ପେଟ୍ରୋଲ ସରିଗଲେ ଖାଇ ପାରିବେନି କି ଝାଡା ଯାଇ ପାରିବେନି, କାହାକୁ ଓ କାହିଁକି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray ? ଦେଖନ୍ତୁ video

ଗତ ଦୁଇ ଦିନ ରାଜ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ ରାଜ୍ୟ ଡ୍ରାଇଭର ସଂଘର ସଦସ୍ୟ ମାନେ । 60 ବର୍ଷ ହେଲେ ଡ୍ରାଇଭରଙ୍କୁ ପେନସନ, ବୀମା, ସ୍ଥାନେ ସ୍ଥାନେ ଶୌଚାଳୟ ଓ ବିଶ୍ରାମଗାର ଆଦି 10ଟି ଦାବି ନେଇ ରାଜ ସଡକକୁ ଓହ୍ଲାଇଥିଲେ ଡ୍ରାଇଭର ଭାଇମାନେ । ଫଳରେ ରାଜ୍ୟରେ ଗାଡି ଚଳାଚଳ ବନ୍ଦ ହେବା ସହ ଯାତାୟାତ ପ୍ରଭାବିତ ହୋଇଥିଲା । ଗତକାଲି ରାଜ୍ୟ ସରକାର ଡ୍ରାଇଭର ସଂଘର ମାଲିକଙ୍କ ସହ ଆଲୋଚନା କରିବା ପରେ ଆଜି ସ୍ଥିତି ସାମାନ୍ଯ ହେବାରେ ଲାଗିଛି ।

ତେବେ ଡ୍ରାଇଭର ଭାଇମାନଙ୍କ ଏହି ଆନ୍ଦୋଳନରେ ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ସୁର ରାଉତରାୟ ସ୍ଥାନେ ସ୍ଥାନେ ଆନ୍ଦୋଳନ କରୁଥିବା ଡ୍ରାଇଭର ଭାଇମାନଙ୍କ ପାଖକୁ ଯାଇ ସେମାନଙ୍କୁ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଥିଲା । ଓଡିଶାରେ ଲକ୍ଷ ଲକ୍ଷ ଡ୍ରାଇଭର ଥିବା ବେଳେ ସେମାନଙ୍କ ଦାବି ସରକାର ଶୀଘ୍ର ପୂରଣ କରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।

ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ଯାତାୟାତ ସମେତ ରାଜ୍ୟରେ ପେଟ୍ରୋଲ ଓ ପନିପରିବା ଆଦି ପ୍ରଭାବିତ ହୋଇଥିବା ଦେଖା ଯାଇଥିଲା । ପେଟ୍ରୋଲ ଟାଙ୍କିରେ ଲୋକଙ୍କ ଭିଡ ଜମିଥିବା ବେଳେ ପେଟ୍ରୋଲ ଗାଡି ପହଞ୍ଚି ପାରୁ ନଥିବାରୁ ପେଟ୍ରୋଲ ଦରରେ ମଧ୍ୟ ବୃଦ୍ଧି ଦେଖା ଯାଇଥିଲା । ସେହିପରି ପନିପରିବା ଓ ଫଳମୂଳ ଗାଡି ଆଦି ନ ଆସିବା ଯୋଗୁଁ ଖାଦ୍ୟ ସାମଗ୍ରୀ ଦରରେ ମଧ୍ୟ ଅଚାନକ ବୃଦ୍ଧି ହୋଇଥିଲା ।

ଏନେଇ ସୁର ରାଉତରାୟ କହିଛନ୍ତି, ପେଟ୍ରୋଲ ନ ମିଳିଲେ ମୁଖ୍ୟମନ୍ତ୍ରୀ ଖାଇ ପାରିବେନି କି ଝାଡା ଯାଇ ପାରିବେନି । ତେବେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଓ ଦରକାର ହେଲେ ପେଟ୍ରୋଲ ଗାଡି ବି ଛାଇଦେବୁ ବୋଲି କହିଛନ୍ତି ସୁର ରାଉତରାୟ । ଆନ୍ଦୋଳନରେ ଯେପରି କୌଣସି ଜନଜୀବନ ପ୍ରଭାବିତ ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆ ଯାଇଥିଲା । ହେଲେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଡ୍ରାଇଭର ସଂଘର ଆନ୍ଦୋଳନକୁ ଅନେକ ମହଲରେ ନାପସନ୍ଦ କରାଯାଇଛି ।

ତେବେ ଗତକାଲି ଚିଫ୍ ସେକ୍ରେଟାରୀ ସଂଘ ମାଲିକଙ୍କ ସହ ଆଲୋଚନା କରିବା ପରେ ତିନି ମାସ ପରେ ସେମାନଙ୍କ ଦାବି ପୂରଣ କରିବେ ବୋଲି ଲିଖିତ ଆକାରରେ ଦେବା ପରେ ଆଜି ସ୍ଥିତି ସାମାନ୍ଯ ହେବା ସହ ଗାଡି ଗଡିବା ଆରମ୍ଭ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।