15 ପତ୍ନୀ ସାଙ୍ଗକୁ 107 ସନ୍ତାନ, ତଥାପି କମିନି ଯୌବନ, 61 ବର୍ଷ ବୟସରେ ବି ବିବାହ କରିବାକୁ ନେଇ ଏଭଳି କହିଲେ ଏହି ବ୍ୟକ୍ତି ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ସେ ଗୋଟିଏ ପତ୍ନୀରେ ଖୁସି ନୁହନ୍ତି । ଏହି ବ୍ୟକ୍ତିଙ୍କର ୧୫ଟି ପତ୍ନୀ ଆଉ ତା’ ସାଙ୍ଗକୁ ୧୦୭ଟି ସନ୍ତାନ । ତଥାପି କମିନି ଯୌବନ, ୬୧ ବର୍ଷ ବୟସରେ ବି ଆହୁରି ବିବାହ କରିବାକୁ ଇଚ୍ଛା ରଖିଛନ୍ତି । ଆଜିର ମହଙ୍ଗା ଯୁଗରେ ସବୁର ଦରଦାମ ଆକାଶ ଛୁଆଁ ହେଲାଣି । ଏମିତି କ୍ଷେତ୍ରରେ ଆଜିର ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ କେବଳ ଗୋଟିଏ ପତ୍ନୀ ଓ ଗୋଟିଏ ପିଲାକୁ ପାଳିବା କଷ୍ଟ ହୋଇପଡୁଛି । ଏଠି କିନ୍ତୁ ଏହି ବ୍ୟକ୍ତିଙ୍କର ୧୫ ପତ୍ନୀ ସାଙ୍ଗକୁ ୧୦୭ ସନ୍ତାନ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ ସତ ।

ଏହି ବ୍ୟକ୍ତିଜଣକ ନିଜର ସମସ୍ତ ପତ୍ନୀଙ୍କ ସହ ଗାଁରେ ରୁହନ୍ତି । ସମସ୍ତଙ୍କ ଦାୟିତ୍ଵ ନେବା ସହ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ କର୍ତ୍ତବ୍ୟ ମଧ୍ୟ କରନ୍ତି । ସେ କାହାକୁ କେବେବି ଅବହେଳା କରନ୍ତି ନାହିଁ । ନିଜକୁ ୭୦୦ ପତ୍ନୀ ଥିବା ରାଜା ସୁଲେମାନଙ୍କ ଭଳି ମନେ କରନ୍ତି ବ୍ୟକ୍ତିଜଣକ । ଏହି ବ୍ୟକ୍ତିଜଣକ ହେଉଛନ୍ତି ପଶ୍ଚିମ କେନିଆ ଡେବିଡ ସକେୟା କଲହୋନା । ଏକ ଗଣମାଧ୍ୟମ ସହ କଥା ହେବା ବେଳେ ଡେବିଡ କହିଛନ୍ତି ତାଙ୍କର ମସ୍ତିଷ୍କ ଅତ୍ୟନ୍ତ ତୀକ୍ଷ୍ମ । ସେଥି ଯୋଗୁଁ ତାଙ୍କ ପାଇଁ ଜଣେ ମହିଳା ଯଥେଷ୍ଟ ନୁହନ୍ତି ।

ତାଙ୍କ ମସ୍ତିଷ୍କ ଉପରେ ଅନେକ ଭାର ରହିଛି ଯାହାକୁ ଜଣେ ମହିଳା ସମ୍ଭାଳି ପାରିବେ ନାହିଁ । ସେଥିପାଇଁ ସେ ଏକାଧିକ ବିବାହ କରିଛନ୍ତି । ଡେବିଡ ଆହୁରି ମଧ୍ୟ କହିଛନ୍ତି, ଯଦି ମୋର ୨୦ ପତ୍ନୀ ଥାଆନ୍ତେ ତଥାପି ମୋର କୌଣସି ସମସ୍ଯା ହୋଇ ନଥାନ୍ତା । ମୁଁ ରାଜା ସୁଲେମାନଙ୍କ ଭଳି । ତାଙ୍କର ୭୦୦ ପତ୍ନୀ ଓ ୩୦୦ ଦାସୀ ଥିଲେ । ସର୍ବମୋଟ ହଜାରେ ପତ୍ନୀ ଥିଲେ । ମୁଁ ବି ସେହିଭଳି । ଡେବିଡଙ୍କ ପତ୍ନୀମାନେ ମଧ୍ୟ ତାଙ୍କ ଶ ଖୁବ ଖୁସିରେ ଅଛନ୍ତି ।

ପତ୍ନୀ ଜେସିକା କଲହୋନାଙ୍କ ସହ ଡେବିଡଙ୍କର ୧୩ଟି ସନ୍ତାନ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଜେସିକା କୁହନ୍ତି ଆମେମାନେ ଶାନ୍ତିର ସହ ଖୁବ ଭଲରେ ଏକାଠି ରହୁ । ଆଉ ମୁଁ ମୋ ସ୍ଵାମୀଙ୍କୁ ବହୁତ ଭଲପାଏ । ଡେବିଡଙ୍କ ଅନ୍ଯତମ ପତ୍ନୀ ଡୁରିନା କଲହୋନା କହିଛନ୍ତି, ମୁଁ କାହାକୁ ଈର୍ଷା କରେନାହିଁ । ଆମେମାନେ ସମନ୍ଵୟ ସହ ରହୁ । ଡେବିଡଙ୍କ ସପ୍ତମ ପତ୍ନୀ ରୋଜ ଡେବିଡ କଲହୋନା କୁହନ୍ତି ଆମେ ପରସ୍ପରକୁ ବହୁତ ଭଲପାଉଛୁ ଓ ଉତ୍ତମ ଜୀବନ ନିର୍ବାହ କରୁଛୁ ।

ଆଉ ଡେବିଡଙ୍କ ସହ ରୋଜଙ୍କର ୧୫ ସନ୍ତାନ । ତେବେ ମାନିବାକୁ ପଡିବ ଏହି ବ୍ୟକ୍ତିଙ୍କୁ ଯିଏ ୧୫ ପତ୍ନୀ ଓ ପରିବାରକୁ ସମ୍ଭାଳିଛନ୍ତି ଏବଂ ଖୁସିରେ ବି ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।