ପାକିସ୍ତାନରେ ରହୁଥିବା ହିନ୍ଦୁ ଝିଅକୁ ମଣ୍ଡପରୁ ଉଠାଇ ନେଲେ ମୁସ୍ଲିମ ଗ୍ଯାଙ୍ଗ, ପ୍ରଥମେ କରେଇଲେ ଧର୍ମ ପରିବର୍ତ୍ତନ ଓ ଆଉ ତା ପରେ…

ଭରତର ପଡୋଶୀ ଦେଶ ପାକିସ୍ଥାନରେ ମୁସ୍ଲିମ ମାନଙ୍କ ସଂଖ୍ୟା ବହୁତ ଅଧିକ । ଗତ କିଛି ବର୍ଷ ହେବ ପାକିସ୍ଥାନରେ ହିନ୍ଦୁ ଲୋକଙ୍କ ସଂଖ୍ୟା କମି କମି ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ସେଠାରେ ଥିବା ହିନ୍ଦୁ ମାନଙ୍କ ଉପରେ ବହୁତ ଅତ୍ୟାଚାର ହେଉଛି । ପାକିସ୍ତାନର ସିଂହ ପ୍ରାନ୍ତରେ ଥିବା ହାଲା ସହରରେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ପାକିସ୍ଥାନର ଇମରାନ ସରକାର ପାକିସ୍ଥାନରେ ରହୁଥିବା ହିନ୍ଦୁମାନଙ୍କୁ କୌଣସି ସାହାର୍ଯ୍ୟ କରୁନାହାନ୍ତି । ପାକିସ୍ଥାନରେ ଥିବା କିଛି ଗ୍ୟାଙ୍ଗ ମଣ୍ଡପରୁ ଏକ ହିନ୍ଦୁ ଝିଅକୁ ଉଠାଇ ନେଇ ଯାଇଛନ୍ତି । ଏହାପରେ ସେହି ଝିଅର ଧର୍ମ ପରିବର୍ତ୍ତନ କରି ଏକ ମୁସ୍ଲିମ ସମ୍ପ୍ରଦାୟର ଯୁବକ ସହ ତାର ବିବାହ କରାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ଖବର ଅନୁସାରେ ଜଣା ପଡିଛି ଯେଉଁ ଝିଅର ଅପହରଣ ହୋଇଛି ତାର ନାମ ହେଉଛି ଭାରତୀ ବାଇ । ଭାରତୀ ବାଇଙ୍କ ବିବାହ ତାଙ୍କ ପରିବାର ଲୋକ ଏକ ହିନ୍ଦୁ ପୁଅ ସହ କରିବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯେତେବେଳେ ବିବାହର କାର୍ଯ୍ୟକ୍ରମ ଚାଲିଥିଲା ସେହି ସମୟରେ କିଛି ଲୋକ ଆସି ମଣ୍ଡପରୁ ଝିଅକୁ ଉଠାଇ ନେଇଥିଲେ । ସେହି ଲୋକମାନଙ୍କ ପାଖରେ ହତିଆର ମଧ୍ୟ ଥିଲା, ଯାହାକୁ ବ୍ୟବହାର କରି ସେମାନେ ଏହି ଅମାନୁଷିକ କାର୍ଯ୍ୟ କରିଥିଲେ ।

ଘଟଣା ପରେ ସେହି ସ୍ଥାନରେ ବହୁତ ଗଣ୍ଡୋଗୋଳ ହୋଇଥିଲା । ଅପହରଣ ହୋଇଥିବା ଝିଅର ପିତା କିଶୋର ଦାସ କହିଲେ କି, ‘ମୋ ଝିଅର ବିବାହ ହେଉଥିଲା ସେହି ସମୟରେ ଶାହରୁଖ ଗୁଲ୍ ନାମକ ଜଣେ ଲୋକ ପୋଲିସ ଅଧିକାରୀଙ୍କ ସହ ଆସି ମୋ ଝିଅକୁ ଜବରଦସ୍ତ ଅପହରଣ କରି ନେଇଯାଇଥିଲେ । ସେହି ଲୋକମାନେ ମୋ ଝିଅକୁ ଇସଲାମ ଧର୍ମରେ ପରିବର୍ତ୍ତନ କରି ଶାହରୁଖ ଗୁଲ୍ ସହ ବିବାହ କରିଥିଲେ’ । ଏହି ଘଟଣାଟି ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରାଲ ହୋଇଛି ।

https://twitter.com/i/status/1221999387204706305

ଏହି ଘଟଣାର ପବ୍ଲିସ ପାକିସ୍ଥାନରେ ମଧ୍ୟ ହୋଇଛି । ରିପୋର୍ଟ ଅନୁସାରେ ଜଣା ପଡିଛି କି ପୋଲିସ ଯୁବତୀ ଜଣଙ୍କୁ ବିବାହ ହୋଇଥିବା ଘରୁ ଆଣି ଅଦାଲତ ନେଇଥିଲେ । ବର୍ତ୍ତମାନ ଝିଅଟିକୁ ଆଶ୍ରୟ ଗୃହକୁ ପଠାଇ ଦିଆଯାଇଛି । ସୋସିଆଲ ମିଡିଆରୁ ଯେତେବେଳେ ପାକିସ୍ଥାନୀ ହିନ୍ଦୁ ଓ ଭାରତୀୟ ହିନ୍ଦୁଙ୍କୁ ଏହି କଥା ଜଣା ପଡିଲା ତେବେ ଜନଅସନ୍ତୋଷ ଦେଖା ଦେଇଛି । ଲୋକମାନେ ପାକିସ୍ଥାନ ସରକାରକୁ ଏହା ମଧ୍ୟ ନିବେଦନ କରିଛନ୍ତି କି ତାଙ୍କ ଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କର ଅଧିକାର ପାଇଁ ସରକାରକୁ କିଛି କରିବା ଆବଶ୍ୟକ ।