ଘର ଆଗରେ ଲୋକଙ୍କର ଗହଳି ଲାଗିଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘରର ପରିବେଶ । କିଏ ବାହୁନି ବାହୁନି କାନ୍ଦୁଛି ତ ଆଉ କିଏ ମୁଣ୍ଡରେ ହାତ ଦେଇ କାନ୍ଦୁଛି । ତେବେ ଏ ଦୃଶ୍ୟକୁ ଦେଖିଲେ ଲାଗୁଛି କାହାର ମୃତ୍ୟୁ ହୋଇଛି । ହଁ ଦର୍ଶକ ବନ୍ଧୁ ଜଣେ ମହିଳା ଦାଦନ ଖଟିବାକୁ ଯାଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଆସିକା ଖଇରିପାଟି ଗାଁ ର ମଙ୍ଗୁଳୁ ନାହକଙ୍କ ର ଘର ।
50 ବର୍ଷୀୟ ମଙ୍ଗୁଳୁ, ସ୍ତ୍ରୀ ମଞ୍ଜୁଳା ଓ ଦୁଇ ଝିଅ ଓ ପୁଅଙ୍କୁ ନେଇ ବେସ ହସ ଖୁସିରେ ଚାଲିଥିଲା ସଂସାର । ହେଲେ ହଠାତ ମଙ୍ଗୁଳୁଙ୍କୁ ରୋଗ ମାଡି ବସିବାରୁ ସେ କାମ ଧନ୍ଦା କରି ପାରିଲେ ନାହିଁ । ଏମିତି ସ୍ଥିତିରେ ପରିବାର କେମିତି ଚାଲିବ ସେ ସ୍ଥିତିରେ କାମ କରିବାକୁ ବାହାରି ପଡିଲେ ମଞ୍ଜୁଳା । ଗାଁ ର ଅନ୍ୟ ଶ୍ରମିକଙ୍କ ପରି ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ ।
ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ପରିବାର ଚଳାଇବାକୁ ମଞ୍ଜୁଳା ହାଇଦ୍ରାବାଦ ସିନା ବାହାରିଗଲେ ହେଲେ ନିର୍ଯ୍ୟାତନା ଏତେ ଅଧିକ ହେଉଥିଲା ଯେ ଚଳିବା କଷ୍ଟକର ହୋଇ ପଡିଲା । ହେଲେ ପରିବାରରେ ମୁହଁ ରେ ଦାନ ଦେବାକୁ ସବୁ ଦୁଃଖ କଷ୍ଟକୁ ଦହି ଯାଇଥିଲେ ମଞ୍ଜୁଳା । ଏହାରି ଭିତରେ 6 ମାସ ବୀତିଗଲା । ଦିନ ଯେତିକି ଯେତିକି ବଢୁ ଥାଏ ମଞ୍ଜୁଳାଙ୍କର ଦୁଃଖ ସେତିକି ସେତିକି ବଢୁଥିଲା ।
ମା ର କଷ୍ଟକୁ ଝିଅ ପୂଜା ଦେଖୁଥିଲା କିନ୍ତୁ ସେ ବି କିଛି କରିପାରୁ ନ ଥିଲା । ହଠାତ ଦିନେ ଝିଅ ପୂଜା ଦେଖିଲା ବେଳକୁ ମା ଙ୍କର ଶରୀର କ୍ଷତ ବିକ୍ଷତ ଅବସ୍ଥାରେ ଝୁଲୁଚି । ମା ର ଏ ଅବସ୍ଥା ଦେଖି ପୂଜା କଣ କରିବ କିଛି ବୁଝି ପାରିଲା ନାହିଁ । ସେଠାରୁ ଶବ କୁ ବିନା ପୋଷ୍ଟ ମର୍ଟମ ରେ ଘରକୁ ଆଣିଲେ ପରିବାର ଲୋକେ । ପୂଜା ଙ୍କ ଠାରୁ ସବୁ ଖବର ଶୁଣିବା ପରେ ଆମ୍ବୁଲାନ୍ସ କୁ ଅଟକ ରଖି ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ ।
ପରେ ପୋଲିସ ଡ୍ରାଇଭର, ବାପା ଓ ଝିଅ କୁ ପଚରା ଉଚରା କରୁଛି । ତେବେ ହାଇଦ୍ରାବାଦ ରେ କଣ ଘଟିଲା ଓ ମଞ୍ଜୁଳା ଙ୍କର ମୃତ୍ୟୁ କେମିତି ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିବା ମୃତ୍ୟୁ ପଛରେ ଦାୟୀ କିଏ ତାଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।