ପାକିସ୍ତାନ ପାଖରେ ରହିଛି ଗୁପ୍ତଧନ ଭଣ୍ଡାର, ତଥାପି ଗରିବ କାହିଁକି ? ଦେଖନ୍ତୁ Special Report

ନମସ୍କାର ବନ୍ଧୁଗଣ, ପାକିସ୍ତାନରେରେ ଯେତିକି ଗୁପ୍ତଧନ ରହିଛି ସେହି ଗୁପ୍ତ ଧନରେ ସାରା ଦେଶ ମାଲାମାଲ ହୋଇପାରିବ । ତେବେ କାହିଁକି ପାକିସ୍ତାନରେ ଏବେ ହାହାକାର ପଡିବାରେ ଲାଗିଛି । କାହିଁକି ସେଠାରେ ଲୋକେ ଖାଇବା ନ ପାଇଁ ବିକଳ ହେଉଛନ୍ତି । ରନ୍ଧନ ଗ୍ୟାସ, ପାଣି, ବିଦ୍ୟୁତ ସବୁଥିରେ ସେଠିକାର ସରକାର କଟକଣା ଜାରି କରିଛନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ସହ ଜଡିତ ଥିବା ସମ୍ପୂର୍ଣ ଖବର ଉପରେ । କାହିଁକି ପାକିସ୍ତାନ ନିଜ ଗୁପ୍ତଧନକୁ ଲୁଚାଇ ରଖି ସାଧାରଣ ଜନତାଙ୍କୁ କରୁଛି ଏତେ ହନ୍ତସନ୍ତ ।

ପାକିସ୍ତାନ ଅଧିନସ୍ଥ ବେଲୋଚିସ୍ତାନରେ ରହିଛି ସୁନା ତମ୍ବାର ଖଣିଜ ଭଣ୍ଡାର ।  ବେଲୋଚିସ୍ତାନରେ ଥିବା ଏହି ଖଣିରେ ହଜାର ହଜାର ଟନର ସୁନା ପଡିଛି । ଯାହା ପାକିସ୍ତାନର କାମରେ ଆସିପାରେ । ହେଲେ ଏବେ ଯାଏ ଏନେଇ କୌଣସି ରିପୋର୍ଟ କିମ୍ବା ବୟାନ ଆସିନାହିଁ । କିନ୍ତୁ ଯଦି ଏହି ଖଣିର ବିନିଯୋଗ କରାଯାଇ ପାରନ୍ତା ତେବେ ପାକିସ୍ତାନ ଏହି ଆର୍ଥିକ ମାନ୍ଦା ଅବସ୍ତାରୁ ସହଜରେ ମୁକ୍ତି ପାଇପାରନ୍ତା ।

ସେଠାରେ ଥିବା ସେହି ,ଖଣି ଦୁନିୟାର ସବୁଠାରୁ ବଡ ଖଣି ମଧ୍ୟରୁ ଗୋଟିଏ ଅଟେ । ଏହି ଖଣି ବଲୋଚିସ୍ତାନ ଅଞ୍ଚଳର ଚକାଇ ଜିଲ୍ଲାରେ ଏକ ସୁପ୍ତ ଅଙ୍ଗେୟଗିରି ପାଖରେ ଅବସ୍ତିତ । ଅନୁମାନ କରାଯାଉଛି ଏଠାରେ ପ୍ରାୟ ପାଞ୍ଚ ସହ ନବେ କୋଟି ଟନର ଖଣିଜ ଭଣ୍ଡାର ରହିଛି । ପ୍ରତି ଟନରେ ପାଖାପାଖି 0.22 ଗ୍ରାମର ସୁନା ଓ ପାଖାପାଖି 4.1 ପ୍ରତିଶତ ତମ୍ବା ମିଳିପାରିବ ।

ବଲୋଚିସ୍ଥାନ ଏପଫରି ଏକ ଭୂଖଣ୍ଡ ଯାହା ଅନେକ ଖଣିଜ ଭଣ୍ଡାରରେ ଭରପୁର । 1995 ମସିହାରେ ପ୍ରାଥମେ ଏହି ଖଣିକୁ ଖୋଳା ଆରମ୍ଭ କରାଯାଇଥିଲା । ପ୍ରଥମ ଚାରି ମାସରେ ଏହି ଖଣିରୁ 200 କେଜି ସୁନା ଓ 1700 କେଜି ତମ୍ବା ମିଳିଥିଲା । ସମୁଦାୟ ଖଣିରେ ପାଖାପାଖି 40 କୋଟି ଟନ ସୁନା ଥାଇପାରେ ବୋଲି ଭୂତତ୍ତ୍ଵବିତ ମାନେ କହିଛନ୍ତି । ଏହି ଖଣିରୁ ଦୁଇ ଲକ୍ଷ କୋଟିରୁ ଅଧିକ ଖଣିଜ ସମ୍ପଦ ମିଳିପାରିବ । ହେଲେ 2011ରେ ଖନନ ଯୋଜନାକୁ ନିଲମ୍ବିତ କରାଯାଇଥିଲା ।

ସେବେଠାରୁ ଏହି ଖଣିକୁ ନେଇ ବିବାଦ ଜାରି ରହିଛି । ଏହାର କୌଣସି ସମଧାନ ହୋଇପାରୁ ନାହିଁ । କିନ୍ତୁ ଏହାର ଆପଶ ସମଧାନ କରାଯାଇ ପାରିଲେ ପାକିସ୍ତାନ ନିଜର ଆର୍ଥିକ ଦୁରାବସ୍ଥାକୁ ସହଜରେ ଏଡାଇ ପାରିବ ବୋଲି କୁହାଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।