ପାଖରେ ଟଙ୍କାଟିଏ ନଥାଏ କି କ୍ରେଡିଟ କାର୍ଡ ବି ରଖନ୍ତିନି, ମୁକେଶ ଅମ୍ବାନୀ ଯାହା କହିଲେ ଶୁଣିଲେ ଆପଣ ବିଶ୍ବାସ କରି ପାରିବେନି… ଦେଖନ୍ତୁ video

ସବୁବେଳେ ଚର୍ଚ୍ଚାରେ ରହୁଥିବା ମୁକେଶ ଅମ୍ବାନୀଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କ ଏକ ସାକ୍ଷାତକର ଏବେ ଖୁବ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଖୁବ ଚର୍ଚ୍ଚା କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କାରଣ ଏଥିରେ ମୁକେଶ ଅମ୍ବାନୀ ଯାହା କହିଛନ୍ତି, ତାହା ଆପଣଙ୍କୁ ବିଶ୍ବାସ ହେବା ଅସମ୍ଭବ । ମୁକେଶ ଏହି ଭିଡିଓରେ କହିଛନ୍ତି କି, ମୁଁ କେବେ ପକେଟରେ ଟଙ୍କା ରଖେ ନାହିଁ । ଏହା ମୋର ପିଲାଦିନରୁ ଅଭ୍ଯାସ ।

ଖାଲି ଟଙ୍କା ନୁହେଁ ବରଂ କୌଣସି କ୍ରେଡିଟ କାର୍ଡ ମଧ୍ୟ ରଖେ ନାହିଁ । ଏମିତି କିଛି କହି ମୁକେଶ ନିଜେ ହସିବାକୁ ଲାଗିଥିଲେ । ଏହି ସାକ୍ଷାତକାରର ଭିଡିଓ ଏବେ ଏ ମୋବାଇଲ୍ରୁ ସେ ମୋବାଇଲକୁ ଘୁରି ବୁଲୁଛି । ଏସିଆର ସବୁଠୁ ଧନୀ ଶିଳ୍ପପତି ତଥା ରିଲାଇନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ବେଶ ପ୍ରସିଦ୍ଧ ।

ଫୋରନ ଗ୍ଲୋବାଲ ରିଚ୍ ତାଲିକା ଅନୁଯାୟୀ ରିଲାଇନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ତଥା ଏମଡ଼ି ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ଯିଏ କି ବିଶ୍ଵର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ତେଣୁ ତାଙ୍କ ଉପରେ ସବୁବେଳେ ସମସ୍ତଙ୍କ ନଜର ଥାଏ ଓ ପ୍ରତ୍ଯେକ ସାକ୍ଷାତକାର ମଧ୍ୟ ଭାଇରାଲ ହୋଇଥାଏ । ତେବେ ଏହି ଭିଡିଓଟି ମୁକେଶ ଅମ୍ବାନୀଙ୍କର ପୁରୁଣା ସାକ୍ଷାତକାରର ହୋଇଥିବା ବେଳେ ଏବେ ତାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ।

ଏହି ସାକ୍ଷାତକାରରେ ମୁକେଶ ଅମ୍ବାନୀଙ୍କୁ ପଚରା ଯାଇଥିଲା କି, ଆପଣଙ୍କ ପାଇଁ ଅର୍ଥ ର ମୂଲ୍ୟ କଣ ? ଆଉ ସେ ଯାହା ଉତ୍ତର ଦେଇଥିଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ମୁକେଶ ଅତି ଭଦ୍ର ଓ ନମ୍ର ଭାବେ କହିଥିଲେ କି, ବ୍ୟକ୍ତିଗତ ଭାବେ ଖୁବ କମ୍ ଲୋକ ଏକଥା ଜାଣନ୍ତି କି ପିଲାଦିନରୁ ଆଜି ଯାଏଁ ମୁଁ ମୋ ପକେଟରେ କେବେବି ଟଙ୍କା ରଖେନି ।

କୌଣସି କ୍ରେଡିଟ ମଧ୍ୟ ରଖେନି । ବିଲ ପଇଠ କରିବା ପାଇଁ ତାଙ୍କ ସହ ସବୁବେଳେ କେହି ନା କେହି ଥାଆନ୍ତି । ତେବେ ମୁକେଶ ଅମ୍ବାନୀ ଏତେ ଧନୀ ହୋଇଥିଲେ ସୁଦ୍ଧା ତାଙ୍କ ପକେଟରେ ଟଙ୍କା କିମ୍ବା କ୍ରେଡିଟ କାର୍ଡ ନ ରଖିବା ଲୋକଙ୍କୁ ବିଶ୍ବାସ ହେଉନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।