ପାକିସ୍ତାନ ଲଗାଇଲା ବଲିଉଡ ଫିଲ୍ମ ଉପରେ ବ୍ୟାନ, ଲୋକେ କହିଲେ ‘ଇସମେ ତେରା ଘାଟା, ମେରା କୁଛ ନେହିଁ ଜାତା’, ଆଉ ତା ପରେ…

ଯେବେଠୁ ମୋଦୀ ସରକାର ଧାରା 370 କାଶ୍ମୀରରୁ ହାଟାଇଛନ୍ତି ସେବେଠୁ ପାକିସ୍ତାନର ନିଦ ହଜିଯାଇଛି । ସେ ଏମିତି ପାଗଳ ହୋଇଯାଇଛି । ପ୍ରଥମେ ତା’ର ରେଳ ମନ୍ତ୍ରୀ ସେଖ ରାଶିଦ ଘୋଷଣା କରଥିଲେ କି ଭାରତରୁ ପାକିସ୍ତାନ ଚାଲୁଥିବା ସମଝୋତା ଏକ୍ସପ୍ରେସର ସବୁ ସେବା ବନ୍ଦ କରାଯିବ । ସେ ଏହା ମଧ୍ୟ ଟ୍ଵିଟ କରି କହିଲେ କି ମୁଁ ଯେ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଅଛି ଏହି ଏକ୍ସପ୍ରେସ ଆଉ ଚାଲିବ ନାହିଁ ।

ଏହା ପରେ ମଧ୍ୟ ସମଝୋତା ଏକ୍ସପ୍ରେସ ଭାରତ ଆସିଲା । ପୁଣି ଏହା କୁହାଗଲା କି ଏହି ଏକ୍ସପ୍ରେସକୁ ବନ୍ଦ କରାଯାଇ ନଥିଲା ବସ କେବଳ ତାର ଡ୍ରାଇଭର ଓ ଗାର୍ଡ ଭାରତ ଆସିବାକୁ ଚାହୁଁ ନ ଥିଲେ । ଏମିତିରେ ସେ ଇଣ୍ଡିଆନ ଡ୍ରାଇଭର ଓ ଗାର୍ଡକୁ ଇଞ୍ଜିନ ସହିତ ଭାରତ ପଠାଇଦେଲେ ।

ଏହା ମଧ୍ୟ ଖବର ଆସିଥିଲା କି ପାକିସ୍ତାନ ଭାରତ ସହିତ କୌଣସି ବ୍ୟାପାର କରିବ ନାହିଁ । ଏହା ଉପରେ ଭାରତୀୟ ଥଟ୍ଟା କରି କହିଲେ କି ଏଥିରେ ପାକିସ୍ତାନକୁ ହିଁ କ୍ଷତି ହେବ କାରଣ ଏଥିରୁ ଭାରତକୁ କୌଣସି ବି ଫରକ ପଡିବ ନାହିଁ ।

ଏବେ ଏହି ସବୁ ମଧ୍ୟରେ ପାକିସ୍ତାନରୁ ଏହି ଖବର ଆସୁଛି କି ବର୍ତ୍ତମାନ ଠାରୁ ପାକିସ୍ତାନର ସିନେମା ହଲରେ ଭାରତୀୟ ଫିଲ୍ମକୁ ଦେଖାଯିବ ନାହିଁ । ଏହି କଥାର ଘୋଷଣା ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନ ସ୍ପେଶାଲ ଆସିଷ୍ଟେଣ୍ଟ ଡାଃ ଫିରଦୌଷ ଅବାନଙ୍କୁ କହିଲେ ଓ ସେ ଏହି କଥା ପାକିସ୍ତାନି ଚ୍ଯାନେଲ Geo English ସହିତ କଥା ହେବା ସମୟରେ କହିଲେ । ବାସ ପୁଣି କଣ ଥିଲା ଏହି ଖବର ଭାଇରାଲ ହେବା ପରେ ଇଣ୍ଡିଆନ୍ସ ପାକିସ୍ତାନକୁ ଥଟ୍ଟା କରିବାକୁ ଲାଗିଲେ ।

 

ଗୋଟିଏ ୟୁଜର ଲେଖିଲେ କି ” ଏଥିରେ ତୋର ହିଁ କ୍ଷତି ଆମର କିଛି ଯାଉ ନାହିଁ” । କହି ଦେଉଛୁ କି ପାକିସ୍ତାନ ଲୋକ ବଲିଉଡର ଫ୍ୟାନ ଅଟନ୍ତି । ସେଠିକାର ଲୋକାଲ ଫିଲ୍ମକୁ କେହି ବି ଦେଖନ୍ତି ନାହିଁ । ଯଦି ସେମାନେ ସିନେମା ହଲରେ ବଲିଉଡ ଫିଲ୍ମ ନ ଦେଖେଇଲେ ତଥାପି ବି ପାକିସ୍ତାନ ଲୋକ ଇନ୍ଟରନେଟ ମାଧ୍ୟମରେ ବଲିଉଡ ଫିଲ୍ମ ଦେଖିବେ ।

ଏମିତିରେ ଜଣେ ପାକିସ୍ତାନୀ ୟୁଜର ଥଟ୍ଟା କରି ଲେଖିଲେ କି ‘ଆମ ଦେଶରେ ବି ସିନେମା ହଲ ଅଛି ? ମୁଁ ତ ଆଜି ଜାଣିଲି ।’ ଏହା ପରେ ଆଉ ଜଣେ ଇଣ୍ଡିଆନ କଟାକ୍ଷ କରି ଲେଖିଲେ କି ‘ପାକିସ୍ତାନ ଯଦି ଆମ ଫିଲ୍ମ ଦେଖିବ ନାହିଁ ତେବେ ବଲିଉଡ କେମିତି ଚାଲିବ ?’

ଏହି ପ୍ରକାରର ଆହୁରି ଅନେକ ମଜାଳିଆ ଟ୍ବିଟ ଭାଇରାଲ ହେଉଛି । କହିଦେଉଛୁ କି ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35ଏ ହଟିବା ପରେ ଏବେ ସରକାରଙ୍କର ଏହି କ୍ଷେତ୍ରରେ ପୁରା କଣ୍ଟ୍ରୋଲ ରହିବ ଓ ଦେଶର ସବୁ ସମ୍ବିଧାନ ଓ ଆଇନ ଏଠାରେ ଲାଗୁ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।