ରେଡ ବେଳେ ପାଣି ଟାଙ୍କି ଭିତରୁ ଏତେ ଟଙ୍କା ବାହାରିଲା ଯେ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଟଙ୍କାକୁ ଶୁଖାଇବାକୁ ଅଫିସରଙ୍କୁ କରିବାକୁ ପଡିଲା କିଛି ଏମିତି କାମ, ଦେଖନ୍ତୁ video

ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ପାଣି ଟାଙ୍କି ଭିତରୁ ବାହାରିଲା କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା । ରେଡ କରୁଥିବା ସମୟରେ ଅଫିସର ପାଣି ଟାଙ୍କି ଭିତରୁ ଏହି ଟଙ୍କା ସବୁ ପାଇଛନ୍ତି । ଯାହା ଦେଖି ରେଡ କରୁଥିବା ଅଫିସର ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଭିଡିଓରେ ଆପଣ ଦେଖୁଥିବା ଏହି ଟଙ୍କା ସବୁ ପାଖାପାଖି ଏକ କୋଟିରୁ ମଧ୍ୟ ଉର୍ଦ୍ଧ୍ଵ ।

ପାଣି ଟାଙ୍କି ଭିତରେ ରହି ଏହି ଟଙ୍କା ସବୁ ଓଦା ହୋଇ ଯାଇଥିବାରୁ ଏବେ ଏହାକୁ ଶୁଖାଯାଉଛି । ଆଇରନ ଏବଂ ହେୟାର ଡ୍ରାୟର ବ୍ୟବହାର କରି ଟଙ୍କା ସବୁକୁ ଶୁଖାଯାଉଛି । ରେଡ ହେବାର କିଛି କ୍ଷଣ ମଧ୍ୟରେ ଏହି ଟଙ୍କା ସବୁକୁ ନେଇ ପାଣି ଟାଙ୍କି ମଧ୍ୟରେ ଲୁଚାଇ ଦେବାକୁ ଚେଷ୍ଟା କରା ଯାଉଥିଲା । କିନ୍ତୁ ଆୟକର ବିଭାଗ ଏହି ଟଙ୍କା ସବୁ ଜବତ କରି ଦେଇଥିଲା । କିଛିଦିନ ତଳେ ଜଣେ ବିଦେଶୀ ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିଲେ ।

ଆଉ ତା’ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ମଦ ବ୍ୟବସାୟୀ ଜଣକ ହେଉଛନ୍ତି ଭୋପାଲ ଦାମୋହ ଅଞ୍ଚଳର ଶଙ୍କର ରାୟ । ତାଙ୍କ ଘରୁ ରେଡ କରିବା ପରେ ଆୟକର ବିଭାଗ ପ୍ରାୟ ଆଠ କୋଟି ଟଙ୍କା ଏବଂ ତିନି କିଲୋଗ୍ରାମର ସୁନା ଜବତ କରିଥିଲା । ସେଥିମଧ୍ୟରୁ ଲୁଚା ଯାଇଥିବା ଏହି ଏକ କୋଟି ଟଙ୍କା ପାଣି ଟାଙ୍କି ମଧ୍ୟରେ ରହିଥିଲା । ଅଫିସର ମାନେ ଖୋଳତାଡ କରିବା ବେଳେ ଦେଖିବାକୁ ପାଇଥିଲେ କି ଗୋଟିଏ କଳା ଟାଙ୍ଗର ବ୍ୟାଗରେ ଟଙ୍କା ଭର୍ତ୍ତି କରାଯାଇ ପାଣି ଟାଙ୍କି ଭିତରେ ରଖାଯାଇଛି ।

ଆଉ ତା’ପରେ ଟଙ୍କା ଗୁଡିକୁ ବାହାରକୁ ଅଣାଯାଇ ଶୁଖା ଯାଇଥିଲା । ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଜଏଣ୍ଟ କମିଶନର କହିଛନ୍ତି କି, ଫିଜିକାଲି ସମସ୍ତ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି, କିନ୍ତୁ ଏବେବି ଉକ୍ତ ବ୍ୟବସାୟୀଙ୍କ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ବାକି ରହିଛି । ଯାହାକୁ ନେଇ ହୁଏତ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ।

ସକାଳ ୬ଟା ସମଯରୁ ଏହି ରେଡ ପ୍ରକ୍ରିୟା ଆରମ୍ଭ କରା ଯାଇଥିଲା । କିନ୍ତୁ ଲଗାତାର ୩୯ ଘଣ୍ଟା ଯାଞ୍ଚ କରିବା ପରେ ଯାଇ ଏହି ସବୁ ଘଟଣା ସାମ୍ନାକୁ ଆସିଥିଲା । ପାଣି ଭିତରୁ ଟଙ୍କା ବାହାର କରିବା ପରେ ଏହାକୁ ଶୁଖାଇବାର ଭିଡିଓ ଏବେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।