ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ମଧ୍ୟରେ ପ୍ରକାଶ ପାଉଥିବା ଅନେକ ସ୍ଵାସ୍ଥଗତ ସମସ୍ଯା ମଧ୍ୟରୁ ୟୁରିନାରୀ ଇନକଣ୍ଟିନେନ୍ସ କ’ ଣ ତାହା ବିଷୟରେ ଆଜି ଆଲୋଚନା କରିବା । ସାଧାରଣତଃ ମହିଳା ମାନଙ୍କ ଠାରେ ୟୁରିନାରୀ ଇନକଣ୍ଟିନେନ୍ସ ଭଳି ସମସ୍ତ ବିଶେଷ ଭାବେ ଦେଖା ଯାଇଥାଏ । ଏପରି ସମସ୍ଯାରେ ପୀଡିତ ଲୋକ ମାନେ ନିଜର ପରିସ୍ରା ଉପରେ ନିୟନ୍ତ୍ରଣ ରଖିନପାରିବା, କାଶିଲେ, ଛିଙ୍କିଲେ ସମୟରେ ପରିସ୍ରା ହୋଇଯିବା ।

ତେବେ ଏଭଳି ଲକ୍ଷଣ ଥିବା ଲୋକଙ୍କ ଠାରେ ୟୁରିନାରୀ ଇନକଣ୍ଟିନେନ୍ସ ପ୍ରୋବ୍ଲେମ ହେବାର ସମ୍ଭାବନା ରହିଥାଏ । ତେବେ ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଧି ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା । ମହିଳା ମାନଙ୍କ ଠାରେ ୟୁରିନାରୀ ଇନକଣ୍ଟିନେନ୍ସ ହେବାର ବହୁତ ପ୍ରକାର କାରଣ ମଧ୍ୟ ରହିଛି । ଯେପରି ମହିଳା ମାନଙ୍କର ପରିସ୍ରା ନଳୀ ବହୁତ ସାନ ରହିଥାଏ । ସେହି ପରିସ୍ରା ନଳୀରେ ଥିବା ମଶଲ ଯାହାକି ପରିସ୍ରାକୁ ରୋକିବା ପାଇଁ ସାହାଜ୍ଯ କରିଥାଏ ।
ଯଦି ତାହା ବାରମ୍ବାର ପିଲା ଜନ୍ମ କରିବା ପରେ ଦୁର୍ବଳ ହୋଇଯାଇଥାଏ । କିମ୍ବା କୌଣସି ପ୍ରକାର ସର୍ଜରୀ ପରେ ସେହି ମଶଲ ୱିକ୍ ହୋଇଯାଇଥାଏ । ଯଦି ଗର୍ଭାଶୟ କୌଣସି କାରଣ ବଶତଃ ବାହାରକୁ ଚାଲି ଆସିଥାଏ । ମହିଳା ମାନଙ୍କର ବୟସ ବୃଦ୍ଧି ହେବା ଫଳରେ ମଧ୍ୟ ତାଙ୍କ ଠାରେ ହର୍ମୋନାଲ ଇମବାଲାନ୍ସ ଦେଖା ଯାଇଥାଏ । ଯେଉଁ କାରଣରୁ ପରିସ୍ରା ଥଳୀର ସେହି ମଶଲଟି ଦୁର୍ବଳ ହୋଇଯାଇଥାଏ ।

ତେଣୁ ଏପରି କ୍ଷେତ୍ରରେ ମହିଳା ନିଜର ପରିସ୍ରାକୁ ରୋକୀ ପାରିନଥାନ୍ତି । ସାଧାରଣତଃ ବୟସ୍କ ମହିଳା ମାନଙ୍କ ଠାରେ ଏହି ପ୍ରୋବ୍ଲେମ ଦେଖା ଯାଇଥାଏ । ଯେଉଁ ୟଙ୍ଗ ଏଜର ମହିଳା ମାନେ ଅଧିକ ମାତ୍ରରେ ଟି, କଫି, ଚକୋଲେଟ, ଫାଷ୍ଟଫୁଡ୍, ନିଶାଦ୍ରବ୍ୟ ଏପରି ଜିନିଷର ସେବନ କରିଥାନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅଳ୍ପ ବର୍ଷ ବୟସରୁ ଏହି ସମସ୍ଯା ଦେଖା ଯାଇଥାଏ । ଯେଉଁ ମହିଳା ମାନେ ୟୁରିନାରୀ ଇନକଣ୍ଟିନେନ୍ସ ର ଲକ୍ଷଣର ଶିକାର ହେଉଥାନ୍ତି ।
ତେବେ ସେମାନେ ୟୁରୋଲୋଜିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ଅଟେ । ଡାକ୍ତର ପ୍ରଥମେ ଏଥିରେ ପୀଡିତ ବ୍ୟକ୍ତିର ସଠିକ କାରଣ ଜାଣିବାକୁ ଚେଷ୍ଟା କରିଥାନ୍ତି । ତେବେ କେଉଁ କାରଣର ପାଇଁ ୟୁରିନାରୀ ଇନକଣ୍ଟିନେନ୍ସ ହେଉଛି । ତାହା ଉପରେ ହିଁ ଏହି ସମସ୍ଯାର ଚିକିତ୍ସା କରିବା ପାଇଁ ଚେଷ୍ଟା କରିଥାନ୍ତି । ଡାକ୍ତର ପ୍ରଥମେ ୟୁରିନାରୀ ଇନକଣ୍ଟିନେନ୍ସରେ ରେ ପୀଡିତ ବ୍ୟକ୍ତିଙ୍କର ଲାଇଫଷ୍ଟାଇଲ ଉପରେ ଧ୍ୟାନ ଦେଇଥାନ୍ତି ।

ପ୍ରଥମେ ଏକ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ, ପାନୀୟ ତଥା ଏକ୍ସରସାଇଜ କରିବା ପାଇଁ କହିଥାନ୍ତି । ଏହା ବ୍ଯତୀତ ସମସ୍ଯାର କାରଣକୁ ଅନୁଧ୍ୟାନ କରି ସେହି ଅନୁସାରେ ମେଡ଼ିସିନ ସେବନ କରିବାକୁ ଦେଇଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ