ଆମ ହାତରେଖା ମଧ୍ୟରେ ଅନେକ ରହସ୍ୟଲୁଚି ରହିଥାଏ ଯାହା ଆମେ ଜାଣି ନଥାଉ । କିନ୍ତୁ ଆମ ଜୀବନରେ ସେଗୁଡିକର ମହତ୍ଵ ଖୁବ ଅଧିକ ରହିଥାଏ । କିଛି ହାତରେଖାର ସଂଯୋଗ ଆମକୁ କୌଣସି ଅକ୍ଷର ପରି ଦେଖାଯାଏ । ଅନେକ ଲୋକଙ୍କ ହାତରେ ହୃଦୟ ରେଖା, ଜୀବନ ରେଖା, ଭାଗ୍ୟ ରେଖା ଓ ମସ୍ତିଷ୍କ ରେଖା ମିଶି ଇଂରାଜୀ ଅକ୍ଷର ‘M’ ଭଳି ଏକ ଚିହ୍ନ ତିଆରି କରିଥାନ୍ତି । ଯଦି ଆପଣଙ୍କ ହାତରେ ମଧ୍ୟ ଏହିଭଳି ଚିହ୍ନ ରହିଛି ତେବେ ଆଜି ଆମେ ଆପଣଙ୍କୁ ଏହା ପଚାର କିଛି ରହସ୍ୟ କହିବାକୁ ଯାଉଛୁ ।
ଯେଉଁ ବ୍ୟକ୍ତିଙ୍କ ହାତରେଖାରେ ଏହି ‘M’ ଚିହ୍ନ ରହିଥାଏ ସେମାନେ ବହୁତ ବୁଦ୍ଧିମାନ ହେବା ସହ ବ୍ୟବସାୟରେ ଉତ୍ତମ ପାର୍ଟନର ମଧ୍ୟ ସାବ୍ୟସ୍ତ ହୁଅନ୍ତି । ଯଦି ଆପଣ ପ୍ରେମ କରୁଥିବା ବ୍ୟକ୍ତିଙ୍କ ହାତରେ ଏହି ଚିହ୍ନ ରହିଛି ତେବେ ଆପଣ କେବେ ମଧ୍ୟ ତାଙ୍କୁ ମିଛ କହିପାରିବେ ନାହିଁ । କାରଣ ଏହି ବ୍ୟକ୍ତିମାନେ ଯେକୌଣସି ମିଛକୁ ସହଜରେ ଧରି ଦିଅନ୍ତି । ଏହି ବ୍ୟକ୍ତିମାନଙ୍କ ଷଷ୍ଠ ଇନ୍ଦ୍ରିୟ ଖୁବ ଶକ୍ତିଶାଳୀ ହୋଇଥାନ୍ତି ଓ ମନର କଥାକୁ ଏମାନେ ସହଜରେ ଜାଣି ନିଅନ୍ତି ।
ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ହାତରେ ଏହି ରେଖା ଥିଲେ ଦୁହେଁ ଖୁବ ଉତ୍ତମ ଜୀବନସାଥି ସାବ୍ୟସ୍ତ ହୁଅନ୍ତି ଓ ସେମାନଙ୍କ ବୈବାହିକ ଜୀବନ ସୁଖମୟ ରହିଥାଏ । ଆପଣଙ୍କ ହାତରେ ଏହି ଚିହ୍ନ ଥିଲେ ଆପଣ ବହୁତ ଭାଗ୍ୟଶାଳୀ ଓ ସାହାସୀ ଅଟନ୍ତି । ଏହି ଲୋକ ଜୀବନତ୍ରଯେକୌଣସି ସମସ୍ଯାକୁ ଅଦ୍ଭୁତ ଭାବେ ସମାଧାନ କରିବାର କ୍ଷମତା ରଖିଥାନ୍ତି । ପୌରଣିକ ମାନ୍ୟତା ଅନୁସାରେ ଏପରି ବ୍ୟକ୍ତିଙ୍କୁ ଭଗବାନଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ ଓ ପ୍ରାୟ ସବୁ କାର୍ଯ୍ୟରେ ସେମାନେ ସଫଳ ହୋଇଥାନ୍ତି ।
ଏପରିକି କୁହାଯାଏ ହାତରେଖାରେ ଏହି ଚିହ୍ନ ଥିବା ବ୍ୟକ୍ତି ଭଗବାନଙ୍କର ଖୁବ ପ୍ରିୟ ହୋଇଥାନ୍ତି ଓ ଏମାନଙ୍କ ସେ ପ୍ରାର୍ଥନା ଖୁବ ଶୀଘ୍ର ଶୁଣିଥାନ୍ତି । ଯଦି ଏମାନଙ୍କ ମୁହଁରୁ କାହା ପାଇଁ ଅଭିଶାପ ବାହାରିଥାଏ, ତେବେ ତାହା ଘଟିବାର ସମ୍ଭାବନା ମଧ୍ୟ ରହିଥାଏ । ଏପରି ବ୍ୟକ୍ତିଙ୍କ ଆଉ ଏକ ଦୁର୍ଲଭ ଗୁଣ ହେଉଛି ଏମାନଙ୍କ ସହ ମିତ୍ରତା ରଖିଥିବା ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ଚମକି ଉଠେ । ଯଦି ଆପଣଙ୍କ ବୟଫ୍ରେଣ୍ଡ/ଗାର୍ଲଫ୍ରେଣ୍ଡ କିମ୍ବା ସ୍ଵାମୀ – ସ୍ତ୍ରୀ କାହାରି ହାତରେ ଏହି ଚିହ୍ନ ରହିଛି ତେବେ ସେମାନଙ୍କ ଯୋଗୁଁ ଆପଣଙ୍କ ଭାଗ୍ୟ ମଧ୍ୟ ଫିଟିଯିବ ।
ଆପଣ ଯଦି ଡାହାଣ ହାତରେ ସମସ୍ତ କାର୍ଯ୍ୟ କରୁଛନ୍ତି ତେବେ ବାମ ହାତରେ ଏହି ଚିହ୍ନ ଥିଲେ ଯାଇ ଉଚିତ ଫଳ ମିଳେ । ସେହିପରି ଆପଣ ଯଦି ବାମ ହାତରେ ସମସ୍ତ କାମ କରନ୍ତି ତେବେ ଡାହାଣ ହାତରୀହୀ ଚିହ୍ନ ଥିଲେ ଶୁଭଫଳ ମିଳିଥାଏ । ଆଉ ଯଦି ବ୍ୟକ୍ତିଙ୍କ ଦୁଇଟି ଯାକ ହାତରେ ଏହି ଚିହ୍ନ ରହିଥାଏ ତେବେ ଆପଣ ସବୁଠୁ ଅଧିକ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି । କାରଣ ଏଭଳି ବହୁତ କମ୍ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।