ଆମ ଜୀବନକୁ ସରଳ ଏବଂ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତା ମାନ ଉଲ୍ଲେଖ କରାଯାଇଛି । ସେଗୁଡିକର ପାଳନ କରିବା ଦ୍ଵାରା ଆମେ ଜୀବନରେ ସୁଖୀ ହେବା ସହ ସଫଳ ଜୀବନ ବ୍ଯତୀତ କରିଥାଉ । ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା । ପ୍ରତ୍ଯେକ ଗୁରୁବାର ଦିନ ମାଟିର ନୂଆ କଳସୀରେ ଜଳ ଭର୍ତ୍ତି କରି ହଳଦିଆ କପଡା ଗୁଡାଇବା ପରେ ଘରେ ଟାଙ୍ଗିବା ଦ୍ଵାରା ଶୁଭ ହେବ ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।
ନିଜ ରୋଜଗାରର ଦଶ ପ୍ରତିଶତ ଭାଗରେ ଗରିବ ଲୋକଙ୍କୁ ଭୋଜନ କରାଇଲେ, କନ୍ୟାମାନଙ୍କୁ ଭୋଜନ ଏବଂ ବସ୍ତ୍ର ଦାନ କାଲେ, ମନ୍ଦିର କିମ୍ବା ଧର୍ମସ୍ଥାନ ତିଆରି ପାଇଁ ଖର୍ଚ୍ଚ କରିବା ଦ୍ଵାରା ରୋଜଗାର ଦଶଗୁଣ ବୃଦ୍ଧି ହୋଇଥାଏ । ଯଦି ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେଉଥାଏ କିମ୍ବା ସଞ୍ଚୟ ହୋଇପାରୁ ନଥାଏ ତେବେ ଘରେ ଚା କରୁଥିବା ସମୟରେ କିମ୍ବା କ୍ଷୀର ଗରମ କରୁଥିବା ସମୟରେ ଧ୍ୟାନ ରଖିବା ଉଚିତ ତାହା ସେପରି ଉତୁରି ତଳେ ନପଡେ ।
ଘରର ଉତ୍ତର ପଶ୍ଚିମ କୋଣରେ ଅର୍ଥାତ ବୟବ କୋଣରେ ମାଟି ପାତ୍ରରେ ଚାନ୍ଦିର କିଛି ମୁଦ୍ରା ଲାଲ କପଡାରେ ଗୁଡାଇ ରଖିବା ପରେ ଚାଉଳ ଭର୍ତ୍ତି କରି ରଖିବା ଦ୍ଵାରା ଘରେ ଧନର ଅଭାବ ହୋଇ ନଥାଏ । ଜଳରେ ଚିନି, ଘିଅ ଏବଂ କ୍ଷୀର ମିଶାଇ ଓସ୍ତଗଛ ଛାଇରେ ଠିଆ ହୋଇ ଓସ୍ତଗକ୍ତ ମୂଳରେ ଅର୍ପଣ କରିବା ଦ୍ଵାରା ଘରେ ବହୁତ ଦିନ ପର୍ଯ୍ୟନ୍ତ ସୁଖ ସମୃଦ୍ଧି ରହିଥାଏ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।
ଯଦି ବାରମ୍ବାର ଧନହାନି ହେଉଥାଏ ତେବେ ରବିବାର ଦିନ ଘର ମୁଖ୍ୟଦ୍ଵାରାରେ ଅବିର ଉପରେ ଦୋମୁଖୀ ଘିଅ ଦୀପ ଜଳାଇବା ଦ୍ଵାରା ଧନହାନି ଦୂର ହୋଇଥାଏ । କଳା ଖସାକୁ ପରିବାର ସମସ୍ତ ସଦସ୍ୟଙ୍କ ମୁଣ୍ଡ ଚାରିପାଖେ ସାତଥର ବୁଲାଇ ଘରର ଉତ୍ତର ଦିଗକୁ ପକାଇ ଦେବା ଦ୍ଵାରା ଘରେ ହେଉଥିବା ଧନହାନି ବନ୍ଦ ହୋଇଥାଏ ।
ଘରେ ସୁନାର ମୁଦ୍ରାଟିଏ ରଖିବା ଦ୍ଵାରା ଏବଂ ଶୋଇବା ଘରେ ମୟୂର ଚନ୍ଦ୍ରିକା ରଖିବା ସହିତ କୁକୁରକୁ କ୍ଷୀର ପିଇବା ପାଇଁ ଦେବା ଦ୍ଵାରା ଖରାପ ଆର୍ଥିକ ସ୍ଥିତି ଭଲ ହୋଇଥାଏ । ଯଦି ଘରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ଚାହୁଁଥାନ୍ତି ତେବେ ଗୋଟିଏ ମାଟି ପାତ୍ରକୁ ଲାଲ ରଙ୍ଗ କରି ସେଥିରେ ଗୋଟିଏ ନଡିଆ ରଖି ଲାଲ ଏବଂ ହଳଦିଆ ସୂତା ବାନ୍ଧିବା ସାହିର ନଦୀରେ ପ୍ରବାହିତ କଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଘଣା ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଜଳାଇବା ସହିତ ହନୁମାନଙ୍କୁ ଆରତୀ କରିବା ଦ୍ଵାରା ଅନିଷ୍ଟ ଦୂର ହେବା ସହ ଧନପ୍ରାପ୍ତି ହୋଇଥାଏ । ଅଚାନକ ଧନ ପ୍ରାପ୍ତି କରିବା ପାଇଁ ହେଲେ ଗୋପୀ ଚନ୍ଦନ ଖଣ୍ଡ ଡାଳ କଦଳୀ ପତ୍ରରେ ହଳଦିଆ ସୂତାରେ ବାନ୍ଧିବା ଦ୍ଵାରା ଶୁଭ ହେବା ସହ ଅଚାନକ ଧନ ପ୍ରାପ୍ତି ହୋଇଥାଏ ।
ଶୁକ୍ଲପକ୍ଷ ପ୍ରଥମ ବୁଧବାର ଦିନ ଓସ୍ତ ଗଛରେ ଧଳା ପତାକା ବାନ୍ଧିବା ଦ୍ଵାରା ଶୁଭ ହେବା ସହ ଅଚାନକ ଧନ ପ୍ରାପ୍ତି ହୋଇଥାଏ ଏବଂ ବ୍ୟବସାୟରେ ଉନ୍ନତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।