ଭାରତରେ ଘରେ ଘରେ ପାର୍ଲେଜି ବିସ୍କୁଟ ର ସ୍ଵାଦ ଜାଣିଛନ୍ତି । ଆଜି ବି ଏହି ବିସ୍କୁଟ ର ଚାହିଦା କିଛି କମ୍ ନୁହେଁ । ଗାଁ ରୁ ସହର ପର୍ଯ୍ୟନ୍ତ ପ୍ରତ୍ଯେକ ବର୍ଗର ଲୋକେ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରନ୍ତି । ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଚାହା ପିଇବା ବେଳେ ପାର୍ଲେଜି ବିସ୍କୁଟ ଖାଇଥାନ୍ତି । କେବଳ ଆମ ଦେଶରେ ନୁହେଁ ବରଂ ସାରା ବିଶ୍ବରେ ଲୋକେ ଏହି ବିସ୍କୁଟକୁ ପସନ୍ଦ କରିଥାନ୍ତି । ଆମେରିକା ଭଳି ଦେଶରେ ମଧ୍ୟ ଲୋକେ ପାର୍ଲେଜି ବିସ୍କୁଟ ଖାଇଥାନ୍ତି ।
ତେବେ ଭାରତରେ ଏହାର ଦାମ୍ ଖୁବ ଥିବା ବେଳେ କେବେ ଜଣାଇବାକୁ ଇଚ୍ଛା କରିଛନ୍ତି କି, ଅନ୍ୟ ଦେଶରେ ଏହି ବିସ୍କୁଟର ଦାମ୍ କେତେ ? ମୁମ୍ବାଇର ବିର୍ଲେ ପାଲେ ଅଞ୍ଚଳରେ ବନ୍ଦ ପଡିଥିବା ଏକ ପୁରୁଣା ଫ୍ୟାକ୍ଟରିରୁ ପାର୍ଲେଜି ବିସ୍କୁଟ ତିଆରି ଆରମ୍ଭ ହୋଇଥିଲା । 1929 ମସିହାରେ ବ୍ୟବସାୟୀ ମୋହନଲାଲ ଦୟାଲ ଏହି କାରଖାନାକୁ କିଣି କାମ ଆରମ୍ଭ କରିଥିଲେ । ପାର୍ଲେ ଗ୍ଲୁକୋ ନାମରେ ପ୍ରଥମେ ବିସ୍କୁଟ ଉତ୍ପାଦନ ଆରମ୍ଭ ହୋଇଥିଲା ।
ସ୍ଵାଧୀନତା ପୂର୍ବରୁ ପାର୍ଲେଜି ର ନାମ ଗ୍ଲୁକୋ ବିସ୍କୁଟ ଥିଲା । ତେବେ ସ୍ଵାଧୀନତା ପରେ ଏହାର ଉତ୍ପାଦନ ବନ୍ଦ କରା ଯାଇଥିଲା । ଦେଶରେ ଚାଲିଥିବା ଅନ୍ନ ସଙ୍କଟ କାରଣରୁ ଉତ୍ପାଦନ ବନ୍ଦ ରଖା ଯାଇଥିଲା । ବିସ୍କୁଟ ପାଇଁ ଗହମର ଆବଶ୍ୟକତା ଥିବାବେଳେ ଏହାର ଅଭାବ କାରଣରୁ କମ୍ପାନୀ ଏହାକୁ ବନ୍ଦ କରି ଦେଇଥିଲା । ପରେ ଯେତେବେଳେ ଏହାର ଉତ୍ପାଦନ ଆରମ୍ଭ ହୋଇଥିଲା ସେତେବେଳେ ବଜାରରେ ଅନ୍ୟ କମ୍ପାନୀ ମଧ୍ୟ ଉତ୍ପାଦନ ଆରମ୍ଭ କରି ସାରିଥିଲେ ।
ବିଶେଷ କରି ଗ୍ଲୁକୋସ-ଡି ବଜାରରେ ସ୍ଵତନ୍ତ୍ର ସ୍ଥାନ ନେଇ ସାରିଥିଲା । ତେଣୁ ସେହି ସମୟରେ ଗ୍ଲୁକୋ ବିସ୍କୁଟର ନାଁ ପରିବର୍ତ୍ତନ କରାଯାଇ ପାର୍ଲେ ଗ୍ଲୁକୋ ବିସ୍କୁଟ ରଖା ଯାଇଥିଲା । 1980 ପରେ ଏହାର ନାମ ଛୋଟ କରିବା ପାଇଁ ପାର୍ଲେଜି ରଖା ଯାଇଥିଲା । ଭାରତରେ ଏକ 5 ଟାଣିଆ ପାର୍ଲେଜି ବିସ୍କୁଟର ଓଜନ 65 ଗ୍ରାମ ହୋଇଥାଏ । ତେବେ ରିପୋର୍ଟ ମୁତାବକ ଆମେରିକାରେ 1 ଡଲାରରେ ପାର୍ଲେଜିର 56.5 ଗ୍ରାମ ର 8ଟି ପ୍ଯାକେଟ ବିକ୍ରି ହୁଏ ।
ଏହି ହିସାବରେ ଗୋଟିଏ ପ୍ଯାକେଟ ର ଦାମ୍ 10 ଟଙ୍କା ଅଟେ । ସେହିପରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏହି ବିସ୍କୁଟ 50 ଟଙ୍କାରେ ବିକ୍ରି ହୋଇଥାଏ । ଏଥିରୁ ସ୍ପଷ୍ଟ ଯେ ଭାରତରେ 5 ଟଙ୍କାରେ ମିଳୁଥିବା ବିସ୍କୁଟ ଅନ୍ୟ ଦେଶରେ ମହଙ୍ଗା ବିକ୍ରି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।