ପରୀକ୍ଷା ଦେଇ ଫେରୁଥିବା ବେଳେ ଉଠେଇ ନେଲେ ଦୁର୍ବୃତ୍ତ, କୌଶଳକ୍ରମେ ଖସି ଆସି ପୁରା ଘଟଣା ବଖାଣିଲେ ଛାତ୍ରୀ, ଦେଖନ୍ତୁ video

ଉପସ୍ଥିତ ବୁଦ୍ଧି ଓ କୌଶଳ ଖଟାଇ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ । ଗାଡି କାଚ ଭାଙ୍ଗି ଛାତ୍ରୀଜଣକ ଖସି ଆସିଲେ ସିନା ହେଲେ ଦେହସାରା କଟାଦାଗ ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକା ନିଃଶ୍ଵାସରେ ଦୌଡି ଦୌଡି ପଳେଇ ଆସିଲେ ଛାତ୍ରୀ । ଏଭଳି କିଛି ଘଟଣା ପରେ ଏବେ ଏକୁଟିଆ ପିଲାଙ୍କୁ ସ୍କୁଲ ଛାଡିବାକୁ ଭୟ କରୁଛନ୍ତି ଅଭିଭାବକ ମାନେ । କାରଣ ଛାତ୍ରୀଙ୍କୁ କିଏ ଓ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଥିଲା ତାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି ।

କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣା ସାମନାକୁ ଆସିବା ପରେ ଏହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ । ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ମୁହଁକୁ ଛାପି ଉଠାଇ ନେଇଥିଲେ । ଛାତ୍ରୀଜଣକ କୌଶଳକ୍ରମେ ଗାଡିର କାଚ ଭାଙ୍ଗି ଖସି ଆସିଛନ୍ତି ସତ ହେଲେ ଫେରିବା ବାଟରେ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ।

ଛାତ୍ରୀଜଣକ ଅଚେତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ଛାତ୍ରୀଙ୍କୁ କିଏ ଓ କାହିଁକି ଅପହରଣ କରିବାକୁ ଚେଷ୍ଟା କରୁଥିଲେ ତାହା ଏବେ ଯାଏଁ ଜଣା ପଡି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ତାଙ୍କୁ ଅପହରଣ ପରେ ଦୁର୍ବୃତ୍ତ ମାନେ ଟଙ୍କା ନେଣଦେଣ ସମ୍ପର୍କରେ ଆଲୋଚନା କରୁଥିବା କହିଛନ୍ତି ଛାତ୍ରୀ ।

ତାଙ୍କ ବାପା ସବୁଦିନ ତାଙ୍କୁ ନେବା ଆଣିବା କରୁଥିଲେ । କିନ୍ତୁ ସେଦିନ ବାପା ଆସିବାକୁ ଡେରି କରିବାକୁ ସେ ଅଲଗା ଜାଗାରେ ଆସି ଠିଆ ହୋଇଥିଲେ । ସୁଯୋଗ ଦେଖି ଦୁର୍ବୃତ୍ତମାନେ ତାଙ୍କୁ ଉଠେଇ ନେଇଗଲେ । ଏନେଇ ଆହତ ଛାତ୍ରୀଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର କାହା ସହ ଶତ୍ରୁତା ନାହିଁ । ହେଲେ କିଏ ଓ କାହିଁକି ତାଙ୍କ ଝିଅକୁ ଅପହରଣ ଚେଷ୍ଟା କରୁଛି ତାହା ଜଣାପଡୁନି । ଛାତ୍ରୀ ଯଦି କୌଶଳ କରି ଖସି ଆସି ନଥାନ୍ତେ ତେବେ ପରିସ୍ଥିତି କଣ ଯେ ହୋଇଥାନ୍ତା କିଏ କହିପାରିବ ! ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।