ପାଦ ଯନ୍ତ୍ରଣାକୁ ହାଲୁକାରେ ନେଉଛନ୍ତି କି ? ଡାକ୍ତର ଏନେଇ କଲେ ଭୟଙ୍କର ଖୁଲାସା, ଶୀଘ୍ର ଦେଖନ୍ତୁ Dr Rajendra Sahoo ଙ୍କ ଖାସ ଟିପ୍ସ

ଅଣ୍ଟା ବ୍ୟଥା ଭଳି ପାଦ ବ୍ୟଥା ମଧ୍ୟ ଆଜିକାଲିର ଏକ ଅତି ସାଧାରଣ ସମସ୍ଯା । ଅନେକ ଲୋକ ଏହିସବୁ ସମସ୍ଯାକୁ ହାଲୁକାରେ ନେଇଥାନ୍ତି । କିନ୍ତୁ ନିଜ ଶରୀର ଦେଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏନେଇ ଆସନ୍ତୁ ଜାଣିବା ପେନ୍ ଆଣ୍ଡ ସ୍ପାଇନ ସ୍ପେଶାଲିଷ୍ଟ ଡକ୍ଟର ରାଜେନ୍ଦ୍ର ସାହୁଙ୍କ ଠାରୁ କିଛି ଖାସ ଟିପ୍ସ । ଅନେକ ଲୋକଙ୍କର ଶୋଇକରି ଉଠିବା ପରେ ତଳିପାଦ ବା ଖାସ କରି ଗୋଇଠି ତଳେ ବ୍ୟଥା ଲାଗିଥାଏ ଏବଂ କିଛି ପାଦ ଚାଲିବା ପରେ ତାହା ଠିକ ହୋଇଥାଏ ।

ଏମିତି ଅଳ୍ପ ଟିକେ ବ୍ୟଥା ହେଉଛି ଭାବି ଅନେକ ଲୋକ ଏହାକୁ ଗୁରୁତର ସହ ନିଅନ୍ତି ନାହିଁ । ଫଳରେ ଏହା ବହୁଦିନ ଧରି ଲାଗି ରୁହେ ଓ କମେ ନାହିଁ । ସେହିପରି କିଛି ସମୟ ବସି ରହିବା ପରେ ମଧ୍ୟ ସମାନ ସମସ୍ଯା ଦେଖାଯାଏ । କେଇ ପାଦ ଛୋଟେଇକି ଚାଲିବା ପରେ ଏହା ଠିକ ହୋଇଯାଏ । ଏହି ସମସ୍ଯାକୁ ଡାକ୍ତରୀ ଭାଷାରେ ପ୍ଲାଣ୍ଟର ଫସାଇଟିସ (Plantar fasciitis) ବୋଲି କୁହାଯାଏ । ଆମ ହିଲ ବା ଗୋଇଠିରୁ ପରଦା ଭଳି ଏକ ଜିନିଷ ଯାଇଥାଏ ଯାହା ଆଗ ପାଦକୁ ଯୋଡିଥାଏ ।

ଏହା ଏକ ଛୋଟ ଦଉଡି ଭଳି ପାଦର ହାଡକୁ ଯୋଡିଥାଏ । ଆମ ପାଦ ମଝିରେ ଯେମିତି ଟିକେ ଗାତ ବା ଉଠିକି ରୁହେ ଏହାକୁ ମେଣ୍ଟେନ କରେ ଏହି ଦଉଡି । ଠିକ ଚପଲ ନ ପିନ୍ଧିବା ଯୋଗୁଁ, ଓବେସିଟି ପାଇଁ, ହାଡ ବଢିବା, କେଉଁଠି ମାଡ ହେବା କିମ୍ବା ଅନ୍ୟ କୌଣସି ଟ୍ରଉମା ଯୋଗୁଁ ସେହି ଦଉଡି ଉପରେ ପ୍ରଭାବ ପଡେ ଓ ଏଥିରେ କ୍ଷତି ପହୁଞ୍ଚେ ବା ଚିରିବାକୁ ଲାଗେ ।

କାଳକ୍ରମେ ଏହି ଚିରା ସ୍ଥାନ ଗୁଡିକ ବଢିବାକୁ ଲାଗେ ଓ ସେଥିରେ କିଛି ପରିବର୍ତ୍ତନ ହୁଏ । ଅଧିକାଂଶ ଲୋକଙ୍କ ଠାରେ ପାଦ ବ୍ୟଥାର ମୁଖ୍ୟ କାରଣ ହେଉଛି ଏହି ପ୍ଲାଣ୍ଟର ଫସାଇଟିଟିସ । ଏହାର ବହୁଦିନ ଧରି ଚିକିତ୍ସା ନକଲେ ଧୀରେ ଧୀରେ ନର୍ମାଲ ଭାବେ ଚାଲିବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ । ମେଡ଼ିସିନ, ଫିଜିଓଥେରାପି ଏବଂ କିଛି ଏକ୍ସରସାଇଜ ଦ୍ଵାରା ପ୍ରାୟ 50 ପ୍ରତିଶତ ଲୋକଙ୍କର ଏଭଳି କଣ୍ଡିସନ ଭଲ ହୋଇଯାଏ ।

କାହାର କିଛି ସପ୍ତାହରେ ଭଲ ହେଉଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ କିଛି ମାସ ଲାଗିଯାଏ । ତେବେ ଏଥିପାଇଁ କିଛି ଏକ୍ସରସାଇଜ ରହିଛି ଯାହା ଆପଣ ଘରେ କରିପାରିବେ । ପାଦତଳେ ଗୋଟିଏ ବଲ ରଖି ଏକ୍ସରସାଇଜ କରିପାରିବେ କିମ୍ବା ପାଦରେ ଟାୱେଲ ରଖି ଏହାକୁ ଟାଣି ଏକ୍ସରସାଇଜ କରିପାରିବେ ।

ହାତରେ ନିଜ ପାଦକୁ ପଛଆଡକୁ ଟାଣି ଷ୍ଟ୍ରେଚ କରିପାରିବେ । ଏହାସହ ଆପଣଙ୍କ ପାଦ ପାଇଁ ଉପଯୁକ୍ତ ଚପଲ ବା ଜୋତା ପିନ୍ଧିବା ମଧ୍ୟ ନିହାତି ଜରୁରୀ । ଏହାସହ କିଛି ପେନ୍ ମେଡ଼ିସିନ ଖାଇବା ଦ୍ଵାରା ଏହି ସମସ୍ଯା ଶୀଘ୍ର ଭଲ ହୋଇପାରିବ । କିନ୍ତୁ ଯେଉଁମାନଙ୍କର ଏସବୁ କରିବା ସତ୍ତ୍ୱେ ପାଦ ସମସ୍ଯା ଭଲ ହୁଏନାହିଁ ସେମାନଙ୍କୁ ପାଦରେ ଥିବା ଫାସିଆକୁ ଅଲଟ୍ରାସାଉଣ୍ଡ ମେସିନରେ ଦେଖି ଡାକ୍ତର ସେଠାରେ ଇଞ୍ଜେକସନ ଦେଇଥାନ୍ତି ।

ଆଉ କିଛି କ୍ଷେତ୍ରରେ ଲୋକଙ୍କୁନ ପ୍ଲାଜମା ଥେରାପି ବା ବ୍ୟକ୍ତିଙ୍କ ବ୍ଲଡ଼ ନେଇ ପ୍ଲାଜମା ଇଞ୍ଜେକସନ ଦିଆଯାଏ । ଫଳରେ ଫାସିଆକୁ ଏକ ନୂଆ ଟିସ୍ୟୁ ଦିଆଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।