80 ଫୁଟ୍ ବୋରୱେଲ ଗାତରେ 50 ଘଣ୍ଟା ଧରି ଫସି ରହିଛି କୁନି ପୁଅ Rahul, ଚାଲିଛି ଉଦ୍ଧାର କାର୍ଯ୍ୟ, କ୍ୟାମେରାରେ ରେକର୍ଡ ହେଉଛି ରାହୁଲର ଗତିବିଧି, ଦେଖନ୍ତୁ Video

ଏହି କୁନି ପୁଅର ସାହସକୁ ମାନିବାକୁ ପଡିବ । ୧୧ ବର୍ଷର ବାଳକ ରାହୁଲ ବୋରୱେଲ ଗାତ ମଧ୍ୟରେ ଫସି ରହିଛି, ଆଉ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଚାଲିଛି । ଗତ ୫୦ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ୮୦ ଫୁଟ୍ ବୋରୱେଲ ଗାତକୁ ଖସି ପଡିଛି ଏହି କୁନି ପୁଅକୁ ଉଦ୍ଧାର କରିବା ପାଇଁ ସଂଗ୍ରାମ ଜାରି ରହିଛି । ପରିବାରରେ କାନ୍ଦବୋବାଳି ପଡିଥିବା ବେଳେ କୁନି ପୁଅ ରାହୁଲ କିନ୍ତୁ ନିଜ ସାହସ ହରାଇନାହିଁ । ବର୍ତ୍ତମାନ ସେ ନିଜେ ବାଲ୍ଟିରେ ପାଣି ଭରିବାରେ ନିଜକୁ ସାହାଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଜ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାସହ ରାହୁଲଙ୍କ ପାଇଁ ଆଗାମୀ ତିନିରୁ ଚାରିଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ତତ୍ତ୍ବାବଧାନରେ ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି । ମେଡିକାଲ ଅଧିକାରୀଙ୍କ ସହ ବାରମ୍ବାର ବିଚାର ବିମର୍ଶ କରାଯିବା ସହ ଏକ ସିସିଟିଭି କ୍ୟାମେରା ମାଧ୍ୟମରେ ରାହୁଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ରାହୁଲକୁ ସୁରକ୍ଷିତ ଭାବେ ବୋରୱେଲ ମଧ୍ୟରୁ ବାହାର କରାଯିବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ସମସ୍ତ ପ୍ରୟାସ କରାଯାଉଛି ।

ରାହୁଲଙ୍କ ପାଖକୁ କଦଳୀ, ଫଳ ଓ ଅନ୍ଯାନ୍ଯ ଖାଦ୍ଯ ସମାଗରୀ ମଧ୍ୟ ପଠାଯାଇଛି । ଏପଟେ ବୋରୱେଲ ଗାତରୁ ଅଳ୍ପ ଅଳ୍ପ ପାଣି ଆସୁଥିବା ବେଳେ ରାହୁଲଙ୍କ ପାଖକୁ ଉପରୁ ପଠା ଯାଇଥିବା ପାତ୍ରରେ ପାଣି ଭରିବାରେ ସାହାଯ୍ୟ କରୁଛି । ଛତିଶଗଡର ଏକ ଗାଁରେ ବୋରୱେଲ ମଧ୍ୟକୁ ଖସି ପଡିଥିବା ଏହି ୧୧ ବର୍ଷର ପୁଅକୁ ଉଦ୍ଧାର କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି ।

ଏନଡ଼ିଆରଏଫ, ଏସଡ଼ିଆରଏଫ ଓ କିଛି ସେନା ଯବାନଙ୍କ ସାହାଯ୍ୟରେ ଗତ ୫୦ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । ସ୍ଥାନୀୟ ଲୋକେ ମଧ୍ୟ ଆବଶ୍ୟକ ମୁତାବକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ପାଖରେ ମେଡିକାଲ ଟିମ୍ ନିୟୋଜିତ କରାଯିବ ସହ ଏକ ଅମ୍ଳଜାନ ସିଲିଣ୍ଡର ରଖି ପାଇପ ମାଧ୍ୟମରେ ରାହୁଲଙ୍କ ପାଖକୁ ଅମ୍ଳଜାନ ପଠାଯାଉଛି । ଚାରିଆଡେ ବ୍ୟାରିକେଡ଼ ସହ ରାତିସାରା ଉଦ୍ଧାର କାର୍ଯ୍ୟ ଚାଲଇଥିବାରୁ ଆଲୋକିକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଶହ ଶହ ଅଧିକାରୀ ଓ କର୍ମଚାରୀଙ୍କ ଟିମ୍ କ୍ରମାଗତ ଭାବେ ଟନେଲ ତିଆରି କାମରେ ଲାଗି ପଡିଛନ୍ତି । ସେପଟେ ଏନଡ଼ିଆରଏଫ ଟିମ୍ ମଧ୍ୟ ରାହୁଲ ପଡିଥିବା ଗତରେ ଶୀଘ୍ର ପହଞ୍ଚିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । କୁନି ପୁଅ ରାହୁଲ ସୁରକ୍ଷିତ ଭାବେ ଗାତରୁ ବାହାରି ଆସୁ ବୋଲି ଆମର ଈଶ୍ବରଙ୍କ ନିକଟରେ ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।