ନିଜ ଲୋକଙ୍କ ବିରୋଧ ସତ୍ତ୍ୱେ ପାକିସ୍ତାନ ର ପ୍ରଥମ ହିନ୍ଦୁ ମହିଳା ଜଜ ହେଲେ ସୁମନ, ଆସନ୍ତୁ ଜାଣିବା ତାଙ୍କ କାହାଣୀ

ପାକିସ୍ତାନରେ ଝିଅ ମାନଙ୍କ ପାଇଁ ନିୟମ ବହୁତ କଡା ହୋଇଥାଏ । ସେଠାରେ ରହୁଥିବା ଲୋକଙ୍କୁ ଏହି ନିୟମକୁ ମାନିବାକୁ ପଡିଥାଏ କିନ୍ତୁ କୁହାଯାଏ ନା ଇଚ୍ଛାଶକ୍ତି ଥିଲେ ସବୁ କିଛି ମିଳିଯାଏ । କିଛି ଏମିତି ହିଁ ପାକିସ୍ଥାନରେ ଘଟିଛି । ସେଠାରେ ପ୍ରଥମ ଥର ପାଇଁ କୌଣସି ହିନ୍ଦୁ ମହିଳା ଜଜ ହୋଇଛନ୍ତି । ଜଣାଇ ଦେଉଛୁ କି ସୁମନ ପବନ ବୋଦାନୀ ନାମର ଏହି ମହିଳା ପ୍ରଥମ ମହିଳା ଶିବିଲ ଜଜ ହୋଇଛନ୍ତି ।

କେମିତି ପାଠ ପଢିଥିଲେ

ସୁମନ ହାଇଦ୍ରାବାଦରେ ଏଲଏଲବି କରିଥିଲେ ତାହା ପରେ ଏଲଏଲଏମ କରିବା ପାଇଁ କରାଚି ର ସହିଦ ଯୁଫ୍ଳିକାର ଅଲି ଭୁଟ୍ଟୋ ଇଂଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କୁ ଚାଲିଯାଇଥିଲେ । ଯାହାକୁ କରିବା ପରେ ସେ ରିଟାୟର୍ଡ଼ ଆଡଭୋକେଟ ଜଷ୍ଟିସ ରଶିଦ ରିଜବୀର ଲ ଫାର୍ମରେ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରାକ୍ଟିସ କରିଥିଲେ ।

ସୁମନଙ୍କର ଆଖ ପାଖ ଲୋକ ଚାହୁଁ ନଥିଲେ କି ସେ ଲ ପଢନ୍ତୁ କିନ୍ତୁ ତାଙ୍କ ପରିବାରର ସପୋର୍ଟ କାରଣରୁ ସୁମନ ନିଜର ପଢା ପୁରା କରି ପାରିଥିଲେ । ସୁମନଙ୍କର ପିତା ତାଙ୍କ ପଢା ବିଷୟରେ ଜଣାଇବାକୁ ଯାଇ କହିଲେ କି ସେ ସବୁବେଳେ ଭାବୁଥିଲେ କି ତାଙ୍କ ଝିଅ ଓକିଲାତି କରୁ । ସେ କୁହନ୍ତି

“ମୋ ଝିଅ ଶାହଦାଦକୋର୍ଟ ରେ ଗରିବଙ୍କୁ ମାଗଣାରେ ଆଇନ ସମ୍ବନ୍ଧୀୟ ସାହାର୍ଯ୍ୟ କରିବାକୁ ଚାହେଁ । ସେ କଷ୍ଟକର ନିଷ୍ପତ୍ତି ନେଇଥିଲେ ମଧ୍ୟ ମୋତେ ପୁରା ବିଶ୍ଵାସ କି ସେ ନିଜର ପରିଶ୍ରମ ଓ ସଚ୍ଚୋଟତାରେ ସଫଳତା ପାଇବ ।“

ସୁମନ କହିଲେ କି “ ମୁଁ ଏଥିପାଇଁ ଓକିଲ ହୋଇଛି କାରଣ ପଛୁଆ ବର୍ଗର ବହୁତ ଗରିବ ଲୋକ ଅଛନ୍ତି ଯାହାଙ୍କୁ ଆଇନ କାନୁନ ବିଷୟରେ କିଛି ଜଣାନାହିଁ । ତାଙ୍କୁ କୌଣସି ଭଲ ଓକିଲର ବହୁତ ଆବଶ୍ୟକତା ଅଛି ଯିଏ ତାଙ୍କୁ ଆଇନ କାର୍ଯ୍ୟରେ ସାହାର୍ଯ୍ୟ କରିପାରିବ । ମୋ ପିତା ଓ ପରିବାରଙ୍କ ସମର୍ଥନ ପାଇଁ ହିଁ ମୁଁ ଏହା କରି ପାରିଛି ।“

ସୁମନ ନିଜର ଏହି ସଫଳତାର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି । ତାଙ୍କର ସାହାର୍ଯ୍ୟରେ ଆଜି ସେ ପ୍ରଥମ ହିନ୍ଦୁ ମହିଳା ଜଜ ହୋଇପାରିଛନ୍ତି ।

ଆମେ ଯଦି ପାକିସ୍ଥାନ ବିଷୟରେ କଥା ହେବା ତେବେ ସେଠାରେ ହାରାହାରି 2 % ହିନ୍ଦୁ ରୁହନ୍ତି । ସେଠାରେ ପୂର୍ବରୁ ବି ବହୁତ ହିନ୍ଦୁ ଜଜ ରହି ସାରିଥିଲେ ମଧ୍ୟ 2005 ରୁ 2007 ପର୍ଯ୍ୟନ୍ତ ଜଷ୍ଟିସ ରାଣା ଭଗବାନ ଦାସ କାର୍ଯ୍ୟକାରୀ ଚିଫ ଜଷ୍ଟିସ ଥିଲେ । କିନ୍ତୁ ଏହା ପ୍ରଥମ ଥର କି କୌଣସି ପ୍ରଥମ ହିନ୍ଦୁ ମହିଳା ଜଜ ହୋଇଛନ୍ତି ।

ଆଶା କରୁଛୁ ନିଶ୍ଚୟ ଆପଣଙ୍କୁ ଏଥିରୁ କିଛି ପ୍ରେରଣା ମିଳିଥିବା । ଭଲ ଲାଗିଲେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।