ପରୀକ୍ଷା ଦେବା ପୂର୍ବରୁ ଯଦି ଏହି କାମ କରୁଛନ୍ତି, ତେବେ ସଫଳତା ଆପଣଙ୍କ ପଛରେ ଗୋଡାଇବ…Study motivation tips

ବନ୍ଧୁଗଣ ଛୋଟ ବେଳ ଠାରୁ ଆରମ୍ଭ କରି ବଡ ହେବା ପର୍ଯ୍ୟନ୍ତ ଆମେ ପରୀକ୍ଷା ଦେଇ ଚାଲିଥାଉ । ଯେମିତିକି ଛୋଟ ବେଳେ ସ୍କୁଲରେ ପରୀକ୍ଷା ଦେବା ଠାରୁ ଆରମ୍ଭ କରି କଲେଜ ଓ ତାପରେ ଚାକିରୀ କରିବା ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା ଆମେ ଦେଇ ଚାଲିଥାଉ । ତେଣୁ ଏହି ପରୀକ୍ଷାର ସମୟ ଆମ ପାଇଁ ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଆମେ ବର୍ଷ ସାରା ଯାହା ବି ପଡିଥାଉ ନା କାହିଁକି ? ହେଲେ ଠିକ ପରୀକ୍ଷା ହଲରେ ହିଁ ଆମେ କେତେ ଭଲ ଭାବେ ପରୀକ୍ଷା ଦେଇକି ଆସିଛୁ । ତାହା ତ ପରୀକ୍ଷା ପରେ ପରେ ଅର୍ଥାତ ରେଜଲ୍ଟ ବାହାରିବ ସମୟରେ ହିଁ ଆମେ ଆମେ ମାନେ ଜାଣିବାକୁ ପାଇଥାଉ ।

ତେଣୁ ଛୋଟ ପିଲା ହୁଅନ୍ତୁ ଅଥବା ବଡ ବଡ ଛାତ୍ରଛାତ୍ରୀ ମାନେ ଯଦି ଆପଣ ମଧ୍ୟ କୌଣସି ନା କୌଣସି ପରୀକ୍ଷା ଦେବାକୁ ଯାଉଛନ୍ତି । ତେବେ ଏହି ସବୁ ଖାସ୍ କଥାର ଅବଶ୍ୟ ପାଳନ କରନ୍ତୁ । ଯାହାଦ୍ୱାରା ଆପଣଙ୍କର ଦେବାକୁ ଥିବା ପରୀକ୍ଷାଟି ବହୁତ ଭଲ ହେବ । ଏଥିସହ ସେହି ପରୀକ୍ଷାର ଫଳ ମଧ୍ୟ ବହୁତ ଭଲ ଆସିବ । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ ।

ଯେ ବିନା ପରିଶ୍ରମରେ ଆମକୁ କୌଣସି ସଫଳତା ମିଳିନଥାଏ ଏହା ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେଣୁ ପ୍ରତ୍ଯେକଟି କାମ କରିବା ସମୟରେ ଆମକୁ ପରିଶ୍ରମ ତ ନିହାତି ଭାବେ କରିବାକୁ ପଡିବ । ହେଲେ ଯଦି ଆମେ ନିଜର ପରିଶ୍ରମ କରିବା ସହ କିଛି ବିଶେଷ ଜ୍ଯୋତିଷ ନିୟମର ବିଶ୍ବାସର ସହ ପାଳନ କରିବା । ତେବେ ଆପଣ ମାନେ ଦେଖିବେ ଆପଣଙ୍କ ପାଇଁ ସବୁକିଛି ଶୁଭ ହିଁ ଶୁଭ ହେବ ।

ତେବେ ବର୍ଷ ସାରା ଆପଣଙ୍କୁ ତ ଭଲ ଭାବେ ପାଠ ନିହାତି ଭାବେ ପଢିବା ଉଚିତ । ତେବେ ବିଶେଷ କରି ଯେତେବେଳେ ଆପଣଙ୍କର ପରୀକ୍ଷା ଆରମ୍ଭ ହେବାର ଥିବ । ତାହାର କିଛି ଦିନ ପୂର୍ବରୁ ଏବଂ ପରୀକ୍ଷା ସରିବା ପର୍ଯ୍ୟନ୍ତ ଆପଣଙ୍କୁ ସକାଳର ଭୋର ସମୟରୁ ଉଠିକି ପଡିବାକୁ ପଡିବ ।

କାରଣ ସକାଳର ଭୋର ସମୟ ପାଠ ପଢିବା ଏବଂ ପାଠକୁ ମନେ ରଖିବା ପାଇଁ ବହୁତ ଭଲ ସମୟ ହୋଇଥାଏ । ଏଥିସହ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପରୀକ୍ଷାକୁ ଯିବା ପୂର୍ବରୁ ପକେଟରେ ଗୋଟିଏ ଦୂବ ଘାସ ପୂରାଇ ନିଅନ୍ତୁ । ଯାହାଫଳରେ ଆପଣଙ୍କର ପରୀକ୍ଷା ବହୁତ ଭଲ ହେବ । ଏଥିସହ ତୁଳସୀ ଗଛର ମାଟି ମୁଣ୍ଡରେ ଲଗାନ୍ତୁ ଯାତ୍ରା ସଫଳ ରହିବ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ପରୀକ୍ଷାରେ ସବୁ ପାଠ ମନେ ପଡିବ ଏବଂ ପରୀକ୍ଷା ଫଳ ମଧ୍ୟ ଭଲ ଆସିବ ।

ଏହି ପୋଷ୍ଟଟି ଭଲ ଲାଇଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ