ରାଜଧାନୀରେ ବୁଲୁଛି ଅଜଣା ପଶୁ ଲୋକଙ୍କୁ ଦେଖା ଯାଉଛି ତ ଆଉ କେବେ ଉଭାନ ହୋଇଯାଉଛି । କେତେବେଳେ ହୋଇଯାଉଛି ବାଘ ତ ଆଉ କେବେ ହେଉଛି ସିଂହ । ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲୁଛି । ଏବେ ଚିନ୍ତାରେ ପଡିଛନ୍ତି ରାଜଧାନୀ ବାସୀ । କିଏ ଏହି ଜନ୍ତୁ ଯିଏକି ବିଭିନ୍ନ ରୂପରେ ଦେଖା ଦେଉଛି । ହଁ ଦର୍ଶକ ବନ୍ଧୁ ରାଜଧାନୀକୁ ପଶି ଆସିଛି ଅଜବ ଜନ୍ତୁ । ଏହାକୁ ନେଇ ଆତଙ୍କ ଖେଳି ଯାଇଛି ।

ରାଜଧାନୀର ଏକ ଘରୋଇ କଲେଜ ନିକଟରେ ବାଘର ପାଦ ଚିହ୍ନ ଲୋକେ ଦେଖିବାକୁ ପାଇଥିଲେ । ଅନ୍ୟ ପଟେ ବାଘ କୁଆଡେ ସିଂହ ହେଉଛି ବୋଲି ଲୋକେ କହୁଛନ୍ତି । ଦିନରେ ସେହି ଅଜବ ଜନ୍ତୁ ଟି ବାଘ ଆଉ ରାତି ହେଲେ ସିଂହ ହୋଇ ଯାଉଛି । ରାଜଧାନୀ ଉପକଣ୍ଠ ଗଙ୍ଗାପାଠ ମେଣ୍ଢାଶାଳ ସରଙ୍ଖିତ ବନରେ ଦିନରେ ବାଘ ଓ ରାତିରେ ସିଂହ ହୋଇଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଏବେ ରାଜଧାନୀ ବସି ଘରେ ରହୁଛନ୍ତି ଭୟରେ । ଗତ କାଲି ଗଙ୍ଗାପାଟଣା ଥିବା କେରାଣ୍ଡିଆ ବନ୍ଧ ଉପରେ କିଛି ପାଦ ଚିହ୍ନ ପଡିଥିବା ଲୋକେ ଦେଖିଥିଲେ । ଏହାକୁ ଦେଖି ଲୋକେ ଭାବିଥିଲେ ଏହା ବାଘ ର ପାଦ ଚିହ୍ନ । ଆଉ ଏହି ପାଦ ଚିହ୍ନକୁ ଦେଖିବା ପାଇଁ ଲୋକଙ୍କ ଭିଡ ବି ଜମିଥିଲା । ଖବର ପାଇ ବନ ବିଭାଗ ପହଞ୍ଚି ପାଡରା ମାପଚୁପ କରିଥିଲା ।

ପ୍ଲାଷ୍ଟର ଓ ପ୍ୟାରିସ ରେ ପାଡରା ନମୁନା ସଂଗ୍ରହ କରାଯାଇଥିଲା । ଏହାପରେ ଲୋକଙ୍କ ଭୟ ବଢି ଯାଇଥିଲା । ସେପଟେ ରାତି ରେ ସିଂହ ବୁଲୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସିଂହଟି ଜଙ୍ଗଲିଆ ଚଳା ରାସ୍ତାରେ ବୁଲୁଥିଲା । ଲୋକେ ପାଟି ତୁଣ୍ଡ କରିବାରୁ ସିଂହଟି ଜଙ୍ଗଲକୁ ଯିବାର ଭିଡିଓ ରେ କେଶ ହୋଇଛି । ରାଜଧାନୀ ରେ ଏବେ ସନ୍ଧ୍ୟା ହେଲେ ତାଟି କବାଟ ଦେଇ ରହୁଛନ୍ତି ଲୋକେ ।
କିଛି ଲୋକ ତାଙ୍କ ପରିବାରକୁ ଫୋନ କରି ଗାଁ କୁ ନ ଫେରିବା ପାଇଁ କହୁଛନ୍ତି । ବନ ବିଭାଗ ଆଖପାଖର ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ସ୍ଥାନୀୟ ଅଞ୍ଚଳକୁ ସିଂହ କୁଆଡେ ଆସିବ ବୋଲି କହୁଥିଲେ ମଧ୍ୟ ଲୋକେ ବୁଝୁ ନାହାନ୍ତି । ନନ୍ଦନକାନନ ପାଖରେ ଥିବାରୁ ସିଂହ ଖସି ଆସିଥିବ ବୋଲି ଲୋକେ ବିଶ୍ଵାସ କରୁଛନ୍ତି । ଏ ନେଇ ନନ୍ଦନକାନନ କର୍ତ୍ତୁପକ୍ଷ ଙ୍କୁ ଯୋଗାଯୋଗ କରା ଯାଇଥିଲା ।
ସେଠାରୁ ସିଂହ ଖସି ବାହରକୁ ଯିବା ଅସମ୍ଭବ ଓ ଏହା ଗୁଜବ ବୋଲି କହିଥିଲେ କର୍ତ୍ତୁପକ୍ଷ । ସୂଚନା ଅନୁଯାୟୀ ଏହି ଭାଇରାଲ ଭିଡିଓ ଟି ଗତ 3 ବର୍ଷ ତଳର । ସିଂହ ଟି ମଧ୍ୟ ପ୍ରଦେଶର ଏକ ଗାଁ କୁ ଚାଲି ଆସିଥିଲା ଯାହାର ଲୋକେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସେହିପରି ଗଙ୍ଗାପାଟଣା ରୁ ମିଳିଥିବା ପାଦ ଚିହ୍ନ ଏକ ଗଧିଆ ର ବୋଲି ଜଣା ପଡିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।