ ଜୀବନ ବଞ୍ଚାଇବା ଲାଗି ଏହିପରି ଏକ ପ୍ରୟାସ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।