କୋର୍ଟଙ୍କ ଆଦେଶ ମାନି ତପସ୍ଵିନୀଙ୍କ ସହ ସାତଦିନ ପର୍ଯ୍ୟନ୍ତ ଚିନିଶିଳ୍ପ ଗେଷ୍ଟହାଉସରେ ରହିବା ପରେ ହଠାତ ଫେରାର ହୋଇ ଯାଇଥିଲେ ଡାକ୍ତର ସୁମିତ । ସ୍ତ୍ରୀ ତପସ୍ଵିନୀଙ୍କୁ ସେ ଛାଡପତ୍ର ଦେବାକୁ ଚାହୁଁଥିବା ବେଳେ ତପସ୍ଵିନୀ କିନ୍ତୁ ସ୍ଵାମୀ ସୁମିତଙ୍କ ସହ ଏକାଠି ରହିବାକୁ ଚାହୁଁଥିଲେ । ଏଥିପାଇଁ ତପସ୍ଵିନୀ ଦୀର୍ଘ ୧୫ଦିନ ଯାଏଁ ସୁମିତଙ୍କ ଘର ଆଗରେ ଧାରଣାରେ ବସି ରହିବା ସହ କୋର୍ଟରେ ପିଟିସନ ମଧ୍ୟ ଦାଖଲ କରିଥିଲେ । ତପସ୍ଵିନୀଙ୍କ ପିଟିସନ ଉପରେ କୋର୍ଟ ପ୍ରଥେମ ତାଙ୍କୁ ସାତଦିନ ସ୍ଵାମୀ-ସ୍ତ୍ରୀ ଭଳି ଚଳିବାକୁ ପରାମର୍ଶ ଦେଇଥିଲେ ।
ଇତିମଧ୍ୟରେ ସେମାନଙ୍କ ସହ ଉଭୟଙ୍କ ପରିବାରର କେହି ମଧ୍ୟ ଯୋଗାଯୋଗ କରିପାରିବେ ନାହିଁ ବୋଲି କିଛି ସର୍ତ୍ତାବଳୀ ମଧ୍ୟ ଦାଖଲ କରିଥିଲେ । ତେବେ ପ୍ରଥମ ସାତଦିନ ସୁମିତ ତପସ୍ଵିନୀଙ୍କ ସହ ରହିଥିଲେ । ହେଲେ କୋର୍ଟ ଯେତେବେଳେ ଏହି ରହଣିର ସମୟ ଆଉ ସାତଦିନକୁ ବୃଦ୍ଧି କରିଥିଲେ ଏବଂ ସମସ୍ତ ସର୍ତ୍ତାବଳୀ ଉଠାଇ ଦେଇଥିଲେ ସୁମିତ ହଠାତ ତପସ୍ଵିନୀଙ୍କୁ ଗେଷ୍ଟହାଉସରେ ଛାଡି ଫେରାର ହୋଇ ଯାଇଥିଲେ ।
ଆଉ ଶୁଣିବାକୁ ମଧ୍ୟ ମିଳିଥିଲା କି ସୁମିତ କାର୍ଯ୍ୟ କରୁଥିବା ହସ୍ପିଟାଲରେ ମଧ୍ୟ ଚାରିଦିନ ପାଇଁ ଛୁଟି ନେଇଛନ୍ତି । ତେବେ ସୁମିତଙ୍କ ଚାରିଦିନ ଛୁଟି ପୂରଣ ହେବା ପରେ ମଧ୍ୟ ସୁମିତ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ବରଂ ନିଜର ଶାରୀରିକ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ଠିକ ନଥିବା ଦର୍ଶାଇ ଆହୁରି ୧୦ ଦିନ ପାଇଁ ଛୁଟି ଆବେଦନ କରିଛନ୍ତି । ଏହା ସେ ମେଲ୍ ମାଧ୍ୟମରେ ହସ୍ପିଟାଲ କତ୍ତୃପକ୍ଷଙ୍କୁ ପଠାଇ ଦେଇଥିଲେ ।
ତେବେ ଏହି କ୍ଷେତ୍ରରେ ହସ୍ପିଟାଲ ତାଙ୍କ ଛୁଟି ଅନୁମୋଦନ କରିପାରିବେ ନାହିଁ । କେବଳ ସିଡ଼ିଏମଓ ହିଁ ସୁମିତଙ୍କ ଛୁଟି ଅନୁମୋଦନ କରିପାରିବେ । ଆଉ ଏଥିପାଇଁ ସେ ପ୍ରଥମେ ସୁମିତଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରିବେ । ଏକ ସରକାରୀ ହସ୍ପିଟାଲ ହୋଇଥିବାରୁ ସୁମିତଙ୍କ ଏତେ ଦିନ ଅନୁପସ୍ଥିତ ରହିବା ଫଳରେ ଅନ୍ୟ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବଢୁଛି ।
ଅପରପଟେ ସୁମିତଙ୍କ ଛୁଟି ଅନୁମୋଦନ ହୋଇନାହିଁ ତଥାପି ସେ ଛୁଟିରେ ରହିଛନ୍ତି । ତେବେ ଜଣେ ସକରାକୀ ଡାକ୍ତର ଏତେ ଦିନ ଛୁଟି ରହିବା ଫଳରେ ତାଙ୍କର ଚାଲିଯାଇ ପାରେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ପାରିବାରିକ କଳହ ଯୋଗୁଁ ସୁମିତ ନିଜକୁ ଲୁଚାଇ ରଖୁଛନ୍ତି ।
ଯାହାଫଳରେ ଏହା ତାଙ୍କ କର୍ମ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେବେ ଏନେଇ ସୁମିତଙ୍କ ଉପରେ ଯାହା ବି କାର୍ଯ୍ୟାନୁଷ୍ଠାନ ନିଆଯିବ କେବଳ ସିଡ଼ିଏମଓ ହିଁ ତାହା ନେଇ ପାରିବେ, ଯାହା ସୁମିତଙ୍କ ସିନିୟର ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।