ଜିନ ପ୍ୟାଣ୍ଟ ପାଇଁ ମାଟ୍ରିକ ପରୀକ୍ଷା ଦେଇ ପାରିଲେନି ଛାତ୍ର, ଆଉ ତା ପରେ ଯାହା କଲେ ଜାଣି ଆଶ୍ଚର୍ଯ୍ୟ ସମସ୍ତେ, ଶିକ୍ଷକଙ୍କ ବିରୁଦ୍ଧରେ ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

ଦର୍ଶକ ବନ୍ଧୁ ଏବେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ରାଜ୍ୟ ସାରା ପରୀକ୍ଷାର ମାହୋଲ । ହେଲେ ଦଶପଲ୍ଲା ରାଧା ମୋହନ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ବାହାରୁ ଛାତ୍ର ନିଖୋଜ ଘଟଣା ସମସ୍ତଙ୍କୁ ତାଯୁବ କରିଛି । ବହୁତ ଖୋଜା ଖୋଜି କରିବା ହେତୁ ନ ମିଳିବାରୁ ପୋଲିସର ଆଶ୍ରୟ ନେଇ ଥିଲେ ପରିବାର ଲୋକେ । ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ର ପୁର ପାଟଣା ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ।

ପରୀକ୍ଷା ଦେବାକୁ ଯାଇ ନିଖୋଜ ହୋଇ ଥିଲେ । ନିଖୋଜ ହେବା ପରେ ପରିବାର ଲୋକ ସିଧା ଅଭିଯୋଗ ଆଣିଛନ୍ତି ସ୍କୁଲ କର୍ତ୍ତୁପକ୍ଷଙ୍କ ଉପରେ ।  ଘଟଣା ପଚାରିବାରୁ ସ୍କୁଲ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ଛାତ୍ରଙ୍କ ମାଆ । ଛାତ୍ର ଜଣକ ଧଳା ସାର୍ଟ ସହ ଜିନ୍ସ ପିନ୍ଧି ଥିବାରୁ ତାଙ୍କୁ ପରୀକ୍ଷା ହଲ ଭିତରେ ପୁରାଇ ଦେଇ ନଥିଲେ । ଏହା ପରେ ଛାତ୍ର ଜଣକ କୁଆଡେ ପଳାଇ ଯାଇ ଥିବାର ଅଭିଯୋଗ ହେଉଛି ।

ପରିବାର ଲୋକଙ୍କ ସମେତ ଶିକ୍ଷକ-ଶିକ୍ଷୟତ୍ରୀ ସବୁ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲେ । ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆଉ ଏତିକି ବେଳେ ଜଣେ ବ୍ୟକ୍ତି ତାଙ୍କୁ ଧରିକି ଆସି ଘରେ ପହଞ୍ଚି ଥିଲେ । ଘରକୁ ଫେରିବା ପରେ ପିଲାଟି କହିଛି, ମୋ ପ୍ୟାଣ୍ଟ ସଫା ହେଇଥିବାରୁ ମୁଁ ଜିନ୍ସ ପ୍ୟାଣ୍ଟ ପିନ୍ଧି ଯାଇଥିଲି । ମୋତେ ମାଡାମ ଗାଳି କଲେ ରାଜା ମାଡାମ ।

ତା ପରେ ମୁଁ ଘରକୁ ଆସିଥିଲି ପ୍ୟାଣ୍ଟ ପିନ୍ଧିବା ପାଇଁ ହେଲେ ପ୍ୟାଣ୍ଟ ସୁଖୀ ନ ଥିଲା ତେଣୁ ମୁଁ ମନ ଖରାପ କରି ପଳେଈ ଯାଇ ଥିଲି । ମୁଁ ଗୋଟେ ଆମ୍ବ ଗଛ ମୂଳରେ ବସି ଥିଲି । ଜଣେ ପିଇସା ମୋତେ ଦେଖି ଘରକୁ ନେଇ ଆସିଲେ । ମୋତେ ଯେମିତି ହେଲେ ପରୀକ୍ଷା ଦେବାକୁ ପଡିବ । ମାଡାମ ପରୀକ୍ଷା ଦେବାକୁ ଦେଇ ଥିଲେ ସିନା ମୁଁ ପରୀକ୍ଷା ଦେଇ ଥାନ୍ତି ପରୀକ୍ଷା ଦେବାକୁ ଦେଲେନି ମୁଁ କେମିତି ପରୀକ୍ଷା ଦେଇ ଥାନ୍ତି ।

ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ପିଲାକୁ ଶିକ୍ଷୟତ୍ରୀ ପ୍ରବେଶ କରାଇ ଦେଇ ନ ଥିବାରୁ ଅତିଷ୍ଠ ହୋଇ ଛାତ୍ର ଜଣକ ପାଖ ଗାଁ ଭୂତପଲ୍ଲି ନିକଟ ଆମ୍ବ ଗଛ ମୂଳରେ ବସି ରହିଥିଲେ । ତେବେ ପିଲାଟି ଘରକୁ ଫେରିବା ପରେ ସମସ୍ତେ ଆଶ୍ଵସ୍ତ ହୋଇ ଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।