Vastu Tips- ଧନର ବର୍ଷା କରିବ ଏହି ଫୁଲ, ବାସ କରନ୍ତୁ ଏହି ଉପାୟ

ଅପରାଜିତା ଅର୍ଥ ଯାହା କେବେ ମଧ୍ୟ ପରାଜୟ ହୋଇନାହିଁ । ଏହାର ଅନ୍ୟ ଅନାମ ହେଉଛି ନୀଳକଣ୍ଠ । ଯାହା ଭଗବାନ ଶିବଙ୍କର ମଧ୍ୟ ଏକ ନାମ ଅଟେ । ମାତା ଦୂର୍ଗାଙ୍କର ମଧ୍ୟ ଏକ ନାମ ହେଉଛି ଅପରାଜିତା । ତେଣୁ ଏହି ଅପରାଜିତା ଫୁଲ ଶିବ ଓ ଶକ୍ତିଙ୍କ ସ୍ୱରୂପ ବୋଲି ମାନାଯାଏ ।ଏହା ଯୋଗୁଁ ଏହି ଫୁଲ ଅତ୍ୟନ୍ତ ଗୁଣକାରୀ ମଧ୍ୟ ଅଟେ । ଆଜେ ଆମେ ଆପଣଙ୍କୁ ଏହି ଫୁଲର କିଛି ଉପାୟ କହିବୁ ଯାହା ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହ ଘର ଧନଧାନ୍ୟରେ ପରିମୂର୍ଣ୍ଣ ହୋଇଯିବ ।

ଅପରାଜିତା ଫୁଲ ଘର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ସହ ଧନର ଆଗମନ କରାଇଥାଏ । ଶନିବାର ଦିନ ଅପରାଜିତା ଫୁଲରୁ ଏକ ମାଳ ପ୍ରସ୍ତୁତ କରି ପ୍ରଥମେ ଭଗବାନ ହନୁମାନଙ୍କୁ ସମର୍ପିତ କାରୀ ତା’ପରେ ଘରର ମୁଖ୍ୟଦ୍ଵାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ଵାରା ଭୂତପ୍ରେତଙ୍କ ବାଧା ଦୂର ହୋଇଯାଏ ଏବଂ ଘରର ସମସ୍ତ ପ୍ରକାର ନକରାତ୍ମକତା ଦୂର ହୋଇ ସକାରାତ୍ମକ ଊର୍ଜାର ପ୍ରବେଶ ହୋଇଥାଏ ।

ଧନ ସମ୍ବନ୍ଧିତ ସମସ୍ଯା ଏବଂ କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଶନିବାର କିମ୍ବା ସୋମବାର ରାତିରେ ୫ଟି ଅପରାଜିତା ଫୁଲ ତୋଳି କୌଣସି ଏକ ନଦୀ କିମ୍ବା ଜଳସ୍ରୋତରେ ଭସାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣାଇବେ ନାହିଁ, ଅନ୍ୟ କେହି ଯେପରି ଦେଖିବେ ନାହିଁ ଏବଂ ଆପଣ କିଛି କଥା ମଧ୍ୟ ହେବେ ନାହିଁ । ଜଳରେ ଫୁଲ ଭସାଇବା ପରେ ମନେ ମନେ ପ୍ରାର୍ଥନା କରନ୍ତୁ ଓ ସେଠାରୁ ପଳାଇ ଆସନ୍ତୁ । ୫ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଏହି ନିୟମ କଲେ ନିଶ୍ଚୟ ସୁଫଳ ପାଇବେ ।

ଯଦି ଆପଣ ମନ ପସନ୍ଦର ଭଲ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ମା ଦୂର୍ଗା କିମ୍ବା ମା ପାର୍ବତୀଙ୍କୁ ୧୧ଟି ଲେଖାଏଁ ଅପରାଜିତା ଫୁଲ ଅର୍ପଣ କରନ୍ତୁ । ନିୟମିତ ଭାବେ ଏଭଳି କରିବା ଦ୍ଵାରା ଆପଣଙ୍କ ମନୋବାଞ୍ଛା ନିଶ୍ଚୟ ପୂର୍ଣ୍ଣ ହେବ । ଯଦି ପ୍ରତିଦିନ କରିବା ସମ୍ଭବ ହେଉ ନାହିଁ ତେବେ ସପ୍ତାହର ପ୍ରତି ମଙ୍ଗଳବାର ୨୧ଟି ପାଳି ଯାଏଁ ଏପରି କରନ୍ତୁ । ସେହିପରି ଧନ ସମ୍ବନ୍ଧିତ ସମସ୍ଯା ଦୂର କରିବା ପାଇଁ ଆଉ ଏକ ଉପାୟ ମଧ୍ୟ କରିପାରିବେ ।

ପ୍ରତିଦିନ ଭଗବାନ ହନୁମାନଙ୍କୁ ୨ଟି ଲେଖାଏଁ ଅପରାଜିତା ଫୁଲ ଅର୍ପଣ କରନ୍ତୁ ଓ ସେଥିରୁ ଗୋଟିଏ ଫୁଲ ଆଣି ନିଜ ପାଖରେ ବା ନିଜ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ସମସ୍ତ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଧନ ପ୍ରାପ୍ତି ଏବଂ ଚାକିରି ବ୍ୟବସାୟରେ ଉନ୍ନତି ପାଇଁ ପ୍ରତି ସୋମବାର ଧଳା ବସ୍ତ୍ର ପରିଧାନ କରି ଅପରାଜିତା ଫୁଲ ଶିବଲିଙ୍ଗରେ ଚଢାଇବା ଦ୍ଵାରା ଧନ ପ୍ରାପ୍ତିର ଯୋଗ ଖୋଲିଥାଏ ଓ ସମସ୍ତ କାର୍ଯ୍ୟରେ ଉନ୍ନତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।