ପାକିସ୍ତାନ T-20 ବିଶ୍ଵକପ୍ ରୁ ବାହାରିବା ପରେ ଲୋକମାନେ ରାଗରେ ଭାଙ୍ଗିଲେ ଟିଭି, ସେହି ଦୃଶ୍ୟ ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ

ଚଳିତ ଟି-୨୦ ବିଶ୍ଵକପ୍ ରେ ପାକିସ୍ତାନ ଟିମ୍ ଆରମ୍ଭରୁ ଖୁବ ଭଲ ପ୍ରଦର୍ଶନ କରି ସେମି ଫାଇନାଲରେ ପହଞ୍ଚି ପାରିଥିଲା । କିନ୍ତୁ ସେମି ଫାଇନାଲ ମ୍ଯାଚରେ ଜିତିବା ମ୍ଯାଚ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା । ଯାହାକୁ ନେଇ ପାକିସ୍ତାନ କ୍ରିକେଟ ପ୍ରେମୀ ଖୁବ ମ-ର୍ମା-ହ-ତ ହୋଇ ପଡିଥିବା ବେଳେ ପାକିସ୍ତାନରେ ପୂର୍ବ ଭଳି ନଜାରା ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ସବୁ ନଜାରା ଯାହା ପାକିସ୍ତାନରେ ଦେଖିବାକୁ ମିଳୁଛି ।

ଭାରତ ଓ ପାକିସ୍ତାନରେ କ୍ରିକେଟ କେବଳ ଏକ ଖେଳ ନୁହେଁ ବରଂ ଏହା ଲୋକଙ୍କ ଭାବନା ସହ ଜଡିତ । କ୍ରିକେଟ ମ୍ଯାଚକୁ ନେଇ ଲୋକେ ଖୁବ ଭାବୁକ ହୋଇଯାନ୍ତି । ଚଳିତ ଟି-୨୦ ବିଶ୍ଵକପ୍ ରେ ପାକିସ୍ତାନ ଟିମ୍ ଖୁବ ଭଲ ପ୍ରଦର୍ଶନ କରିଥିବା ବେଳେ ସେମି ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ମ୍ଯାଚ ହାରି ଯାଇଛି । ଯାହାପରେ ପାକିସ୍ତାନ ପ୍ରଶଂସକ ମାନେ ଅତ୍ୟନ୍ତ ନାରାଜ ହେଉଥିବାର ଦେଖିବାକୁ ମିଳିଛି । ଆଉ ଏଥର ମଧ୍ୟ ନିଜ ରାଗ ଜତାଇବା ପାଇଁ ପାକିସ୍ତାନ କ୍ରିକେଟ ପ୍ରେମୀ ରାସ୍ତାରେ ଟିଭି ଭା-ଙ୍ଗୁ-ଥି-ବା-ର ଦେଖିବାକୁ ମିଳିଛି ।

ତେବେ ପାକିସ୍ତାନ ଟିମ୍ ମ୍ଯାଚ ହାରିବା ପରେ ପାକିସ୍ତାନରେ ଟିଭି ଭା-ଙ୍ଗି-ବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନକୁ ଯେତେ ଥର ପରାଜୟର ସାମନା କରିବାକୁ ପଡିଛି, ପାକିସ୍ତାନ ଲୋକମାନେ ରାସ୍ତା ଉପରେ ଟିଭି ଭା-ଙ୍ଗି-ବା ଭଳି କା-ର-ନା-ମା କରୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ବିଶ୍ଵକପ୍ ରେ ଯେତେବେଳେ ଭାରତ ବିପକ୍ଷରେ ପାକିସ୍ତାନ ହୋଇଥିଲା ସେତେବେଳେ ମଧ୍ୟ ଏହି ଟିଭି ଭା-ଙ୍ଗି-ବା ଦୃଶ୍ୟ ପାକିସ୍ତାନରୁ ଦେଖିବାକୁ ମିଳିଥିଲା ।

ଯଦ୍ୟପି ଏଥର ସଂପୂର୍ଣ୍ଣ ଟି-୨୦ ବିଶ୍ଵକପ୍ ରେ ପାକିସ୍ତାନ ଟିମ୍ ଖୁବ ଶାନଦାର ପ୍ରଦର୍ଶନ କରିଛନ୍ତି ହେଲେ ମଧ୍ୟ ସେମି ଫାଇନାଲରୁ ଏହିପରି ବାହାର ହେବାକୁ ଗ୍ରହଣ କରି ପାରି ନାହାନ୍ତି ପାକିସ୍ତାନୀ କ୍ରିକେଟ ପ୍ରଶଂସକ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ଯାଚ ହାରିବା ପରେ ପାକିସ୍ତାନ ପ୍ରଶଂସକଙ୍କ କ୍ରୋଧ ଦେଖିବାକୁ ମିଳିଛି । ସେମାନଙ୍କ କହିବା ମୁତାବକ ଲିଗ ମ୍ଯାଚରେ ଜିତିବାର କଣ ଫାଇଦା ଯଦି ସେମି ଫାଇନାଲ ମ୍ଯାଚରେ ଏମିତି ହାରିବାକୁ ପଡିଲା ।

ଅଷ୍ଟ୍ରେଲିଆ ଠାରୁ ମ୍ଯାଚ ହାରିବା ପରେ ପାକିସ୍ତାନର ଟି-୨୦ ବିଶ୍ଵକପ୍ ଜିତିବାର ସ୍ଵପ୍ନ ମାଟିରେ ମିଶି ଯାଇଛି । ଏହାକୁ ନେଇ ଉତ୍ତ୍ୟକ୍ତ ହେଉଛନ୍ତି ପାକିସ୍ତାନ ଲୋକେ । ଯାହାଫଳରେ ଏହିଭଳି ନଜାରା ଦେଖିବାକୁ ମିଳିଛି । ତେବେ ଏଥର ଟି-୨୦ ବିଶ୍ଵକପ୍ କିଏ ଜିତିବ ବୋଲି ଆପଣ ଭାବୁଛନ୍ତି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।