ପଡୋଶୀଙ୍କ କଥା ଶୁଣିବା ବନ୍ଦ କରି ଦିଅନ୍ତୁ… ଜୀବନରେ ବହୁତ କିଛି କରିପାରିବେ… Shree Krishna Vani

1- ଆପଣ ଜୀବିତ ଅଛନ୍ତି ମାନେ ନିନ୍ଦା ତ ନିଶ୍ଚିତ ଶୁଣିବେ । କାରଣ ପ୍ରସଂଶା ତ ମୃତ ବ୍ୟକ୍ତିର ହୋଇଥାଏ । 2- ମଣିଷ ବଞ୍ଚିଥିବା ବେଳେ ତାକୁ ସମସ୍ତେ ସବୁବେଳେ ଈର୍ଷା କରିଥାନ୍ତି କାହିଁକି ନା ସମସ୍ତେ ଚାହାନ୍ତି କି ମୁଁ ବି କେମିତି ଉପରକୁ ଉଠିବି । 3- ଆପଣ ଯେତେ ବି ଭଲ କର୍ମ କରନ୍ତୁ ନା କାହିଁକି ? ଯେତେ ବି ଭଲ ମଣିଷ ହୁଅନ୍ତୁ ନା କାହିଁକି ? ହେଲେ ଏ ଦୁନିଆ ଆପଣଙ୍କ ଗୋଟିଏ ଭୁଲକୁ ହିଁ ଅପେକ୍ଷା କରିଥିବ । କେବଳ ଗୋଟିଏ ଭୁଲ ତୁମର ସବୁ ଭଲ ହିଁ ଶେଷ ।

4- ଅନ୍ୟର ଭୁଲ ଦେଖିବାରେ ନିଜର ଜୀବନ ଏମିତି ବିତାଇ ଦେଇଥାଏ । କେବେବି ନିଜକୁ ପରିବର୍ତ୍ତନ କରିବା ପାଇଁ ସେ ଭାବି ନଥାଏ । 5- ଯେବେ ନିଜକୁ ପରିବର୍ତ୍ତନ ପାଇଁ ମଣିଷ ଚିନ୍ତା କରିବ । ତେବେ ଯାଇ ସେ ସୁନ୍ଦର ମଣିଷଟିଏ ହୋଇପାରିବ । 6- ଆପଣ କେତେବେଳେ ଠିକ ଥିଲେ । ଏହାକୁ କେହି ମନେ ରଖନ୍ତି ନାହିଁ । ହେଲେ ଆପଣ କେତେବେଳେ ଭୁଲ ଥିଲେ । ଏହାକୁ ସାରା ଦୁନିଆ ମନେ ରଖିଥାଏ ।

7- ଗୋଟିଏ ଦିଆସିଲି କାଠି ଅନ୍ୟକୁ ଜଳାଇବା ପୂର୍ବରୁ ପ୍ରଥମେ ନିଜେ ଜଳିଥାଏ । ଠିକ ସେହିପରି ରାଗ ଅନ୍ୟର କ୍ଷତି କରିବା ପୂର୍ବ ରୁ ପ୍ରଥମେ ଆମ ନିଜର ହିଁ କ୍ଷତି କରିଥାଏ । 8- ସେଥିପାଇଁ ସବୁବେଳେ ନିଜ ରାଗକୁ ଆୟତ୍ତରେ ରଖନ୍ତୁ । କେବେବି ରାଗରେ ବଶବର୍ତ୍ତୀ ହୋଇ କିଛି ଭୁଲ କରନ୍ତୁ ନାହିଁ । କାରଣ ଏହାର ପରିଣାମ ଶେଷରେ ଭୟଙ୍କର ହିଁ ହୋଇଥାଏ ।

9- ଜୀବନରେ ନିଜ ଲକ୍ଷ ସ୍ତଳରେ ପହଞ୍ଚିବାର ଅଛି ତ ! ପରିଶ୍ରମ ରୂପୀ ଇନ୍ଧନକୁ ଜଳାଇ ବାକୁ ପଡିବ । 10- ଯେଉଁ ମଣିଷ ପରିଶ୍ରମ କରିଛି ସେ ସଫଳତାର ଶୀର୍ଷରେ ନିଶ୍ଚୟ ପହଞ୍ଚିଛି । 11- ଖରାପ ଗୁଣ ଖୋଜିବାରେ ସଉକୀ ଯଦି ଅଛି । ତ ଆରମ୍ଭ ସବୁବେଳେ ନିଜ ଠାରୁ କରନ୍ତୁ । ଅନ୍ୟ ମାନଙ୍କ ଠାରୁ ନୁହେଁ ।

12- କାରଣ ନିଜର ଭୁଲକୁ ମଣିଷ ଯେତେବେଳେ ନିଜେ ଦେଖିପାରେ । ସେତେବେଳେ ସେ ନିଜକୁ ସୁଧାରିବାରେ ଲାଗି ପଡେ । ଆଉ ସେହି ମଣିଷର ଦୁନିଆରେ ଜୟ ଜୟ କାର ହୋଇଥାଏ । 13- ଜୀବନରେ ଯେତେ ସମସ୍ଯା ଝଡଝଞ୍ଜା ଆସୁନା କାହିଁକି ? ସବୁବେଳେ ନିଜକୁ ଶାନ୍ତ ରଖନ୍ତୁ । 14- ଧର୍ଯ୍ୟର ସହ ଅପେକ୍ଷା କରନ୍ତୁ । ଦିନେ ନା ଦିନେ ନିଶ୍ଚିତ ସେ ସମସ୍ଯାର ସମାଧାନ ହୋଇଯିବ ।

15- ସେହି ଲୋକ ମାନଙ୍କ ଉପରେ କେବେବି ଧ୍ୟାନ ଦିଅନ୍ତୁ ନାହିଁ । ଯେଉଁମନେ ତୁମ ପିଠି ପଛରେ ତୁମ ସମାଲୋଚନା କରୁଛନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।