ବିଭିନ୍ନ ସମୟରେ ବିଭିନ୍ନ ଘଟଣା ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ହେଉ କି ଯାତ୍ରା ଓ ଅଭିନୟ ପ୍ରତି ପ୍ରେମ ସବୁକୁ ନେଇ ରାଣୀ ପଣ୍ଡା ସବୁବେଳେ ଆଗଧାଡିରେ ରହିଥାନ୍ତି । ବର୍ତ୍ତମାନ ପୁଣି ଥରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଣୀ ପଣ୍ଡା । ଯାହାପରେ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

ରାଣୀ କୁହନ୍ତି କି ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି ଓ ନିଜ ପରିଶ୍ରମ ବଳରେ ହିଁ ଉପରକୁ ଉଠିଛନ୍ତି । ତାଙ୍କୁ ଦବେଇ ଦେବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ସମୟରେ ଚେଷ୍ଟା କରିଛନ୍ତି । ହେଲେ ରାଣୀ ସବୁବେଳେ ନିଜ ପାଇଁ ଲଢେଇ କରିଛନ୍ତି ଓ ଜିତିଛନ୍ତି ମଧ୍ୟ । ତେବେ ଦୀର୍ଘ ଦୁଇ ବର୍ଷ ଧରି ଯାତ୍ରା ଦୁନିଆ ବନ୍ଦ ଥିବା ବେଳେ ଚଳିତ ବର୍ଷ ଯାତ୍ରା ଜଗତ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି । ଆଉ ସବୁଠୁ ଖାସ କଥା ହେଲା ରାଣୀ ପଣ୍ଡାଙ୍କ ଜୀବନ କାହାଣୀକୁ ନେଇ ସ୍ଵର୍ଣ୍ଣ ମନ୍ଦିର ଯାତ୍ରାପାର୍ଟି ଏକ ସୁନ୍ଦର ଯାତ୍ରା ପ୍ରସ୍ତୁତି କରିଛି ।
ଯାହା ଅନେକ ସ୍ଥାନରେ ସୁପରହିଟ ସାବ୍ୟସ୍ତ ହୋଇସାରିଛି । ତେବେ କରୋନା ମହାମାରୀ ପୂର୍ବରୁ ରାଣୀ ପଣ୍ଡା ଖଣ୍ଡଗିରିରେ ଯାତ୍ରା କରୁଥିବା ବେଳେ ଏକ ଦୃଶ୍ୟ ବେଳେ ପଛପଟୁ ନିଜ ବ୍ଳାଉସ ଖୋଲି ଦେଇଥିଲେ । ଯେଉଁଥି ପାଇଁ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିରେ ଯାତ୍ରା ପ୍ରଦର୍ଶନ କରିବା ନେଇ ଅନେକ ବିବାଦ ମୁଣ୍ଡ ଟେକିଥିଲା ।

ତେବେ ରାଣୀ ପଣ୍ଡା କିନ୍ତୁ ଚାହୁଁଛନ୍ତି ତାଙ୍କ ଜୀବନୀକୁ ନେଇ ପ୍ରସ୍ତୁତି ହୋଇଥିବା ଏହି ଯାତ୍ରାକୁ ସମସ୍ତେ ଦେଖନ୍ତୁ । ତେଣୁ ଖଣ୍ଡଗିରିରେ ତାଙ୍କୁ ସୁଯୋଗ ମିଳୁ ବୋଲି ସେ ଚାହାନ୍ତି । କିନ୍ତୁ କିଛି ଯାତ୍ରା ଦଳ ଓ ମ୍ୟାନେଜମେଣ୍ଟ ମିଳିତ ଭାବେ ଜାଣିଶୁଣି ତାଙ୍କର ବିରୋଧ କରୁଥିବା ରାଣୀ କହିଛନ୍ତି । ରାଣୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଯାତ୍ରାର ନାମ ରଖାଯାଇଛି, “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା ।”
ଏହି ଯାତ୍ରାର ନାଁ ଭଳି ରାଣୀ ପଣ୍ଡା ଅସଲ ଜୀବନରେ ମଧ୍ୟ ଠିକ ସେମିତି ଏବଂ ସମସ୍ତେ ତାଙ୍କ ବିରୋଧରେ ଠିଆ ହେଲେବି ସେ ଏକା ଲଢିବେ । ଆଉ କେହି କିଛି ତାଙ୍କର ବିଗାଡି ପାରିବେନି, କାରଣ ରାଣୀ ପଣ୍ଡା କାହାକୁ ଭୟ କରେନି ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।