ଇଏ ହେଉଛନ୍ତି ସେହି ସବୁ ପକ୍ଷୀ ଯାହାଙ୍କ ଭିତରେ ରହିଛି ଭଗବାନ ଦେଇଥିବା ଅଦ୍ଭୁତ ଅଲୌକିକ ଶକ୍ତି, କଣ ଆପଣ ଜାଣିଛନ୍ତି! ଦେଖନ୍ତୁ

ଭଗବାନ ଏହି ଧରାପୃଷ୍ଠରେ ମଣିଷ ମାନଙ୍କ ସହିତ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । ଆମର ଏହି ଧରାପୃଷ୍ଠରେ ଅନେକ ପ୍ରକାରର ପଶୁ ପକ୍ଷୀ ଅଛନ୍ତି । ପକ୍ଷୀ ମାନଙ୍କ ଭିତରେ ଏମିତି କିଛି ପକ୍ଷୀ ଅଛନ୍ତି ଯିଏ କି ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଆଉ କେତେକ ଚମତ୍କାରୀ ପକ୍ଷୀ ମଧ୍ୟ ଅଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି ଚମତ୍କାରୀ ପକ୍ଷୀଙ୍କ ବିଷୟରେ କହିବୁ ଯାହାଙ୍କ ଭିତରେ ଅଦ୍ଭୁତ ଅଲୌକିକ ଶକ୍ତି ଅଛି ।

୧ – ମୟୂର

ମୟୂରକୁ ପକ୍ଷୀ ମାନଙ୍କର ରାଜା ବୋଲି କୁହା ଯାଇଥାଏ ଏବଂ ଏହା ଭାରତର ଜାତୀୟ ପକ୍ଷୀ ଅଟେ । ମୟୂର ଭଗବାନ ଶିବଙ୍କ ପୁଅ କାର୍ତିକଙ୍କର ବାହନ ଅଟେ ଓ ମୟୂର ପୁଚ୍ଛକୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ମୁକୁଟରେ ଲଗାଇ ରଖୁଥିଲେ । ହିନ୍ଦୁ ଧର୍ମ ଅନୁସାରେ ମୟୂରର ହତ୍ୟା ହିନ୍ଦୁ ଧର୍ମରେ ମହାପାପ ବୋଲି କୁହାଯାଇ ଥାଏ ।

୨ – ନୀଳକଣ୍ଠ

ନୀଳକଣ୍ଠକୁ ଦେଖିବା ଦ୍ଵାରା ଭାଗ୍ୟର ଦ୍ଵାର ଖୋଲି ଯାଇଥାଏ ବୋଲି କୁହାଯାଏ ଏବଂ ଦଶରା ଦିନ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ବୋଲି ମଧ୍ୟ କୁହାଯାଇ ଥାଏ । କୁହାଯାଏ କି ବିଜୟଦଶମୀ ଦିନ ନୀଳକଣ୍ଠ ପକ୍ଷୀକୁ ଦେଖିଥିବା ବ୍ୟକ୍ତିଙ୍କ ଘରେ ବର୍ଷ ସାରା ଶୁଭକାମ ହେଉଥାଏ । ଏହା ମଧ୍ୟ କୁହାଯାଇଛି କି ଭଗବାନ ରାମ ଏହି ପକ୍ଷୀର ଦର୍ଶନ ପରେ ହିଁ ରାବଣ ଠାରୁ ବିଜୟ ଲାଭ କରିଥିଲେ ।

୩ – ହଂସ

ହଂସକୁ ହିନ୍ଦୁ ଧର୍ମରେ ଉଚ୍ଚ ପଦ ଦିଆଯାଇଛି । ଯେତବେଳେ କୌଣସି ବ୍ୟକ୍ତି ସିଦ୍ଧ ହୋଇଯାଇଥାଏ ସେତବେଳେ କୁହାଯାଇ ଥାଏଆ କି ସେହି ବ୍ୟକ୍ତି ହଂସ ପଦ ପ୍ରାପ୍ତ କରି ନେଇଛନ୍ତି ଏବଂ ଯେଉଁ ବ୍ୟକ୍ତି ସମାଧିରେ ଚାଲିଯାଇ ଥାନ୍ତି ତାଙ୍କୁ ପରମହଂସ ପଦ ପ୍ରାପ୍ତ ହୋଇଥାଏ । ହଂସକୁ ପ୍ରେମ ଏବଂ ପବିତ୍ରତାର ପ୍ରତୀକ ବୋଲି କୁହାଯାଇ ଥାଏ ଏବଂ ହିନ୍ଦୁ ଧର୍ମରେ ହଂସକୁ ମାରିବା ପିତା ଏବଂ ଗୁରୁଙ୍କ ହତ୍ୟା ସହିତ ସମାନ ବୋଲି କୁହାଯାଇ ଥାଏ ।

୪ – ଘରଚଟିଆ

ଏହି ପକ୍ଷୀ ଯେଉଁ ଘରର ଆଖପାଖରେ ରହିଥାଏ କିମ୍ବା ଘର ଅଗଣାରେ ରହିଥାଏ ସେହି ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ ଏବଂ ସେହି ଘରେ ସବୁବେଳେ ଖୁସି ଲାଗିରହି ଥାଏ ।

୫ – ଶୁଆ

ଶୁଆର ସବୁଜ ରଙ୍ଗଙ୍କୁ ବୁଧଗ୍ରହଙ୍କ ସହିତ ଯୋଡା ଯାଇଥାଏ । କୁହାଯାଇ ଥାଏ କି ଶୁଆକୁ ପାଳିବା ଦ୍ଵାରା ବୁଧଗ୍ରହଙ୍କ କୁଦୃଷ୍ଟି ଦୂର ହୋଇ ଯାଇଥାଏ ଏବଂ ଏହାକୁ ଦେଖିବା ମାତ୍ରେ ହି ବ୍ୟକ୍ତିର ମନ ଶୀତଳ ହୋଇଯାଇ ଥାଏ ।