ପାକିସ୍ତାନ ବୋଲୋର ସାହିନ ଆଫ୍ରିଦିଙ୍କ ବିରୁଦ୍ଧରେ ବଡ ବୟାନ ଦେଲେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ…

ନମସ୍କାର ବନ୍ଧୁଗଣ । ସାହିନ ଆଫ୍ରିଦି ଙ୍କ ର ଧଜିଆ ଉଡାଇଲେ ରବି ଶାସ୍ତ୍ରୀ । ପୁଣି ଥରେ ଭାରତ ବିପକ୍ଷରେ ମାତା ଖାଇଲା ପାକିସ୍ତାନ । ବିଶ୍ଵକପରେ ପାକିସ୍ତାନ କୁ ସର୍ବ ୱିକେଟ ରେ ମାତ ଦେଇଛି ଟିମ ଇଣ୍ଡିଆ । ରୋହିତ ଶର୍ମା ଙ୍କ ଅର୍ଦ୍ଧ ଶତକ ଓ ଶ୍ରେୟଶଙ୍କର ଧର୍ଯ୍ୟ ପୂର୍ଣ୍ଣ ଇନିଙ୍ଗସ ବଳରେ ପାକିସ୍ତାନ କୁ ହରାଇଛି ଭାରତ । ଭାରତର ବ୍ୟାଟିଙ୍ଗ ଆଗରେ ପାକିସ୍ତାନର ବୋଲିଙ୍ଗ ମାତ ଖାଇଛି ।

ପାକିସ୍ତାନ ର ବୋଲିଙ୍ଗ ବିଭାଗକୁ ସବୁଠାରୁ ଶକ୍ତିଶାଳୀ କୁହା ଯାଉଥିଲେ ମଧ୍ୟ ରୋହିତ ଓ ଶ୍ରେୟଶଙ୍କ ର ଇନିଙ୍ଗ୍ସ ସଂପୂର୍ଣ୍ଣ ଭୁଲ ପ୍ରମାଣିତ କରିଥିଲା । ଯାହାକୁ ନେଇ ଟିମ ଇଣ୍ଡିଆର ପୂର୍ବତନ କୋଚ ତଥା ଏବେକାର ଭାଷ୍ୟକାର ଦାୟିତ୍ଵ ତୁଲାଉଥିବା ରବି ଶାସ୍ତ୍ର ବଡ ବୟାନ ଦେଇଛନ୍ତି ଗଣମାଧ୍ୟମରେ । ରବି ଶାସ୍ତ୍ରୀ ପାକିସ୍ତାନର ବୋଲିଙ୍ଗ ବାହିନୀ କୁ ନେଇ କହିଛନ୍ତି ଯେ ଲୋକେ ମୋତେ କହୁଛନ୍ତି ପାକିସ୍ତାନ ପାଖରେ ଶକ୍ତିଶାଳୀ ବୋଲିଙ୍ଗ ଆଟାକ ହୋଇଛି କିନ୍ତୁ ଏହା ସଂପୂର୍ଣ୍ଣ ମିଛ ।

ପାକିସ୍ତାନର ବୋଲିଙ୍ଗ ବିଭାଗ ସେତେ ଶକ୍ତିଶାଳୀ ନୁହେଁ । ରଶିବ ସାହ ବିଶ୍ଵକପ ଖେଳୁ ନାହାନ୍ତି ପାକିସ୍ତାନଯ ର ସ୍ପିନ ବିଭାଗ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଦ୍ରୁତ ବୋଲର ସାହିନ ଆଫ୍ରିଦି ଭଲ ବୋଲୋର ହେବା ସହ ବଳରେ ୱିକେଟ ନେବାର ଦକ୍ଷତା ତାଙ୍କର ରହିଛି । କିନ୍ତୁ ତାଙ୍କୁ ଏତେ ପ୍ରଶଂସା କରିବାର ଆବଶ୍ୟକତା ନାହିଁ । ଯାହା ସତ ତାହା କହିବା ଜରୁରୀ ।

କାହାକୁ ଅଧିକ ଟେକି ଦେଇ ଶକ୍ତିଶାଳୀ ବୋଲି କହିବା ଦରକାର ନାହିଁ । ଏହାକୁ ମାରିବା ସହ ସ୍ଵୀକାର କରିବାକୁ ପଡିବ ବୋଲି ରବି ଶାସ୍ତ୍ରୀ କହିଛନ୍ତି । ଏଭଳି ବୟାନ ପଛରେ ବଡ କାରଣ ରହିଛି । ପାକିସ୍ତାନ ବୋଲୋର ସାହିନ ଆଫ୍ରିଦି ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି ମ୍ୟାଚ ପୂର୍ବରୁ ଅନେକ କହୁଥିଲେ ।

କାରଣ ସାହିନ ଏହା ପୂର୍ବରୁ ଭାରତର ଟପ ବୋର୍ଡର କୁ ଅଡୁଆରେ ପକାଇ ସାରିଛନ୍ତି । କିନ୍ତୁ ବିଶ୍ଵକପରେ ସାହିନ ଙ୍କୁ ମାତ ଦେଇଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ମ୍ଯାଚରେ ସାହିନ 2ଟି ୱିକେଟ ହାତେଇ ଥିଲେ ମଧ୍ୟ ଏହା ପାକିସ୍ତାନର ବିଜୟ ପାଇଁ ଯଥେଷ୍ଟ ନ ଥିଲା । ଅନ୍ୟ ପରେ ଟିମ ଇଣ୍ଡିଆର ଟପ ବୋର୍ଡର ଏବେ ଜବରଦସ୍ତ ଫର୍ମ ରେ ରହିଛନ୍ତି । ଭାରତ ନିଜର ଦମଦାର ବ୍ୟାଟିଙ୍ଗ ବଳରେ ବିଜୟର ହାଟ୍ରିକ ମାରିଛି । ଏହା ସହ ରୋହିତ ବାହିନୀ ଙ୍କ ଦକ୍ଷତା ମଧ୍ୟ ବିଶ୍ଵକପରେ ଦେଖିବାକୁ ମିଳିଛି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ନିମନ୍ତେ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।